ଶିଳ୍ପ ସୁଗମୀକରଣ
- IT ପଦୋନ୍ନତି
- ଶିଳ୍ପ ସୁଗମୀକରଣ
ରାଜ୍ୟରସୂଚନା ପ୍ରଯୁକ୍ତି ବିଭାଗର ପ୍ରଶାସନିକ ନିୟନ୍ତ୍ରଣ ଅଧୀନରେ ପରିଚାଳିତ ହୋଇ ଓକାକ୍ର ଶିଳ୍ପ ସୁଗମୀକରଣ ଓ ସୂଚନା ପ୍ରଯୁକ୍ତି ବିକାଶକକ୍ଷ (Industry Facilitation and IT Promotion Cell) ଉପଯୁକ୍ତ ସୂଚନା ପ୍ରଯୁକ୍ତି ସଂସ୍ଥା ସମୂହ ନିମନ୍ତେ ପ୍ରୋତ୍ସାହନ ଯୋଜନାଗୁଡ଼ିକର ତାଲିକାଭୁକ୍ତ ଓ ପରିଚାଳନା କାର୍ଯ୍ୟ ସଂପନ୍ନ କରିଥାଏ । ଜାନୁଆରି ୧୧, ୨୦୦୫ରେ ସରକାରଙ୍କ କର୍ଯ୍ୟାଳୟ ଆଦେଶ ସଂଖ୍ୟା: ଆଇଟି-ଇ-୨୬/୨୦୩/୧୧୦/ଆଇଟି ଅନୁଯାୟୀ ଶିଳ୍ପ ସୁଗମୀକରଣ ଓ ସୂଚନା ପ୍ରଯୁକ୍ତି ବିକାଶ କକ୍ଷକୁ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର ବା ଓକାକ୍ ଠାରେ କାର୍ଯ୍ୟକାରୀ କରାଗଲା ।
ସୂଚନା ପ୍ରଯୁକ୍ତି ବା ଆଇଟି, ଆଇଟିଇଏସ୍ ଓ ଇଏସ୍ଡିଏମ୍ କ୍ଷେତ୍ରରେ ଥିବା ବୃହତ୍ ଶିଳ୍ପ ସଂସ୍ଥାଗୁଡ଼ିକ ପୁଞ୍ଜି ନିବେଶ ପାଇଁ ଓଡ଼ିଶାକୁ ଯେପରି ନିଜର ଚୂଡ଼ାନ୍ତ ଲକ୍ଷ୍ୟସ୍ଥଳ ରୂପେ ବାଛିବେ ତାହା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସବୁଠାରୁ ଉତ୍ତମ ଭିତ୍ତିଭୂମି ତଥା ସହାୟତା ଯୋଗାଇଦେବା ଲାଗି ଓଡ଼ିଶାର ସାମର୍ଥ୍ୟ ଏବଂ ଓଡ଼ିଶା ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ସମୂହର ଚିହ୍ନଟ କରି ସୂଚନା ଯୋଗାଯୋଗ ପ୍ରଯୁକ୍ତି (ICT) କ୍ଷେତ୍ର ସକାଶେ ଏକ ପେ୍ରାତ୍ସାହନମୂଳକ ତଥା ସଚେତନତା କର୍ଯ୍ୟନୀତି ପ୍ରସ୍ତୁତ ଓ ବିକଶିତ କରିବା ହେଉଛି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି (E&IT) ବିଭାଗର ଅନ୍ୟତମ ପ୍ରମୁଖ କାର୍ଯ୍ୟ । ଦେଶ ମଧ୍ୟରେ ଥିବା ଇଏସ୍ଡିଏମ୍, ଆଇଟି ଓ ଆଇଟିଇଏସ୍ କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପାଇଁ ଓଡ଼ିଶା ଯେପରି ଗୋଟିଏ ଅତି ଆକର୍ଷଣୀୟ ଲକ୍ଷ୍ୟସ୍ଥଳରେ ପରିଣତ ହୋଇପାରିବ ତାହା ସମ୍ଭବ କରିବା ଲାଗି ପେ୍ରାତ୍ସାହନ ସମୂହର ଏକ ପ୍ୟାକେଜ୍ ପ୍ରସ୍ତୁତ କରିବା ହେଉଛି ଲକ୍ଷ୍ୟ । କକ୍ଷରେ ଯେଉଁସବୁ କାର୍ଯ୍ୟକଳାପର ପରିକଳ୍ପନା କରାଯାଇଛି ତା’ ମଧ୍ୟରେ ଉପଯୁକ୍ତ ସୂଚନା ଯୋଗାଯୋଗ ପ୍ରଯୁକ୍ତି (ICT) ସଂସ୍ଥାଗୁଡ଼ିକୁ ପ୍ରୋତ୍ସାହ ରାଶି ପ୍ରଦାନ କରିବା, ସୂଚନା ଯୋଗାଯୋଗ ପ୍ରଯୁକ୍ତି (ICT) ନୀତି ୨୦୧୪ ଅନୁଯାୟୀ ପରିଚାଳନା କରିବା କାର୍ଯ୍ୟ ଅନ୍ତର୍ଭୁକ୍ତ ରହିଛି ।
ପ୍ରମୁଖ କାର୍ଯ୍ୟକଳାପଗୁଡ଼ିକ ହେଉଛି ଏହିପରି –
- ଅନ୍ୟାନ୍ୟ ରାଜ୍ୟର ବର୍ତ୍ତମାନ ପ୍ରଚଳିତ ସୂଚନା ଯୋଗାଯୋଗ ପ୍ରଯୁକ୍ତି (ICT) ନୀତି ସହିତ ଓଡ଼ିଶାରେ ବର୍ତ୍ତମାନ ପ୍ରଚଳିତ ସୂଚନା ଯୋଗାଯୋଗ ପ୍ରଯୁକ୍ତି (ICT) ନୀତିର ଏକ ତୁଳନାତ୍ମକ ଅଧ୍ୟୟନ ଏବଂ SWOT ବିଶ୍ଳେଷଣ ଜରିଆରେ ରାଜ୍ୟର ଗୋଟିଏ ପ୍ରତିଯୋଗିତାମୂଳକ ସ୍ଥିତି ସୃଷ୍ଟି କରିବା ଲାଗି ପ୍ରସ୍ତାବନା ।
- ସାମଗ୍ରିକ ଶିଳ୍ପଗତ ଓ ସୂଚନା ପ୍ରଯୁକ୍ତି ପରିସ୍ଥିତି ସହିତ ମେଳ ରଖିବା ପାଇଁ ସମୟ ଅନୁଯାୟୀ ନୀତିରେ ଆବଶ୍ୟକ ହେଉଥିବା ପରିବର୍ତ୍ତନ ଓ ସଂଶୋଧନ ସକାଶେ ପ୍ରସ୍ତାବ ।
- ଆଂଚଳିକ, ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ବଛା ବଛା ସୂଚନା ପ୍ରଯୁକ୍ତି (IT) ସମାରୋହ ଯଥା: - ସମ୍ମିଳନୀ, ଆଲୋଚନା ସଭା, କର୍ମଶାଳା, ପ୍ରଦର୍ଶନୀ, ବିତର୍କ, ବାଣିଜ୍ୟ ମେଳା ପ୍ରଭୃତିରେ ଅଂଶଗ୍ରହଣ ।
