ସୂଚନା ପ୍ରଯୁକ୍ତିଗତ ନିବେଶପାଇଁ ପ୍ରୋତ୍ସାହନ
- IT ପଦୋନ୍ନତି
- ସୂଚନା ପ୍ରଯୁକ୍ତିଗତ ନିବେଶପାଇଁ ପ୍ରୋତ୍ସାହନ
ରାଜ୍ୟରେ ସୂଚନା ପ୍ରଯୁକ୍ତିର ପ୍ରୋତ୍ସାହନ ଓ ଉନ୍ନତୀକରଣ ପାଇଁ ସରକାର ସୂଚନା ପ୍ରଯୁକ୍ତି ବିଭାଗରେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ସୂଚନା ପ୍ରଯୁକ୍ତି କ୍ଷେତ୍ରକୁ ଗୋଟିଏ ଅଗ୍ରାଧିକାର କ୍ଷେତ୍ର ରୂପେ ମାନ୍ୟତା ପ୍ରଦାନ କରାଯାଇଛି । ହାଡୱେର୍ ଓ ସଫ୍ଟୱେର୍ ସାମଗ୍ରୀ କିଣିବା ଉଦ୍ଦେଶ୍ୟରେ ନିଜ ନିଜ ବାର୍ଷିକ ବଜେଟ୍ରେ ଶତକଡ଼ା ୩ ଭାଗ ଅର୍ଥ ନିଶ୍ଚିତ ରୂପେ ବରାଦ କରିବା ପାଇଁ ସରକାର ସମସ୍ତ ବିଭାଗ ପ୍ରତି ନିର୍ଦ୍ଦେଶ ଜାରି କରିଛନ୍ତି । ସରକାରୀ ଟେଣ୍ଡର୍ କ୍ଷେତ୍ରରେ ସ୍ଥାନୀୟ ସୂଚନା ପ୍ରଯୁକ୍ତି ଓ ଆଇଟିଇଏସ୍ ସଂସ୍ଥାଗୁଡ଼ିକ ନିମନ୍ତେ ଶତକଡ଼ା ୧୦ ଭାଗର ମୂଲ୍ୟାନ୍ତର ରିହାତି ପ୍ରଦାନ କରାଯିବ । କମ୍ପ୍ୟୁଟର ବ୍ୟବହାର ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ପରିଚିତ କରାଇବା ପାଇଁ ବିଦ୍ୟାଳୟ ଓ କଲେଜ ସ୍ତରରେ ସୂଚନା ପ୍ରଯୁକ୍ତି ସାକ୍ଷରତା କାର୍ଯ୍ୟକ୍ରମ ପ୍ରଚଳନ କରାଯାଇଛି । ସୂଚନା ପ୍ରଯୁକ୍ତି ବିଭାଗ ମଧ୍ୟ ଅନ୍ୟ ବିଭିନ୍ନ ବିଭାଗରେ ସରକାରୀ କର୍ମଚାରୀମାନଙ୍କ ସକାଶେ ତାଲିମ କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନା କରୁଛି ।
ରାଜ୍ୟରେ ସୂଚନା ପ୍ରଯୁକ୍ତିର ପ୍ରୋତ୍ସାହନ ସକାଶେ କକ୍ଷ ନିମ୍ନଲିଖିତ ପଦକ୍ଷେପ ସବୁ ଗ୍ରହଣ କରିବ –
- ଅନ୍ୟାନ୍ୟ ରାଜ୍ୟର ବର୍ତ୍ତମାନ ପ୍ରଚଳିତ ସୂଚନା ଯୋଗାଯୋଗ ପ୍ରଯୁକ୍ତି (ICT) ନୀତି ସହିତ ଓଡ଼ିଶାରେ ବର୍ତ୍ତମାନ ପ୍ରଚଳିତ ସୂଚନା ଯୋଗାଯୋଗ ପ୍ରଯୁକ୍ତି (ICT) ନୀତିର ଏକ ତୁଳନାତ୍ମକ ଅଧ୍ୟୟନ ଏବଂ SWOT ବିଶ୍ଳେଷଣ ଜରିଆରେ ରାଜ୍ୟର ଗୋଟିଏ ପ୍ରତିଯୋଗିତାମୂଳକ ସ୍ଥିତି ସୃଷ୍ଟି କରିବା ଲାଗି ପ୍ରସ୍ତାବନା ।
