ରାଜ୍ୟର ଏବଂ ତାହାର ଆନୁଷଙ୍ଗିକ ସମସ୍ତ ବିଭାଗଗୁଡ଼ିକର ‘ଇ’ ଶାସନ ବ୍ୟବସ୍ଥା ପ୍ରୟୋଗ ସବୁର ପ୍ରଚଳନ ଓ ପରିଚାଳନା କାର୍ଯ୍ୟ ତୁଲାଇବା ନିମନ୍ତେ ରାଜ୍ୟ ତଥ୍ୟ କେନ୍ଦ୍ର (State Data Centre)କୁ ‘ସମ୍ମିଳିତ, ନିର୍ଭରଯୋଗ୍ୟ ତଥା ନିରାପଦ ଭିତ୍ତିଭୂମି ସେବା କେନ୍ଦ୍ର’ ଭାବେ ପରିକଳ୍ପନା କରାଯାଇଛି । ସରକାର ଯେପରି ନିଜର ସତ୍ତ୍ୱାଧୀକାରୀମାନଙ୍କ ନିକଟରେ ସରକାରୀ ସେବା ସୁବିଧାଗୁଡ଼ିକୁ ଖୁବ୍ କମ୍ ସମୟ ମଧ୍ୟରେ ଏବଂ ସଫଳତାର ସହିତ ପହଂଚାଇବା ନିମନ୍ତେ ସକ୍ଷମ ହୋଇପାରିବେ ସେଥିଲାଗି ରାଜ୍ୟ ତଥ୍ୟ କେନ୍ଦ୍ର (SDC) ଦ୍ୱାରା ଏକ ସୁଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିବାର ଯୋଜନା କରାଯାଇଛି । ରାଜ୍ୟବ୍ୟାପୀ ଅଞ୍ଚଳ ନେଟୱାର୍କ୍ (SWAN) ସହିତ ସଂଯୁକ୍ତ ରହି ରାଜ୍ୟ ତଥ୍ୟ କେନ୍ଦ୍ର (SDC) ଇଣ୍ଟର୍ନେଟ୍ ଜରିଆରେ ସରକାରୀ କର୍ମଚାରୀମାନଙ୍କୁ ଏବଂ ସର୍ବସାଧାରଣ ଇଣ୍ଟର୍ନେଟ୍ ସାହାଯ୍ୟରେ ନାଗରିକମାନଙ୍କୁ ‘ଇ’ ଶାସନ ବ୍ୟବସ୍ଥାର ବିଭିନ୍ନ ପ୍ରୟୋଗ ଓ ସେବା ସୁବିଧା ସବୁର ଉପଯୋଗ କରିବା ପାଇଁ ସୁଯୋଗ ଦେଇଥାଏ ।
ଡିଜିଟାଲ୍ ଓଡ଼ିଶା କାର୍ଯ୍ୟକ୍ରମ ଗୁଡ଼ିକର ବଢ଼ି ଚାଲିଥିବା ଆବଶ୍ୟକତା ସବୁକୁ ମେଣ୍ଟାଇବା ଲାଗି ଓକାକ୍ ସବୁବେଳେ ଦିନରାତି ୨୪ ଘଣ୍ଟା ସହାୟତା ଯୋଗାଇଦେବାର ସୁବିଧା କରି ଏକ ଅତ୍ୟାଧୁନିକ ରାଜ୍ୟ ତଥ୍ୟ କେନ୍ଦ୍ର ପ୍ରତିଷ୍ଠା କରିଛି । ରାଜ୍ୟ ତଥ୍ୟ କେନ୍ଦ୍ର (SDC) ଅକ୍ଟୋବର୍ ୧୫, ୨୦୧୧ ଠାରୁ କାର୍ଯ୍ୟକାରୀ ହୋଇଥିଲା । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନଭେମ୍ବର ୦୩, ୨୦୧୧ ତାରିଖ ଦିନ ରାଜ୍ୟ ତଥ୍ୟ କେନ୍ଦ୍ରର ଉନ୍ମୋଚନ କରିଥିଲେ । ଓଡ଼ିଶା ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ‘ଇ’ ଶାସନ ବ୍ୟବସ୍ଥା କାର୍ଯ୍ୟକ୍ରମ ଲାଗି ଏହି ରାଜ୍ୟ ତଥ୍ୟ କେନ୍ଦ୍ର ସେବା ପ୍ରଦାନ କରୁଛି।
ରାଜ୍ୟ ତଥ୍ୟ କେନ୍ଦ୍ର (SDC) ବିଭାଗୀୟ ଉପଯୋଗ ନିମନ୍ତେ ନିମ୍ନଲିଖିତ କ୍ଷେତ୍ରରେ ଦ୍ୱିତୀୟ ପର୍ଯ୍ୟାୟ ମାନକ ଭିତ୍ତିଭୂମି ଯୋଗାଇ ଦେଇଥାଏ –
ଅ) ସମ୍ମିଳିତ ପ୍ରଚଳନ ପଦ୍ଧତି
୧. ଏକ ସେବାକାର୍ଯ୍ୟ ଭାବେ ଭିତ୍ତିଭୂମି
୨. ଏକ ସେବାକାର୍ଯ୍ୟ ଭାବେ ପ୍ଲାଟଫର୍ମ
୩. ଏକ ସେବାକାର୍ଯ୍ୟ ଭାବେ ତଥ୍ୟ ସଂରକ୍ଷଣ
୪. ଏକ ସେବାକାର୍ଯ୍ୟ ଭାବେ ବେକ୍-ଅପ୍ ବା ଜରୁରୀ ସହାୟତା
୫. ଏକ ସେବାକାର୍ଯ୍ୟ ଭାବେ ଡି.ଆର୍.
