ସୂଚନା ପ୍ରଯୁକ୍ତି ଟାୱାର୍
- IT ପଦୋନ୍ନତି
- ସୂଚନା ପ୍ରଯୁକ୍ତି ଟାୱାର୍
- ଫର୍ଚ୍ୟୁନ୍ ଟାୱାର୍– ଫର୍ଚ୍ୟୁନ୍ ଟାୱାର୍ ହେଉଛି ‘ଇଡ୍କୋ’ର ସୂଚନା ପ୍ରଯୁକ୍ତି ମୂଳକ ଆଉ ଗୋଟିଏ ପ୍ରକଳ୍ପ । ରାଜଧାନୀ ଭୁବନେଶ୍ୱରର ଏକ ମୁଖ୍ୟ ସ୍ଥଳରେ ୦୩.୬୧ ଏକର ପରିମିତ ଜମି ଉପରେ ଠିଆ ହୋଇଥିବା ଏହି ଟାୱାର୍ ହେଉଛି ୭ ମହଲା ବିଶିଷ୍ଟ ଏକ ଅଟ୍ଟାଳିକା ।
- ୫୧ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯାଇ ୩.୫ ଲକ୍ଷ ବର୍ଗଫୁଟ ସହରାଧିକୃତ ଅଂଚଳରେ ନିର୍ମିତ
- ୨.୯୧ ଲକ୍ଷ ବର୍ଗଫୁଟ ସହରାଧିକୃତ ଅଂଚଳ ଭଡ଼ାରେ ଲଗାଯାଇଛି
- ଭଡ଼ାରେ ରିଲାଏନ୍ସ, ଟାଟା ଟେଲିସର୍ଭିସ୍, ଏସ୍ଟିପିଆଇ, ଓପିଜିସି ପ୍ରଭୃତି ପ୍ରମୁଖ ପ୍ରତିଷ୍ଠାନ କାର୍ଯ୍ୟ କରୁଛନ୍ତି
- ବିଭିନ୍ନ ପ୍ରତିଷ୍ଠାନମାନଙ୍କ ଦ୍ୱାରା ଅଟ୍ଟାଳିକାର ସମସ୍ତ ସ୍ଥାନ ପୂରଣ ହୋଇ ରହିଛି
- ଟାୱାର୍ ୨୦୦୦ – ଇଡ୍କୋ ସହିତ ମିଶି ଇଲେକ୍ଟ୍ରୋନିକ୍ ଓ ସୂଚନା ପ୍ରଯୁକ୍ତି ବିଭାଗ ଟାୱାର୍ ୨୦୦୦ର ନିର୍ମାଣ କରିଥିଲା । ଯେଉଁସବୁ ପ୍ରକଳ୍ପ ଗୁଡ଼ିକୁ ସଙ୍ଗେସଙ୍ଗେ କାର୍ଯ୍ୟକାରୀ କରିବାକୁ ପଡ଼ିଥାଏ ସେମାନଙ୍କୁ ଟାୱାର୍ ୨୦୦୦ ମଧ୍ୟରେ ଇଡ୍କୋ ସ୍ଥାନ ଯୋଗାଇ ଦେଇଥାଏ ।
-
- ମୁଖ୍ୟତଃ ସୂଚନା ପ୍ରଯୁକ୍ତି ଏବଂ ବିପିଓ ଷ୍ଟାର୍ଟ୍-ଅପ୍ ଦ୍ୱାରା ଟାୱାର୍ ୨୦୦୦ ଅଟ୍ଟାଳିକା ସଂପୂର୍ଣ୍ଣ ଭାବେ ପୂରଣ ହୋଇରହିଛି
- ଭୁବନେଶ୍ୱରଠାରେ ଅବସ୍ଥିତ ଏହା ଏକ ୭ ମହଲା ବିଶିଷ୍ଟ କୋଠା
- ମଂଚେଶ୍ୱର ଶିଳ୍ପ ଅଂଚଳ
- ୯୪୦୦୦ ବର୍ଗଫୁଟ ପରିମିତ ଉକ୍ରୃଷ୍ଟ ସହରାଧିକୃତ ଅଂଚଳ
- ମୁଖ୍ୟତଃ ସୂଚନା ପ୍ରଯୁକ୍ତି ଏବଂ ବିପିଓ ଷ୍ଟାର୍ଟ୍-ଅପ୍ ଦ୍ୱାରା ସଂପୂର୍ଣ୍ଣ ରୂପେ ପୂରଣ ହୋଇରହିଛି