ବିପୁଳ ପରିମାଣର ରାଜସ୍ୱ ଅର୍ଥ ଖର୍ଚ୍ଚ କରାଯାଇ ଓଡ଼ିଶାର ସମସ୍ତ ସରାକାରୀ ବିଭାଗମାନଙ୍କରେ ରାଜ୍ୟ ସରକାରଙ୍କର ସବୁଠାରୁ ଅତି ଗୌରବଜନକ ସୂଚନା ପ୍ରଯୁକ୍ତିକାର୍ଯ୍ୟକ୍ରମ ପ୍ରଚଳନ କରାଯାଇଛି । ସମସ୍ତ ସରକାରୀ ସେବାକାର୍ଯ୍ୟ ଯେପରି ସୁଚାରୁ ଭାବରେ ଏବଂ ଠିକ୍ ସମୟ ଅନୁସାରେ ଲୋକମାନଙ୍କ ନିକଟରେ ପହଂଚିପାରିବ ସେଥିଲାଗି ସରକାରଙ୍କ ପ୍ରଶାସନିକ ପାହ୍ୟାର ସମସ୍ତ ସ୍ତରରେ କାର୍ଯ୍ୟ ସମୂହକୁ ସ୍ୱୟଂଚାଳିତ କରିବା ଲାଗି ସୂଚନା ପ୍ରଯୁକ୍ତି ବ୍ୟବସ୍ଥାର ପ୍ରୟୋଗ କରାଯାଇଛି ।

ବୈଷୟିକ କ୍ଷେତ୍ରରେ ଘଟୁଥିବା ଦ୍ରୁତ ବିକାଶ ହେତୁ ଯେଉଁସବୁ ଅଭିନବ ଜ୍ଞାନକୌଶଳର ଆହ୍ୱାନ ଆସି ଦେଖାଯାଉଛି ତାହାର ସମ୍ମୁଖୀନ ହେବା ପାଇଁ ‘ଓସ୍ୱାସ’ କୁ ଉନ୍ନତ କରି ତାହାକୁ ଗୋଟିଏ ନୂତନ ସଂସ୍କରଣରେ ପରିଣତ କରାଯାଇଛି । କମ୍ପ୍ୟୁଟର ବ୍ୟବସ୍ଥା ଯେପରି ସପ୍ତାହ ସାରା ଦିନରାତି ୨୪ ଘଂଟା ଉପଲବ୍ଧ ହୋଇପାରିବ ସେଥିଲାଗି ଏକ ଶକ୍ତିଶାଳୀ ପଦ୍ଧତି ଯୋଗାଇଦେବା ଉଦ୍ଦେଶ୍ୟରେ ସର୍ବାଧୁନିକ ସୂଚନା ପ୍ରଯୁକ୍ତି ଭିତ୍ତିଭୂମି, ଯୋଗାଯୋଗ, ଅତ୍ୟାଧୁନିକ ତଥ୍ୟକେନ୍ଦ୍ର ଏବଂ ସୁରକ୍ଷା ସୁବିଧା ପ୍ରଭୃତିର ପ୍ରୟୋଗ କରାଯାଇଛି ।

ଓସ୍ୱାସ’ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନିମ୍ନରେ ଦର୍ଶାଇ ଦିଆଯାଇଛି –

  • କାର୍ଯ୍ୟ ପ୍ରକ୍ରିୟା ସବୁର ଦକ୍ଷତା ଓ ପ୍ରଭାବଶାଳୀତାର ବୃଦ୍ଧି ଘଟାଇବା
  • କର୍ମଚାରୀମାନଙ୍କ ଉତ୍ପାଦିକା ଶକ୍ତିରେ ବୃଦ୍ଧି ଘଟାଇବା
  • ତଥ୍ୟର ଦକ୍ଷ ପରିଚାଳନା
  • ଉତ୍ତମ ଯୋଗାଯୋଗ ତଥା ସମନ୍ୱୟ ସ୍ଥାପନ ଏବଂ ଜ୍ଞାନ ପରିଚାଳିତ ଶାସନ ବ୍ୟବସ୍ଥା ଦିଗରେ ଅଗ୍ରଗତି