ଆ) ସହସ୍ଥାନିକ ପ୍ରଚଳନ ପଦ୍ଧତି
୧. ଏକ ସେବାକାର୍ଯ୍ୟ ଭାବେ ଡି.ଆର୍.
ଓଡ଼ିଶା ରାଜ୍ୟ ତଥ୍ୟ କେନ୍ଦ୍ରର ବର୍ତ୍ତମାନର ସ୍ଥିତି
କ) ରାଜ୍ୟ ତଥ୍ୟ କେନ୍ଦ୍ର (SDC) ଆଇ.ଏସ୍.ଓ./ଆଇ.ଇ.ସି. ୨୭୦୦୧:୨୦୧୩ ଏବଂ ଆଇ.ଏସ୍.ଓ./ଆଇ.ଇ.ସି. ୨୦୦୦୦:୨୦୧୧ ପ୍ରାମାଣିକତା ଦ୍ୱାରା ପ୍ରମାଣିକୃତ ହୋଇଛି।
ଖ) ସରକାରଙ୍କ ୨୪ ଗୋଟି ବିଭାଗର ୯୨ଟି ‘ଇ’ ଶାସନ ବ୍ୟବସ୍ଥା ପ୍ରୟୋଗର ପ୍ରଚଳନ କରାଯାଇଛି ଏବଂ ରାଜ୍ୟ ତଥ୍ୟ କେନ୍ଦ୍ର (SDC)ରୁ ସଚଳ କରାଯାଇଛି ।
ଗ) ରାଜ୍ୟ ତଥ୍ୟ କେନ୍ଦ୍ର (SDC)କୁ ଅଦରକାରୀ ୧ ଜିବିପିଏସ୍ ଏନ୍କେଏନ୍ ଏବଂ ୫୦ ଏମ୍ବିପିଏସ୍ ବିଏସ୍ଏନ୍ଏଲ୍ ଲିଙ୍କ୍ ଦ୍ୱାରା ସମୃଦ୍ଧ କରାଯାଇଛି ।
ଘ) ରାଜ୍ୟ ତଥ୍ୟ କେନ୍ଦ୍ର (SDC)ର ଡିଆର୍ ସ୍ଥାନ ଏନ୍ଡିସି, ଶାସ୍ତ୍ରୀ ପାର୍କ, ନୂଆଦିଲ୍ଲୀଠାରୁ କାର୍ଯ୍ୟକାରୀ ହୋଇଛି ।
ଙ) ସୂଚନା ପ୍ରଯୁକ୍ତି ଆଇନ ଅନୁଯାୟୀ ଏନ୍ଡିସି ବା ରାଜ୍ୟ ତଥ୍ୟ କେନ୍ଦ୍ରକୁ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଯୁକ୍ତି ଭିତ୍ତିଭୂମି ଭାବେ ଘୋଷଣା କରାଯାଇଛି ।
ରାଜ୍ୟ ତଥ୍ୟ କେନ୍ଦ୍ର (SDC) ସଂପର୍କରେ ଅଧିକ ଜାଣିବା ପାଇଁ ଫୋନ୍ ନମ୍ବର ୦୬୭୪-୨୫୬୭୩୯୫ ସହିତ ଯୋଗାଯୋଗ କରନ୍ତୁ ।