- ଦେଶର ପ୍ରମୁଖସୂଚନା ପ୍ରଯୁକ୍ତି (IT) ବା ଆଇଟିଇଏସ୍ କେନ୍ଦ୍ର ଏବଂ ଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପ, ଦୁବାଇ, ଅଷ୍ଟ୍ରେଲିଆ ପ୍ରଭୃତି ଚିହ୍ନଟ କରାଯାଇଥିବା କେତେକ ବାହାର ଦେଶମାନଙ୍କରେ ରୋଡ୍ସୋ (road-show), ନିବେଶକ ମାନଙ୍କ ସମାବେଶ ଆଦିର ଆୟୋଜନ ।
- ଅନ୍ତତଃ ପକ୍ଷେ ପ୍ରତି ଦୁଇ ବର୍ଷରେ ଥରେ ରାଜ୍ୟ ରାଜଧାନୀ ଭୁବନେଶ୍ୱର କିମ୍ବା ରାଉରକେଲା, ବ୍ରହ୍ମପୁର ଓ ସମ୍ବଲପୁର ଭଳି ସୂଚନା ପ୍ରଯୁକ୍ତି (IT) କ୍ଷେତ୍ରର ଅନ୍ୟାନ୍ୟ ଉଦୀୟମାନ ଲକ୍ଷ୍ୟସ୍ଥଳମାନଙ୍କରେ ଗୋଟିଏ ନିବେଶକମାନଙ୍କ ସାକ୍ଷାତ ସମାବେଶ ଏବଂ/ଅଥବା ଗୋଟିଏ ବୃହତ୍ ଧରଣର ସୂଚନା ପ୍ରଯୁକ୍ତି (IT) ସମାରୋହର ଆୟୋଜନ ।
- ଆଇଟି/ଆଇଟିଇଏସ୍ କ୍ଷେତ୍ରରେ ସମନ୍ୱୟମୂଳକ ଏବଂ ସମ୍ମିଳିତ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଓ କାର୍ଯ୍ୟକ୍ରମ ଗ୍ରହଣ କରିବା ନିମନ୍ତେ ଇଡ୍କୋ, ଇପିକଲ୍, ପର୍ଯ୍ୟଟନ ବିଭାଗ, ବିଜ୍ଞାନ ଓ ବୈଷୟିକ ବିଦ୍ୟା ବିଭାଗ, ସୂଚନା ଓ ଲୋକ ସଂପର୍କ ବିଭାଗ, ଓଡ଼ିଶା ନିବେଶ ଓ ରପ୍ତାନୀ ବିକାଶ କାର୍ଯ୍ୟାଳୟ (OIEPO), ନୂଆଦିଲ୍ଲୀ ଇତ୍ୟାଦି ଭଳି ଅନ୍ୟାନ୍ୟ ରାଜ୍ୟ ସରକାରୀ ସଂସ୍ଥାମାନଙ୍କ ସହିତ ଯୋଗସୂତ୍ର ସ୍ଥାପନ ।
- ଆଇଟି/ଆଇଟିଇଏସ୍ କ୍ଷେତ୍ରରେ ସମନ୍ୱୟମୂଳକ ଏବଂ ସମ୍ମିଳିତ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଓ କାର୍ଯ୍ୟକ୍ରମ ଗ୍ରହଣ କରିବା ନିମନ୍ତେ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ତଥା ଏସ୍ଟିପିଆଇ (STPI), ଇଏସ୍ସି (ESC), ସିଡିଏସି (CDAC), ଆଇଇଏସ୍ଏ (IESA) ଏବଂ ଏନ୍ଆଇଏସ୍ଜି (NISG) ଇତ୍ୟାଦି ଅନ୍ୟାନ୍ୟ ସଂସ୍ଥା ସମୂହ ସହିତ ସଂପର୍କ ସ୍ଥାପନ ।
