ଆଧାରକୁ ମୂଳ କରି ସେବା ସୁବିଧା ପ୍ରଦାନ କରିବା କାର୍ଯ୍ୟ ଚଳାଇବା ପାଇଁ ବିଭିନ୍ନ ସେବା ପ୍ରଦାନକାରୀ ବିଭାଗମାନଙ୍କୁ ଆଧାର ଭିତ୍ତିକ ପ୍ରମାଣୀକରଣ ସେବା ଯୋଗାଇଦେବା ନିମନ୍ତେ ୟୁଆଇଡିଏଆଇ (UIDAI)ଦ୍ୱାରା ଓକାକ୍ (OCAC)କୁ ପ୍ରମାଣୀକରଣ ୟୁଜର୍ସ ଏଜେନ୍ସି ଭାବେ ନିଯୁକ୍ତ କରାଯାଇଛି । ନିରାପଦ ଏବଂ ଖୁବ୍ ଶୀଘ୍ର ପ୍ରମାଣୀକରଣ ସେବା ଯୋଗାଇଦେବା ନିମନ୍ତେ ଏହି ସେବା ବ୍ୟବସ୍ଥା ଅନୁଯାୟୀ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର ବା ଓକାକ୍ ସଂସ୍ଥା ୟୁଆଇଡିଏଆଇ (UIDAI)ର ମନୋନୟନ ଦ୍ୱାରା ତାଲିକାଭୁକ୍ତ ହୋଇଥିବା ପ୍ରମାଣୀକରଣ ସେବା ସଂସ୍ଥା (ASA) ଜରିଆରେ ୟୁଆଇଡିଏଆଇ (UIDAI)ର କେନ୍ଦ୍ରୀୟ ପରିଚୟ ତଥ୍ୟାଗାର (CIDR) ସହିତ ସଂଯୁକ୍ତ ହୋଇ ରହିଛି । ସେବାକାର୍ଯ୍ୟର ଆବଶ୍ୟକତାକୁ ଆଖି ଆଗରେ ରଖି ଆଧାର ନମ୍ବର ସହିତ ବିଭିନ୍ନ ପ୍ରକାର ଚିହ୍ନଟକାରୀ ବ୍ୟବସ୍ଥାର ଉପଯୋଗ କରାଯାଇପାରିବ । ଟିପଚିହ୍ନ, ଆଇରିସ୍ ଦାଗ ଇତ୍ୟାଦି ବାୟୋମେଟ୍ରିକ୍ ପରିଚୟ ଏବଂ/ବା ନାମ, ଜନ୍ମ ତାରିଖ, ବାସସ୍ଥାନର ଠିକଣା ପ୍ରଭୃତି ଡେମୋଗ୍ରାଫି ଅର୍ଥାତ୍ ଜନ ପରିସଂଖ୍ୟାନ ସମ୍ବନ୍ଧୀୟ ତଥ୍ୟ ସୂଚନା ଏବଂ/ବା ବ୍ୟକ୍ତିଗତ ପିନ୍ (PIN) ଅଥବା ଓଟିପି (One Time PIN) ଆଦି ବିଷୟର ମିଶ୍ରଣ ହୋଇପାରେ ।