- ସାମଗ୍ରିକ ଶିଳ୍ପଗତ ଓ ସୂଚନା ପ୍ରଯୁକ୍ତି ପରିସ୍ଥିତି ସହିତ ମେଳ ରଖିବା ପାଇଁ ସମୟ ଅନୁଯାୟୀ ନୀତିରେ ଆବଶ୍ୟକ ହେଉଥିବା ପରିବର୍ତ୍ତନ ଓ ସଂଶୋଧନ ସକାଶେ ପ୍ରସ୍ତାବ ।
- ଆଂଚଳିକ, ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ବଛା ବଛା ସୂଚନା ପ୍ରଯୁକ୍ତି (IT) ସମାରୋହ ଯଥା: - ସମ୍ମିଳନୀ, ଆଲୋଚନା ସଭା, କର୍ମଶାଳା, ପ୍ରଦର୍ଶନୀ, ବିତର୍କ, ବାଣିଜ୍ୟ ମେଳା ପ୍ରଭୃତିରେ ଅଂଶଗ୍ରହଣ ।
- ଦେଶର ପ୍ରମୁଖ ସୂଚନା ପ୍ରଯୁକ୍ତି (IT) ବା ଆଇଟିଇଏସ୍ କେନ୍ଦ୍ର ଏବଂ ଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପ, ଦୁବାଇ, ଅଷ୍ଟ୍ରେଲିଆ ପ୍ରଭୃତି ଚିହ୍ନଟ କରାଯାଇଥିବା କେତେକ ବାହାର ଦେଶମାନଙ୍କରେ ରୋଡ୍ସୋ (road-show), ନିବେଶକମାନଙ୍କ ସମାବେଶ ଆଦିର ଆୟୋଜନ ।
- ଅନ୍ତତଃପକ୍ଷେ ପ୍ରତି ଦୁଇ ବର୍ଷରେ ଥରେ ରାଜ୍ୟ ରାଜଧାନୀ ଭୁବନେଶ୍ୱର କିମ୍ବା ରାଉରକେଲା, ବ୍ରହ୍ମପୁର ଓ ସମ୍ବଲପୁର ଭଳି ସୂଚନା ପ୍ରଯୁକ୍ତି (IT) କ୍ଷେତ୍ରର ଅନ୍ୟାନ୍ୟ ଉଦୀୟମାନ ଲକ୍ଷ୍ୟସ୍ଥଳମାନଙ୍କରେ ଗୋଟିଏ ନିବେଶକମାନଙ୍କ ସାକ୍ଷାତ ସମାବେଶ ଏବଂ/ଅଥବା ଗୋଟିଏ ବୃହତ୍ ଧରଣରସୂଚନା ପ୍ରଯୁକ୍ତି (IT) ସମାରୋହର ଆୟୋଜନ ।
- ଆଇଟି/ଆଇଟିଇଏସ୍ କ୍ଷେତ୍ରରେ ସମନ୍ୱୟମୂଳକ ଏବଂ ସମ୍ମିଳିତ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଓ କାର୍ଯ୍ୟକ୍ରମ ଗ୍ରହଣ କରିବା ନିମନ୍ତେ ଇଡ୍କୋ, ଇପିକଲ୍, ପର୍ଯ୍ୟଟନ ବିଭାଗ, ବିଜ୍ଞାନ ଓ ବୈଷୟିକ ବିଦ୍ୟା ବିଭାଗ, ସୂଚନା ଓ ଲୋକ ସଂପର୍କ ବିଭାଗ, ଓଡ଼ିଶା ନିବେଶ ଓ ରପ୍ତାନୀ ବିକାଶ କାର୍ଯ୍ୟାଳୟ (OIETO), ନୂଆଦିଲ୍ଲୀ ଇତ୍ୟାଦି ଭଳି ଅନ୍ୟାନ୍ୟ ରାଜ୍ୟ ସରକାରୀ ସଂସ୍ଥାମାନଙ୍କ ସହିତ ଯୋଗସୂତ୍ର ସ୍ଥାପନ ।
