ସୂଚନା ପ୍ରଯୁକ୍ତି ପାର୍କ୍
- IT ପଦୋନ୍ନତି
- ସୂଚନା ପ୍ରଯୁକ୍ତି ପାର୍କ୍
ସୂଚନା ପ୍ରଯୁକ୍ତି (IT) / ଆଇଟିଇଏସ୍ ଏସ୍ଇଜେଡ଼୍ – ଇଡ୍କୋ ସହ ମିଶି ଇଲେକ୍ଟ୍ରାନିକ୍ସ ଓ ସୂଚନା ପ୍ରଯୁକ୍ତି (E & IT) ବିଭାଗ ୪୫୦ ଏକର ପରିବ୍ୟାପ୍ତ ଅଂଚଳରେ ୨ ଗୋଟି ସୂଚନା ପ୍ରଯୁକ୍ତି(IT) / ଆଇଟିଇଏସ୍ ଏସ୍ଇଜେଡ଼୍ ନିର୍ମାଣ କରିଛି
ଇନ୍ଫୋ ସିଟି
ସୂଚନା ପ୍ରଯୁକ୍ତି ସଂପର୍କିତ ଶିଳ୍ପ ଉଦ୍ୟୋଗ ପ୍ରତି ବିଶେଷ ଗୁରୁତ୍ୱ ଆରୋପ କରି ରପ୍ତାନୀ ଭିତ୍ତିକ ଶିଳ୍ପ ଉଦ୍ୟୋଗ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଉଚ୍ଚ ଗୁଣମାନ ସଂପନ୍ନ ଭିତ୍ତିଭୂମି ସୁଯୋଗ ସୃଷ୍ଟି କରିବା ପାଇଁ ରପ୍ତାନୀ ପ୍ରୋତ୍ସାହନ ଶିଳ୍ପ ପାର୍କ (EPIT) କାର୍ଯ୍ୟକ୍ରମ ଅଧୀନରେ ଇନ୍ଫୋସିଟି, ଭୁବନେଶ୍ୱରକୁ ଗୋଟିଏ ପଞ୍ଚତାରକା ବିଶିଷ୍ଟ ପାର୍କ ଭାବେ ପରିକଳ୍ପନା କରାଯାଇଥିଲା
- ଯେଉଁ ଶିଳ୍ପ ଉଦ୍ୟୋଗମାନେ ନିଜର କୋଠା ନିର୍ମାଣ କରିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ସେମାନଙ୍କୁ ଇଡ୍କୋ ଇନ୍ଫୋସିଟିଠାରେ ଆବଶ୍ୟକୀୟ ଜମି ଯୋଗାଇ ଦେଇଥାଏ
- ଯେଉଁସବୁ କମ୍ପାନୀମାନେ ଇନ୍ଫୋସିଟିରେ ଉପସ୍ଥିତ ଅଛନ୍ତି ସେମାନେ ହେଲେ –
- ଉଇପ୍ରୋ
- ଇନ୍ଫୋସିସ୍
- ମାଇଣ୍ଡଟ୍ରି
- ଟିସିଏସ୍
- ଇଏସ୍ଏସ୍
- କଳିଙ୍ଗସଫ୍ଟ
- ସ୍ପାର୍କ (SPARC)
- ଅବସିସ୍
ଇନ୍ଫୋ ଭେଲି (Info Valley)
- ଆଇଟିଆଇଆର୍, ଭୁବନେଶ୍ୱରଠାରେ ଗୋଟିଏ ୬୧୩ ଏକର ପାର୍ସଲ୍ ଉପରେ ପରିକଳ୍ପନା କରାଯାଇଛି
- ସୂଚନା ପ୍ରଯୁକ୍ତି ସେଜ୍ (IT SEZ) ଭାବେ୨୬୨ ଏକର ବିଜ୍ଞାପିତ
- ୩୫ ଏକର ବ୍ୟବସାୟ ପାର୍କ
- ଇଏସ୍ଡିଏମ୍ ପାର୍କ ସକାଶେ ୧୭୦ ଏକର ଜମି ପ୍ରସ୍ତାବିତ
- ୧୧୩ ଏକର ଖୋଲା ସବୁଜ ଅଂଚଳ
- ଜୁରଙ୍ଗ୍ କନ୍ସଲଟାନ୍ସ ପ୍ରାଇଭେଟ୍ ଲିମିଟେଡ଼୍, ସିଙ୍ଗାପୁର ଦ୍ୱାରା ମାଷ୍ଟର୍ ପ୍ଲାନ୍ କାର୍ଯ୍ୟ ସଂପନ୍ନ କରାଯାଇଛି ।
- ଇନ୍ଫୋସିସ୍ ଲିମିଟେଡ଼୍ – ଦ୍ୱିତୀୟ ବିକାଶ କେନ୍ଦ୍ରରେ ଆଇଟି ସେଜ୍ (IT SEZ)ରେ ଆଂକର୍ ଟେନାଂଟ୍ କାର୍ଯ୍ୟ କରୁଛି
- ପାର୍କରେ ପୁଞ୍ଜି ନିବେଶ ସକାଶେ ସିଂଚୁ ବିଜ୍ଞାନ ପାର୍କ, ତାଇୱାନ୍ ସହିତ ଓଡ଼ିଶା ସରକାରଙ୍କ ସହଯୋଗ
- ଇନ୍ଫୋ ଭେଲି (Info Valley)ରେ ପୁଞ୍ଜି ନିବେଶ ନିମନ୍ତେ ଇଡ୍କୋ ଆଗକୁ ଯୋଜନା କରୁଛି
- ସେଜ୍ / ଅଣସେଜ୍ ମଧ୍ୟରେ ସଂସ୍ଥା ସମୂହ
- ଇଏସ୍ଡିଏମ୍ ପାର୍କରେ ଇଏସ୍ଡିଏମ୍ ପୁଞ୍ଜି ନିବେଶକ ସମୂହ
- ଭିତ୍ତିଭୂମି ନିର୍ମାତା – ସହରାଧିକୃତ ସ୍ଥାନ, ସାମାଜିକ ଭିତ୍ତିଭୂମି ଇତ୍ୟାଦିର ବିକାଶ ନିମନ୍ତେ ସହନିର୍ମାତାଗଣ