ସୂଚନା ପ୍ରଯୁକ୍ତି ପ୍ରକଳ୍ପର ପ୍ରଚଳନ ଅଥବା ସୂଚନା ପ୍ରଯୁକ୍ତିର ସଂଗ୍ରହ କରିବା ନିମନ୍ତେ ଓକାକ୍ (ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର) ବିଭିନ୍ନ ସରକାରୀ ବିଭାଗ, ନିର୍ଦ୍ଦେଶାଳୟ, ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟମାନଙ୍କୁ ପରାମର୍ଶ ସେବା ପ୍ରଦାନ କରିଥାଏ । ଓକାକ୍ ଗୋଟିଏ ପକ୍ଷରେ ପରାମର୍ଶ ବାବଦ ନିଜର ମୂଲ୍ୟ ଧାର୍ଯ୍ୟ କରି ସଂପୂର୍ଣ୍ଣ ପରାମର୍ଶ ସେବା ସୁବିଧା ଯୋଗାଇ ଦେଇଥାଏ ଅଥବା ବୈଷୟିକ ତଥ୍ୟ ସୂଚନା ହାସଲ କରିବା ପାଇଁ ଅନୁରୋଧ ଜଣାଇଥିବା ବିଭାଗ ନିମନ୍ତେ ବୈଷୟିକ ଜ୍ଞାନ ସମ୍ବଳିତ କର୍ମଚାରୀମାନଙ୍କୁ ସେହି କାର୍ଯ୍ୟରେ ନିୟୋଜିତ କରିଥାଏ । ଓକାକ୍‌ର ପରାମର୍ଶ ସେବା କ୍ଷେତ୍ରରେ ନିମ୍ନଲିଖିତ କାର୍ଯ୍ୟଗୁଡ଼ିକ ଅନ୍ତର୍ଭୁକ୍ତ ହୋଇଥାଏ –

  1. କମ୍ପ୍ୟୁଟର ଅନୁଧ୍ୟାନ (System Study)
  2. ହାଡ଼୍‌ୱେର ଓ ସଫ୍ଟୱେର୍‌ ମୂଲ୍ୟାୟନ
  3. ଠିକା ପ୍ରକ୍ରିୟାକରଣ ଓ ସଂଗ୍ରହଣ
  4. ସ୍ଥାନ ପ୍ରସ୍ତୁତି ଓ ହାଡ଼୍‌ୱେର ସ୍ଥାପନ
  5. କମ୍ପ୍ୟୁଟର ଅନୁଶୀଳନ (System Analysis)
  6. ସଫ୍ଟୱେର୍‌ ପ୍ରସ୍ତୁତି (Software Design)
  7. ତାଲିମ (Training)
  8. ଆର୍ଡିବିଏମ୍ଏସ୍ (RDBMS) ଆଧାରିତ ସୂଚନା ବ୍ୟବସ୍ଥାର କାର୍ଯ୍ୟକାରିତା ଏବଂ ଉଦ୍ୟୋଗ ଅନୁଯାୟୀ ସମାଧାନ କାର୍ଯ୍ୟ
  9. ୱେବ୍ ହୋଷ୍ଟିଙ୍ଗ୍ ଏବଂ ରକ୍ଷଣାବେକ୍ଷଣ