ଶ୍ରୀ ମନୋଜ କୁମାର ମିଶ୍ର
ଅଧ୍ୟକ୍ଷ

ଶ୍ରୀ ମନୋଜ କୁମାର ପଟନାୟକ , ଆ ଏ ଏସ
ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ

ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର କୁ ସ୍ୱାଗତ


ବିଗତ କିଛି ବର୍ଷ ମଧ୍ୟରେ ଓଡ଼ିଶା ସରକାରଙ୍କ ସୂଚନା ପ୍ରଯୁକ୍ତି ବିଭାଗର ମନୋନୀତ ବୈଷୟିକ ନିର୍ଦ୍ଦେଶାଳୟ ଭାବେ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର, ଭୁବନେଶ୍ୱର ତାଲିମ, ଆଇଟି ସଲ୍ୟୁସନ୍ ଏବଂ ଇ-ପ୍ରଶାସନ କ୍ଷେତ୍ରରେ ଏକ ଉତ୍କୃଷ୍ଟ ମାନଯୁକ୍ତ ସଂସ୍ଥାରେ ପରିଣତ ହୋଇପାରିଛି I ରାଜ୍ୟ ଭିତରେ ସୂଚନା ପ୍ରଯୁକ୍ତିର ନିରନ୍ତର ବିକାଶ କ୍ଷେତ୍ରରେ ଏହି ସଂସ୍ଥା ଉଲ୍ଲେଖନୀୟ ଭାବେ ସହାୟତା ଯୋଗାଇ ଆସିଛି I


ସୂଚନା ଓ ପ୍ରଯୁକ୍ତି ବିଦ୍ୟା କିମ୍ବା ସୂଚନା ଓ ସମ୍ପର୍କ ପ୍ରୌଦ୍ୟୋଗିକୀ ର ଓଡ଼ିଶାରେ ପ୍ରାରମ୍ଭ


କାର୍ଯ୍ୟକ୍ରମ

ତାଲିମ ଓ ଶିକ୍ଷା

ଓଡ଼ିଶା ସରକାରଙ୍କ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି (E&IT) ବିଭାଗର ବୈଷୟିକ ନିର୍ଦ୍ଦେଶାଳୟ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍) ହେଉଛି ରାଜ୍ୟର ଗୋଟିଏ ଅଗ୍ରଣୀ ସୂଚନା ପ୍ରଯୁକ୍ତି ପରାମର୍ଶଦାତା ଅନୁଷ୍ଠାନ । ଏହା ବିଭିନ୍ନ ସ୍ତରରେ ସମନ୍ୱିତ ତାଲିମ କର୍ଯ୍ୟକ୍ରମ ଆୟୋଜନ କରିବାର ଦାୟିତ୍ୱ ବହନ କରିଛି । ସର୍ବସାଧାରଣ ନାଗରିକ ଏବଂ ସରକାର, ନିଗମ ଏବଂ ବିଭିନ୍ନ ସଂସ୍ଥା ସମୂହର ଉଚ୍ଚ, ମଧ୍ୟମ ଓ ନିମ୍ନ ପରିଚାଳନା ନିମନ୍ତେ ଏହା ଦୀର୍ଘକାଳୀନ, ସ୍ୱଳ୍ପକାଳୀନ ଏବଂ ସ୍ୱତନ୍ତ୍ର ପାଠ୍ୟକ୍ରମ ପରିଚାଳନା କରିଥାଏ । ପ୍ରଶିକ୍ଷଣ ପ୍ରଣାଳୀରେ ବକ୍ତୃତା, ଦଳଗତ ଆଲୋଚନା, କେସ୍-ଷ୍ଟଡ଼ି, ବ୍ୟବହାରିକ ପ୍ରଦର୍ଶନ, ପ୍ରାୟୋଗିକ ତାଲିମ ପ୍ରଭୃତି ଅନ୍ତର୍ଭୁକ୍ତ ହୋଇ ରହିଛି । ତାଲିମ ସମୟରେ ଭିଡ଼ିଓ, ପିସି ପ୍ରୋଜେକ୍ଟର୍ ଏବଂ ପିଏ ଆଦି ଆଧୁନିକ ପ୍ରଶିକ୍ଷଣ ସହାୟକ ସାମଗ୍ରୀର ବ୍ୟାପକ ଉପଯୋଗ...