- ଆଇଟି/ଆଇଟିଇଏସ୍ କ୍ଷେତ୍ରରେ ସମନ୍ୱୟମୂଳକ ଏବଂ ସମ୍ମିଳିତ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଓ କାର୍ଯ୍ୟକ୍ରମ ଗ୍ରହଣ କରିବା ନିମନ୍ତେ ଭାରତ ସରକାରଙ୍କ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ମନ୍ତ୍ରଣାଳୟ ତଥା ଏସ୍ଟିପିଆଇ (STPI), ଇଏସ୍ସି (ESC), ସିଡିଏସି (CDAC), ଆଇଇଏସ୍ଏ (IESA) ଏବଂ ଏନ୍ଆଇଏସ୍ଜି (NISG) ଇତ୍ୟାଦି ଅନ୍ୟାନ୍ୟ ସଂସ୍ଥା ସମୂହ ସହିତ ସଂପର୍କ ସ୍ଥାପନ ।
- ରାଜ୍ୟ ସରକାରଙ୍କ ପୋର୍ଟାଲ୍ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ବୈଷୟିକ ନିର୍ଦ୍ଦେଶାଳୟର ୱେବ୍ସାଇଟ୍ www.ocac.inରେ ରାଜ୍ୟ ସହ ସଂପର୍କିତ ସମସ୍ତ ଆଇଟି ଓ ଆଇଟିଇଏସ୍ ସୂଚନା ଓ ତଥ୍ୟାବଳୀ ପ୍ରଭୃତି ଯେପରି ସହଜରେ ମିଳିପାରିବ ତାହାର ନିଶ୍ଚୟତା ।
- ଆଇଟି ଓ ଆଇଟିଇଏସ୍ ସମାରୋହମାନଙ୍କରେ ବିତରଣ କରିବା ଉଦ୍ଦେଶ୍ୟରେ କ୍ଷୁଦ୍ର ପୁସ୍ତିକା, ସିଡି ଆଦି ବିଶ୍ୱ ସ୍ତରୀୟ ଉକ୍ରୃଷ୍ଟ ମାନର ପ୍ରୋତ୍ସାହନମୂଳକ ସାମଗ୍ରୀ ପ୍ରସ୍ତୁତ କରିବା ସଙ୍ଗେ ସଙ୍ଗେ ସଠିକ ସମୟ ବ୍ୟବଧାନରେ ସେଗୁଡ଼ିକର ନବୀକରଣ କାର୍ଯ୍ୟ ।
- ବିଭିନ୍ନ ଗଣ ମାଧ୍ୟମ ଓ ଇଲେକ୍ଟ୍ରୋନିକ୍ ମିଡ଼ିଆ ସାହାଯ୍ୟରେ ପ୍ରୋତ୍ସାହନମୂଳକ ପ୍ରଚାର ଅଭିଯାନ ଚଳାଇବା ପାଇଁ ସେହି ସମ୍ବନ୍ଧୀୟ ଟିକିନିଖି କାର୍ଯ୍ୟକ୍ରମ ପ୍ରସ୍ତୁତି । ଗଣମାଧ୍ୟମ କାର୍ଯ୍ୟ ପରିଚାଳନା କରିବା ପାଇଁ ଜଣେ ଉପଯୁକ୍ତ ପରାମର୍ଶଦାତାଙ୍କୁ ନିଯୁକ୍ତି ପ୍ରଦାନ ।
- ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି (E&IT) ବିଭାଗ ବଜେଟ୍ରେ ଆବଶ୍ୟକୀୟ ଆର୍ଥିକ ଅନୁମୋଦନ, ମଞ୍ଜୁରି ଓ ବରାଦ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ଲାଗି ଯଥେଷ୍ଟ ପୂର୍ବରୁ କକ୍ଷର ପ୍ରତ୍ୟେକ କାର୍ଯ୍ୟକଳାପ ଏବଂ କାର୍ଯ୍ୟକ୍ରମ ପାଇଁ ଗୋଟିଏ ବାସ୍ତବଧର୍ମୀ ବାର୍ଷିକ ବଜେଟ୍ରେ ପ୍ରସ୍ତୁତି ।
