ପରାମର୍ଶଦାତା ଓ ତୃତୀୟ ପକ୍ଷ ନିରୀକ୍ଷକମାନଙ୍କର ମନୋନୟନ ତାଲିକା
- ସେବାଗୁଡିକ
- Empanelment
- ପରାମର୍ଶଦାତା ଓ ତୃତୀୟ ପକ୍ଷ ନିରୀକ୍ଷକମାନଙ୍କର ମନୋନୟନ ତାଲିକା
ପରାମର୍ଶଦାତା ଓ ତୃତୀୟ ପକ୍ଷ ନିରୀକ୍ଷକମାନଙ୍କର ମନୋନୟନ ତାଲିକା
ଶାସନ କ୍ଷେତ୍ରରେ ଅଧିକ ଉତ୍ତମ ସ୍ୱଚ୍ଛତା, କର୍ମ ତତ୍ପରତା ଏବଂ ଉତ୍ତରଦାୟିତ୍ୱ ସୃଷ୍ଟି କରିବା ପାଇଁ ‘ଇ’ ଶାସନ ବ୍ୟବସ୍ଥାକୁ ଏକ ଉପାୟ ରୂପେ ବ୍ୟବହାର କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ଏହା ବାଧ୍ୟତାମୂଳକ କରିଛନ୍ତି ଯେ ଇଲେକ୍ଟ୍ରୋନିକ୍ସ ପଦ୍ଧତି ଜରିଆରେ ସେବା ସୁବିଧା ଯୋଗାଇଦେବା ଲାଗି ସମସ୍ତ ସରକାରୀ ବିଭାଗ ଗୁଡ଼ିକ ସେମାନଙ୍କ ବାର୍ଷିକ ଯୋଜନା ବଜେଟ୍ରେ ଶତକଡ଼ା ଦୁଇ ଭାଗ ଅଥବା ସେମାନଙ୍କ ମୋଟ ବଜେଟ୍ରେ ଶତକଡ଼ା ଏକ ଭାଗ ଅର୍ଥ (ଦୁଇଟି ମଧ୍ୟରୁ ଯେଉଁ ଅଂଶ ଅପେକ୍ଷାକୃତ ଅଧିକ ହେବ) ସୂଚନା ପ୍ରଯୁକ୍ତି ସମ୍ବନ୍ଧୀୟ ଖର୍ଚ୍ଚ ନିମନ୍ତେ ଅଲଗା କରି ରଖିବେ । ପାଣ୍ଠି ସ୍ୱତନ୍ତ୍ର କରି ରଖିବାର ଏହି ଯେଉଁ ନିଷ୍ପତ୍ତି ତାହା ରାଜ୍ୟର ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି (ଆଇସିଟି) ନୀତି ୨୦୧୪ରେ କରାଯାଇଥିବା ପ୍ରତିଶୃତି ଅନୁଯାୟୀ ସ୍ଥିର କରାଯାଇଛି । ଏହି ନୀତିରେ କୁହାଯାଇଛି ଯେ ରାଜ୍ୟ ସରକାର ପ୍ରତ୍ୟେକ ସରକାରୀ ବିଭାଗରେ ‘ଇ’ ଶାସନ ବ୍ୟବସ୍ଥା ପ୍ରଚଳନ କରିବେ ଯେପରିକି ନାଗରିକ ଗଣ କୌଣସି ଅସୁବିଧାର ସମ୍ମୁଖୀନ ନହୋଇ ଅଧିକାଂଶ ସରକାରୀ ସେବା ସୁବିଧା ସବୁ ସ୍ଥାନୀୟ ଭାବେ ହାସଲ କରିବାକୁ ସକ୍ଷମ ହୋଇପାରିବେ । ବିଭିନ୍ନ ବିଭାଗର ‘ଇ’ ଶାସନ ବ୍ୟବସ୍ଥା ଉଦ୍ୟମ ଗୁଡ଼ିକୁ ଦୀର୍ଘ କାଳ ଧରି ସ୍ଥାୟୀ କରି ରଖିବା ଭଳି ସୂଚନା ପ୍ରଯୁକ୍ତି ଭିତ୍ତିଭୂମି କ୍ଷେତ୍ରରେ ପୁଞ୍ଜିନିବେଶ, ପ୍ରୟୋଗ କ୍ଷେତ୍ରରେ ଉନ୍ନତି, ବ୍ୟବସାୟ ପ୍ରକ୍ରିୟାର ପୁନର୍ଗଠନ, ବିଭିନ୍ନ ସ୍ତରରେ କର୍ମଚାରୀମାନଙ୍କର ଦକ୍ଷତା ଗଠନ ପ୍ରଭୃତି ପାଇଁ ସରକାରୀ ବିଭାଗଗୁଡ଼ିକ ଯେଉଁ ଯୋଜନା କରିଥିବେ ତାହାର ଟିକିନିଖି ବିବରଣୀ ରହିଥିବା ମାସିକ ‘ଇ’ କାରବାର ଏବଂ ଉଲ୍ଲେଖଯୋଗ୍ୟ ଘଟଣାବଳୀ ସମେତ ନିଜ ନିଜର ବାର୍ଷିକ ‘ଇ’ ଶାସନ ବ୍ୟବସ୍ଥାର କର୍ମ ଯୋଜନା ପ୍ରସ୍ତୁତ କରିବେ ।
ଉପର ଲିଖିତ ବିଭିନ୍ନ ଉଦ୍ୟମଗୁଡ଼ିକୁ କାର୍ଯ୍ୟକାରୀ ଓ ପରିଚାଳନା କରିବା ପାଇଁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ନିମ୍ନଲିଖିତ ସଂସ୍ଥା ଗୁଡ଼ିକୁ ପରାମର୍ଶଦାତା ଓ ତୃତୀୟ ପକ୍ଷ ନିରୀକ୍ଷକ (ଟିପିଏ) ଭାବେ ମନୋନୟନ ପୂର୍ବକ ତାଲିକାଭୁକ୍ତ କରିଛନ୍ତି।
ସ୍ତର-୧ (ପରାମର୍ଶ)
୧. ମେସର୍ସ ୱିପ୍ରୋ ଲିମିଟେଡ଼୍
୨. ମେସର୍ସ ୩ଆଇ’ ଇନ୍ଫୋଟେକ୍ ପ୍ରାଇଭେଟ୍ ଲିମିଟେଡ଼୍
୩. ମେସର୍ସ ଦିଲାଇଟୀ ଟଚ୍ ତୋହାମ୍ସୁ ଇଣ୍ଡିଆ ଏଲ୍ଏଲ୍ପି
ସ୍ତର-୨ (ପରାମର୍ଶ)
୧. ମେସର୍ସ ସିଏସ୍ଏମ୍ ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ଼୍
ସ୍ତର-୧ ତୃତୀୟ ପକ୍ଷ ନିରୀକ୍ଷକ (ଟିପିଏ)
୧. ମେସର୍ସ କେପିଏମ୍ଜି ଆଡ୍ଭାଇଜରି ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ଼୍
୨. ମେସର୍ସ ଅରନ୍ଷ୍ଟ ଆଣ୍ଡ୍ ୟଙ୍ଗ୍ ଏଲ୍ଏଲ୍ପି
୩. ମେସର୍ସ ଦିଲାଇଟୀ ଟଚ୍ ତୋହାମ୍ସୁ ଇଣ୍ଡିଆ ଏଲ୍ଏଲ୍ପି