ଆଧାର ସଂଖ୍ୟା ହେଉଛି ଭାରତ ସରକାରଙ୍କ ଭାରତୀୟ ସ୍ୱତନ୍ତ୍ର ପରିଚୟ ଚିହ୍ନଟୀକରଣ କର୍ତ୍ତୃପକ୍ଷ (UIDAI) ଦ୍ୱାରା ଜାରି କରାଯାଇଥିବା ଗୋଟିଏ ସ୍ୱତନ୍ତ୍ର ୧୨ ଗୋଟି ଅଙ୍କ ବିଶିଷ୍ଟ ଅନିୟମିତ ନମ୍ବର । ଓଡ଼ିଶାରେ ଭାରତର ରେଜିଷ୍ଟ୍ରାର୍ ଜେନେରାଲ୍ (RGI) ରାଜ୍ୟର ଜନଗଣନା ଜରିଆରେ ୫ ବର୍ଷରୁ ଅଧିକ ବୟସର ଲୋକମାନଙ୍କର ଆଧାର ପଞ୍ଜୀକରଣ କାର୍ଯ୍ୟ ପରିଚାଳନା କରୁଥିଲେ । ତେବେ ଜୁନ୍ ୨୦୧୬ ପରଠୁ ଓଡ଼ିଶା ସରକାରଙ୍କ ଡେଇଟି (DeitY) ଦ୍ୱାରା ଓଡ଼ିଶାକୁ ଏକ ମଲ୍ଟି ରେଜିଷ୍ଟ୍ରାର୍ ୟୁଆଇଡି ରାଜ୍ୟ ଭାବେ ଘୋଷଣା କରାଯାଇଛି ।

କ୍ଷେତ୍ର ସ୍ତରରେ ଲୋକମାନଙ୍କର ଆଧାର ପଞ୍ଜୀକରଣ କାର୍ଯ୍ୟ କରିବା ଲାଗି ଓକାକ୍ (ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର)କୁ ୟୁଆଇଡିଏଆଇ (UIDAI)ର ରାଜ୍ୟ ରେଜିଷ୍ଟ୍ରାର୍ ଓ ପଞ୍ଜୀକରଣ ସଂସ୍ଥା ଭାବେ ନିଯୁକ୍ତ କରାଯାଇଛି ।