- କର୍ମଚାରୀମାନଙ୍କର ବିଭିନ୍ନ ତାଲିମ ଆବଶ୍ୟକତାଗୁଡ଼ିକୁ ଚିହ୍ନଟ କରିବା ସଙ୍ଗେ ସଙ୍ଗେ ବିଶେଷ ଜ୍ଞାନ ନୈପୁଣ୍ୟ ସୃଷ୍ଟି କରିବା ପାଇଁ, ଏବଂ ପ୍ରୋତ୍ସାହନମୂଳକ କୌଶଳ, ପ୍ରତିଯୋଗିତାମୂଳକ ସୁବିଧା ସୁଯୋଗ, ବ୍ରାଣ୍ଡ୍ ଇକ୍ୱିଟି ଏବଂ ସ୍ଥାନାପନ୍ନତା ଓ ପୁଞ୍ଜି ନିବେଶ ପ୍ରୋତ୍ସାହନ ଭଳି କ୍ଷେତ୍ରରେ କୌଶଳ ସୃଷ୍ଟି କରିବା ପାଇଁ ସ୍ୱଳ୍ପ ସମୟ ପାଠ୍ୟକ୍ରମ ନିମନ୍ତେ ପ୍ରସ୍ତାବନା ।
- ସାଧାରଣ ଭାବେ ସାମଗ୍ରିକ ଶିଳ୍ପ ସମ୍ବନ୍ଧୀୟ ଘଟଣାକ୍ରମ ଏବଂ ନିର୍ଦ୍ଧିଷ୍ଟ ଭାବେ ଆଇଟି, ଆଇଟିଇଏସ୍ ଏବଂ ଇଏସ୍ଡିଏମ୍ର ବିଭିନ୍ନ ଘଟଣାକ୍ରମ ବିଷୟରେ ସଦ୍ୟଜ୍ଞାତ ହୋଇ ରହିବା ପାଇଁ ନାସ୍କମ୍, ସିଆଇଆଇ, ଆଇଏସ୍ଏ ଏବଂ ଅନ୍ୟାନ୍ୟ ଶିଳ୍ପ ଭିତ୍ତିକ ସଭାମଂଚ ଭଳି ସଂସ୍ଥାମାନଙ୍କ ଦ୍ୱାରା ଆଇଟି, ଆଇଟିଇଏସ୍ ଏବଂ ଇଏସ୍ଡିଏମ୍ ଉପରେ ଆୟୋଜନ କରାଯାଉଥିବା କ୍ଷେତ୍ରୀୟ ସାକ୍ଷାତ ସମାବେଶମାନଙ୍କରେ ଯୋଗଦାନ ।
- ନୀତି, କାର୍ଯ୍ୟକ୍ରମ, କାର୍ଯ୍ୟ କୌଶଳ ଏବଂ କର୍ମ ଯୋଜନା ପ୍ରସ୍ତୁତ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗମାନଙ୍କରେ ଯେତେବେଳେ ଯେମିତି ଆବଶ୍ୟକ ହେବ ସେହି ଅନୁସାରେ ପରାମର୍ଶଦାତା ନିଯୁକ୍ତି ।
- ରାଜ୍ୟକୁ ପରିଦର୍ଶନରେ ଆସୁଥିବା ଗୁରୁତ୍ୱପୂର୍ଣ୍ଣ ଅତିଥି, ସମ୍ଭାବ୍ୟ ପୁଞ୍ଜି ନିବେଶକ ତଥା ପଦସ୍ଥ ସରକାରୀ କର୍ମଚାରୀମାନଙ୍କ ସୁରକ୍ଷା ସକାଶେ ଅଙ୍ଗରକ୍ଷା ସେବା ସୁବିଧା ପ୍ରଦାନ ।
- ସ୍ଥାନୀୟ ଶିଳ୍ପ ଏବଂ ରାଜ୍ୟ ମଧ୍ୟରେ ବିକାଶ ପ୍ରତି ପ୍ରାଧାନ୍ୟ ଦେଇ ଆଇଟି ଓ ଆଇଟିଇଏସ୍ କ୍ଷେତ୍ରରେ ଘଟୁଥିବା ବିଭିନ୍ନ ପ୍ରସଙ୍ଗ ତଥା କାର୍ଯ୍ୟକ୍ରମ ସଂପର୍କରେ ଗୋଟିଏ ମାସିକ ପତ୍ରିକା (Newsletter) ପ୍ରକାଶନ ।