ଏକତ୍ରସଂଯୋଜିତ ବହୁ ସୁବିଧା ବ୍ୟବସ୍ଥା
- ସେବାଗୁଡିକ
- ଏକତ୍ରସଂଯୋଜିତ ବହୁ ସୁବିଧା ବ୍ୟବସ୍ଥା
ସୂଚନା ପ୍ରଯୁକ୍ତି (IT), ସୂଚନା ପ୍ରଯୁକ୍ତି ଦ୍ୱାରା କାର୍ଯ୍ୟକ୍ଷମ କରାଯାଉଥିବା ସେବା ସୁବିଧା ସମୂହ (ITeS) ଏବଂ ଇଲେକ୍ଟ୍ରୋନିକ୍ସ ସିଷ୍ଟମ୍ ଗଠନ ଓ ଉତ୍ପାଦନ (ESDM) କ୍ଷେତ୍ର ପ୍ରଭୃତିରେ ପୁଞ୍ଜି ନିବେଶ କରିବା ପାଇଁ ଇଚ୍ଛୁକ ନିବେଶକମାନଙ୍କ ନିମନ୍ତେ ବିଭିନ୍ନ ବାଧା ସବୁକୁ ଦୂର କରି ଶୀଘ୍ର ପଥ ପରିଷ୍କାର କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ବିଭିନ୍ନ କ୍ଷେତ୍ର ଅନୁଯାୟୀ ପ୍ରସ୍ତାବଗୁଡ଼ିକର ମୂଲ୍ୟାୟନ ଏବଂ ଅନୁମୋଦନ କରିବା ପାଇଁ ଏକସ୍ୱତନ୍ତ୍ର ଏକତ୍ର ସଂଯୋଜିତ ବହୁ ସୁବିଧା ବ୍ୟବସ୍ଥା କମିଟି (Single Window Clearance Committee) ପ୍ରତିଷ୍ଠା କରିଛନ୍ତି । ଏହାକୁ ରାଜ୍ୟର ସୂଚନା ଯୋଗାଯୋଗ ପ୍ରଯୁକ୍ତି ନୀତି ୨୦୧୪ (ICT Policy ୨୦୧୪)ର ନୀତି ବ୍ୟବସ୍ଥା ଅନୁସାରେ ଗଠନ କରାଯାଇଛି । ପଚାଶ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷେତ୍ର ଭିତ୍ତିକ ପ୍ରସ୍ତାବଗୁଡ଼ିକର ଅନୁମୋଦନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏହା ହେଇଛି ଏକ ପଦକ୍ଷେପ ଏବଂ ଏହି ଧାର୍ଯ୍ୟ ପରିମାଣରୁ କୌଣସି ପ୍ରସ୍ତାବର ମୂଲ୍ୟ ଅଧିକ ହେଲେ ତାହା ଓଡ଼ିଶା ରାଜ୍ୟ ମୁଖ୍ୟ ସଚିବଙ୍କ ଦ୍ୱାରା ପରିଚାଳିତ ରାଜ୍ୟ ସ୍ତରୀୟ ଏକତ୍ର ସଂଯୋଜିତ ବହୁ ସୁବିଧା ବ୍ୟବସ୍ଥା କର୍ତ୍ତୃପକ୍ଷଙ୍କ ନିକଟରୁ ଅନୁମୋଦନ ହାସଲ କରିବାକୁ ହେବ । ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍)ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦଶଜଣ ସଭ୍ୟ ବିଶିଷ୍ଟ ସେହି କମିଟିର ସଭ୍ୟ ଆବାହକ ଭାବେ ରହିବା ସହିତ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ପ୍ରମୁଖ ସଚିବଙ୍କ ଦ୍ୱାରା ତାହା ପରିଚାଳିତ ହୁଏ । ଏହା ଦ୍ୱାରା ସୂଚନା ପ୍ରଯୁକ୍ତି (IT), ସୂଚନା ପ୍ରଯୁକ୍ତି ଦ୍ୱାରା କାର୍ଯ୍ୟକ୍ଷମ କରାଯାଉଥିବା ସେବା ସୁବିଧା ସମୂହ (ITeS) ଏବଂ ଇଲେକ୍ଟ୍ରୋନିକ୍ ସିଷ୍ଟମ୍ ଗଠନ ଓ ଉତ୍ପାଦନ (ESDM) କ୍ଷେତ୍ରରେ ଏମ୍ଏସ୍ଏମ୍ଇ (MSME)ଗୁଡ଼ିକର ଦ୍ରୁତ ଓ ବହୁ ସଂଖ୍ୟାରେ ବିକାଶ ଘଟିବା କାର୍ଯ୍ୟ ସୁଗମ ହୋଇପାରିବ ।