ବିଭିନ୍ନ ନାଗରିକ ସେବା ସୁବିଧା ସମୂହର ବିତରଣ କାର୍ଯ୍ୟ ତୁଲାଇବା କ୍ଷେତ୍ରରେ ସ୍ୱଚ୍ଛତା, ଦକ୍ଷତା ଏବଂ ଉପାଦେୟତା ବଢ଼ାଇବା ପାଇଁ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ (DeitY, GoI) ଦ୍ୱାରା ଜାତୀୟ ଇ-ଶାସନ ବ୍ୟବସ୍ଥା ଯୋଜନା ଅଧୀନରେ ରାଜ୍ୟ ବ୍ୟାପୀ ଅଞ୍ଚଳ ନେଟୱାର୍କ (ସ୍ୱାନ୍)କୁ ଅନ୍ୟତମ ମିଶନ୍ ମୋଡ଼୍ ପ୍ରକଳ୍ପ (Mission Mode Projects) ଭାବେ ଚିହ୍ନଟ କରାଯାଇଛି।
‘ଇ’ ଶାସନ ବ୍ୟବସ୍ଥା କାର୍ଯ୍ୟ ପ୍ରକଳ୍ପ ଗୁଡ଼ିକୁ ସହାୟତା କରିବା ଉଦ୍ଦେଶ୍ୟରେ ଅତ୍ୟାବଶ୍ୟକ ମୌଳିକ ଭିତ୍ତିଭୂମି ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ବ୍ୟାପୀ ଅଞ୍ଚଳ ନେଟ୍ୱାର୍କ୍ (ସ୍ୱାନ୍)କୁ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଭାବେ ଚିହ୍ନଟ କରାଯାଇଛି । ଏହି କାର୍ଯ୍ୟରେ ସହାୟତା କରିବା ପାଇଁ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ (DeitY, GoI) ମଧ୍ୟ ଏକ ଉଲ୍ଲେଖଯୋଗ୍ୟ ପରିମାଣର ଆର୍ଥିକ ବ୍ୟୟ ବରାଦ ସ୍ଥିର କରିଛନ୍ତି । ଜାତୀୟ ‘ଇ’ ଶାସନ ବ୍ୟବସ୍ଥା କାର୍ଯ୍ୟ ପ୍ରକଳ୍ପର ରାଜ୍ୟ ବ୍ୟାପୀ ଅଞ୍ଚଳ ନେଟ୍ୱାର୍କ୍ (ସ୍ୱାନ୍) ନୀତି ଅନୁଯାୟୀ ରାଜ୍ୟ ସଦର ମହକୁମା (SQH) ସହିତ ସମସ୍ତ ଜିଲ୍ଲା ସଦର ମହକୁମା(DHQ) ଏବଂ ସମସ୍ତ ପଞ୍ଚାୟତ ସମିତି ସଦର ମହକୁମା (BHQ) ସବୁକୁ ସଂଯୁକ୍ତ କରିବା ଲାଗି ପ୍ରସ୍ତାବ କରାଯାଇଛି । କୌଣସି ଏକ ପରବର୍ତ୍ତୀ ପର୍ଯ୍ୟାୟରେ ଭାରତ ନେଟ୍ ଦ୍ୱାରା ରାଜ୍ୟ ବ୍ୟାପୀ ଅଞ୍ଚଳ ନେଟୱାର୍କ (ସ୍ୱାନ୍) ସଂଯୋଗୀକରଣ କାର୍ଯ୍ୟ ଗ୍ରାମ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ସଂପ୍ରସାରିତ କରାଯିବ ।
ଓଡ଼ିଶା ସରକାର ‘ଇ’ ଶାସନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ବ୍ୟାପୀ ଅଞ୍ଚଳ ନେଟୱାର୍କ (ସ୍ୱାନ୍)କୁ ଏକ ସେବା ପ୍ରଦାନକାରୀ କ୍ଷେତ୍ର ଭାବେ ପ୍ରତି୍ରା କରିବା ନିମନ୍ତେମେଯାଜନା କରୁଛନ୍ତି ।
ଓଡ଼ିଶା ରାଜ୍ୟ ବ୍ୟାପୀ ଅଞ୍ଚଳ ନେଟୱାର୍କ (ସ୍ୱାନ୍)ର ସାଂପ୍ରତିକ ସ୍ଥିତି
- ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ବୈଷୟିକ ନିର୍ଦେଶାଳୟ ଭାବେ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍)କୁ ଓଡ଼ିଶା ରାଜ୍ୟ ବ୍ୟାପୀ ଅଞ୍ଚଳ ନେଟୱାର୍କ୍ (ଓସ୍ୱାନ୍)ର ରାଜ୍ୟ କାର୍ଯ୍ୟାନ୍ୱୟନ ସଂସ୍ଥା ଭାବେ ମନୋନୟନ କରାଯାଇଛି ।
- ଭାରତ ସରକାରଙ୍କ ସୂଚନା ପ୍ରଯୁକ୍ତି ବିଭାଗର ନିୟମ ନିର୍ଦେଶାବଳୀ ଅନୁଯାୟୀ ଟେଲିକମ୍ୟୁନିକେସନ୍ କନସଲଟାନ୍ସି ଇଣ୍ଡିଆ ଲିମିଟେଡ଼୍ (ଟିସିଆଇଏଲ୍)କୁ ଓଡ଼ିଶା ରାଜ୍ୟ ବ୍ୟାପୀ ଅଞ୍ଚଳ ନେଟୱାର୍କ୍ (ଓସ୍ୱାନ୍) ପ୍ରକଳ୍ପର ପରାମର୍ଶଦାତା ସଂସ୍ଥା ଭାବେ ନିଯୁକ୍ତ କରାଯାଇଛି ।
