ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସହ ସଂପର୍କିତ ଅଭିଯୋଗ ସବୁକୁ ଜାଣି ଚିହ୍ନଟ କରିବା ପାଇଁ ଏକ ସମନ୍ୱିତ ଅଭିଯୋଗ ନିରାକରଣ ବ୍ୟବସ୍ଥା ସମେତ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍)ଠାରେ ସଂଯୋଗ ହେଲ୍‌ପଲାଇନ୍ କଲ୍ ସେଣ୍ଟର୍ ପ୍ରତିଷ୍ଠା କରାଯାଇଛି । ସର୍ବସାଧାରଣ ନାଗରିକମାନେ ନିଜର ଅଭିଯୋଗ ଦାଖଲ ବା ପଞ୍ଜୀକରଣ କରି ତାହା ଉପରେ ଗ୍ରହଣ କରାଯାଉଥିବା ବିହିତ ପଦକ୍ଷେପ ବିଷୟରେ ଲକ୍ଷ୍ୟ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ଯୋଜନାବଳୀ ସଂପର୍କରେ ସୂଚନା ଓ ସହାୟତା ପାଇବା ପାଇଁ ଦେୟମୁକ୍ତ ହେଲ୍ପଲାଇନ୍ ନମ୍ବର ୧୮୦୦୩୪୫୬୭୭୦/୧୫୫୩୩୫ ବ୍ୟବହାର କରି କଲ୍ ସେଣ୍ଟର୍ ସେବା ସୁବିଧା ହାସଲ କରିପାରିବେ ।

ନାଗରିକମାନଙ୍କୁ ମୂଳ କରି ଗୁଣାତ୍ମକ ସେବା ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ଏବଂ ସୁରୁଖୁରୁ ଉପାୟରେ ଅଭିଯୋଗ ଗୁଡ଼ିକର ସମାଧାନର ବ୍ୟବସ୍ଥା କରିବା ପାଇଁ ପୂର୍ବରୁ ସ୍ଥାପନ କରାଯାଇଥିବା କଲ୍ ସେଣ୍ଟର୍‌ ଗୁଡ଼ିକର ଅତ୍ୟାଧୁନିକ ସୁବିଧା ବ୍ୟବସ୍ଥା ସହ ଉନ୍ନତୀକରଣ କରାଯାଉଛି । ଖୋଲା ମୂଲ୍ୟାଙ୍କନ ପତ୍ର ଦାଖଲ ଜରିଆରେ ମନୋନୟନ କରାଯାଇଥିବା ମେସର୍ସ ତତ୍ତ୍ୱ ସଂସ୍ଥାକୁ ଠିକା ଆକାରରେ ଏହାର ପରିଚାଳନା ଭାର ହସ୍ତାନ୍ତର କରାଯାଇଛି । ନାଗରିକମାନଙ୍କ ନିକଟରୁ ଆସୁଥିବା କଲ୍‌ଗୁଡ଼ିକ ପ୍ରତି ଧ୍ୟାନ ଦେବା ନିମନ୍ତେ ସଂଯୋଗ ହେଲ୍ପଲାଇନ୍ କଲ୍ ସେଣ୍ଟର୍‌ ଠାରେ ୧୫ ଜଣ କଲ୍ ସେଣ୍ଟର୍ କାର୍ଯ୍ୟନିର୍ବାହୀଙ୍କୁ ମୁତୟନ କରାଯାଇଛି । ଟେଲିଫୋନ୍ ଏବଂ ଏସ୍ଏମ୍ଏସ୍ ସାହାଯ୍ୟରେ ନାଗରିକମାନଙ୍କୁ ମଧ୍ୟ ସେମାନଙ୍କ ଅଭିଯୋଗର ସ୍ଥିତି ବିଷୟରେ ଜଣାଇ ଦିଆଯାଉଛି ।

ସଂଯୋଗ ହେଲ୍ପଲାଇନ ସୁବିଧା  http://sanjoghelpline.odisha.gov.in/  ରେ ଉପଲବ୍ଧ ହେଇପାରିବ ।