- ଭାରତ ସଂଚାର ନିଗମ ଲିମିଟେଡ଼୍ (ବିଏସ୍ଏନ୍ଏଲ୍)କୁ ଓଡ଼ିଶା ରାଜ୍ୟ ବ୍ୟାପୀ ଅଞ୍ଚଳ ନେଟୱାର୍କ୍ (ଓସ୍ୱାନ୍) ପ୍ରକଳ୍ପ ନିମନ୍ତେ ବ୍ୟାଣ୍ଡୱିଡ୍ଥ ସର୍ଭିସ୍ ପେ୍ରାଭାଇଡ଼ର୍ (BSP) ଭାବେ ମନୋନୀତ କରାଯାଇଛି ।
- ଓଡ଼ିଶା ରାଜ୍ୟ ବ୍ୟାପୀ ଅଞ୍ଚଳ ନେଟୱାର୍କ୍ (ଓସ୍ୱାନ୍) ପ୍ରକଳ୍ପ ନିମନ୍ତେ କେପିଏମ୍ଜି (KPMG)ସଂସ୍ଥାକୁ ତୃତୀୟ ପକ୍ଷ ନିରୀକ୍ଷକ (Third Party Auditor) (TPA) ଭାବେ ମନୋନୀତ କରାଯାଇଛି ।
- ୨୦୦୮ ଅକ୍ଟୋବର୍ ପହିଲା ତାରିଖରେ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍) ଏବଂ ଆଇଟିଆଇ-ସ୍ପାନକୋ (ITI-SPANCO) ମଧ୍ୟରେ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି ।
- ଓଡ଼ିଶା ରାଜ୍ୟ ବ୍ୟାପୀ ଅଞ୍ଚଳ ନେଟୱାର୍କ୍ (ଓସ୍ୱାନ୍) ପ୍ରକଳ୍ପ ୨୫ ଅଗଷ୍ଟ ୨୦୧୦ଠାରୁ କାର୍ଯ୍ୟକାରୀ ହେଉଛି ।
- ରାଜ୍ୟ ସଦର ମହକୁମାରେ ରହିଛି ୫୦୦ ଏମ୍ବିପିଏସ୍ ଏମ୍ପିଏଲ୍ଏସ୍ ସଂଯୋଗ, ସମସ୍ତ ଜିଲ୍ଲା ସଦର ମହକୁମାରେ ରହିଛି ୮ ଏମ୍ବିପିଏସ୍ ଏମ୍ପିଏଲ୍ଏସ୍ ସଂଯୋଗ ଏବଂ ସମସ୍ତ ପଞ୍ଚାୟତ ସମିତି ସଦର ମହକୁମାରେ ରହିଛି ୪ ଏମ୍ବିପିଏସ୍ ଏମ୍ପିଏଲ୍ଏସ୍ ସଂଯୋଗ ।
- ଓଡ଼ିଶାର ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୨୧ ଡିସେମ୍ବର ୨୦୧୦ରେ ଓଡ଼ିଶା ରାଜ୍ୟ ବ୍ୟାପୀ ଅଞ୍ଚଳ ନେଟୱାର୍କ୍ (ଓସ୍ୱାନ୍) ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି ।
- ୧୨୬୭ ଗୋଟି ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ (ତହସିଲ ଅଫିସ୍, ସବ୍-ରେଜିଷ୍ଟ୍ରାର୍ ଅଫିସ୍, ଟ୍ରେଜେରି ଅଫିସ୍, ଡିଆର୍ଡିଏ, ସଦର ବ୍ଲକ୍, ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥା, ଉପଜିଲ୍ଲାପାଳ କାର୍ଯ୍ୟାଳୟ, ସ୍ୱାସ୍ଥ୍ୟ ସଂସ୍ଥା ପ୍ରଭୃତି)କୁ ସମାନ୍ତରାଳ କାର୍ଯ୍ୟାଳୟ ଭାବେ ଚିହ୍ନଟ କରାଯାଇଛି । ସେହିସବୁ କାର୍ଯ୍ୟଳୟମାନଙ୍କରେ ଓଡ଼ିଶା ରାଜ୍ୟ ବ୍ୟାପୀ ଅଞ୍ଚଳ ନେଟୱାର୍କ୍ (ଓସ୍ୱାନ୍) ସଂଯୋଗକୁ ବୃଦ୍ଧି କରାଯିବ ।
- ବର୍ତ୍ତମାନ ପର୍ଯ୍ୟନ୍ତ ୧୨୧୩ ଗୋଟି ସମାନ୍ତରାଳ କାର୍ଯ୍ୟାଳୟରେ ଓଡ଼ିଶା ରାଜ୍ୟ ବ୍ୟାପୀ ଅଞ୍ଚଳ ନେଟୱାର୍କ୍ (ଓସ୍ୱାନ୍) ସମାନ୍ତରାଳ ସଂଯୋଗ ଯୋଗାଇ ଦିଆଯାଇଛି ।
- ଓଡ଼ିଶା ରାଜ୍ୟ ବ୍ୟାପୀ ଅଞ୍ଚଳ ନେଟୱାର୍କ୍ (ଓସ୍ୱାନ୍) ସହିତ ଏନ୍କେଏନ୍ ସଂଯୋଗକୁ ସମନ୍ୱିତ କରାଯାଇଛି ।
ଅଧିକ ଜାଣିବା ପାଇଁ ୱେବ୍ସାଇଟ୍ www.oswan.gov.inଦେଖନ୍ତୁ ।