- ରାଜ୍ୟ ସରକାରଙ୍କ ପୋର୍ଟାଲ୍ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ବୈଷୟିକ ନିର୍ଦ୍ଦେଶାଳୟର ୱେବ୍ସାଇଟ୍ www.ocac.inରେ ରାଜ୍ୟ ସହ ସଂପର୍କିତ ସମସ୍ତ ଆଇଟି ଓ ଆଇଟିଇଏସ୍ ସୂଚନା ଓ ତଥ୍ୟାବଳୀ ପ୍ରଭୃତି ଯେପରି ସହଜରେ ମିଳିପାରିବ ତାହାର ନିଶ୍ଚୟତା ।
- ଆଇଟି ଓ ଆଇଟିଇଏସ୍ ସମାରୋହମାନଙ୍କରେ ବିତରଣ କରିବା ଉଦ୍ଦେଶ୍ୟରେ କ୍ଷୁଦ୍ର ପୁସ୍ତିକା, ସିଡି ଆଦି ବିଶ୍ୱ ସ୍ତରୀୟ ଉକ୍ରୃଷ୍ଟ ମାନର ପ୍ରୋତ୍ସାହନମୂଳକ ସାମଗ୍ରୀ ପ୍ରସ୍ତୁତ କରିବା ସଙ୍ଗେ ସଙ୍ଗେ ସଠିକ ସମୟ ବ୍ୟବଧାନରେ ସେଗୁଡ଼ିକର ନବୀକରଣ କାର୍ଯ୍ୟ ।
- ବିଭିନ୍ନ ଗଣ ମାଧ୍ୟମ ଓ ଇଲେକ୍ଟ୍ରୋନିକ୍ ମିଡ଼ିଆ ସାହାଯ୍ୟରେ ପ୍ରୋତ୍ସାହନମୂଳକ ପ୍ରଚାର ଅଭିଯାନ ଚଳାଇବା ପାଇଁ ସେହି ସମ୍ବନ୍ଧୀୟ ଟିକିନିଖି କାର୍ଯ୍ୟକ୍ରମ ପ୍ରସ୍ତୁତି । ଗଣମାଧ୍ୟମ କାର୍ଯ୍ୟ ପରିଚାଳନା କରିବା ପାଇଁ ଜଣେ ଉପଯୁକ୍ତ ପରାମର୍ଶଦାତାଙ୍କୁ ନିଯୁକ୍ତି ପ୍ରଦାନ ।
- ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି (E&IT) ବିଭାଗ ବଜେଟ୍ରେ ଆବଶ୍ୟକୀୟ ଆର୍ଥିକ ଅନୁମୋଦନ, ମଞ୍ଜୁରି ଓ ବରାଦ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ଲାଗି ଯଥେଷ୍ଟ ପୂର୍ବରୁ କକ୍ଷର ପ୍ରତ୍ୟେକ କାର୍ଯ୍ୟକଳାପ ଏବଂ କାର୍ଯ୍ୟକ୍ରମ ପାଇଁ ଗୋଟିଏ ବାସ୍ତବଧର୍ମୀ ବାର୍ଷିକ ବଜେଟ୍ର ପ୍ରସ୍ତୁତି ।
- କର୍ମଚାରୀମାନଙ୍କର ବିଭିନ୍ନ ତାଲିମ ଆବଶ୍ୟକତାଗୁଡ଼ିକୁ ଚିହ୍ନଟ କରିବା ସଙ୍ଗେ ସଙ୍ଗେ ବିଶେଷ ଜ୍ଞାନ ନୈପୁଣ୍ୟସୃଷ୍ଟି କରିବା ପାଇଁ, ଏବଂ ପ୍ରୋତ୍ସାହନମୂଳକ କୌଶଳ, ପ୍ରତିଯୋଗିତାମୂଳକ ସୁବିଧା ସୁଯୋଗ, ବ୍ରାଣ୍ଡ୍ ଇକ୍ୱିଟି ଏବଂ ସ୍ଥାନାପନ୍ନତା ଓ ପୁଞ୍ଜି ନିବେଶ ପ୍ରୋତ୍ସାହନ ଭଳି କ୍ଷେତ୍ରରେ କୌଶଳ ସୃଷ୍ଟି କରିବା ପାଇଁ ସ୍ୱଳ୍ପ ସମୟ ପାଠ୍ୟକ୍ରମ ନିମନ୍ତେ ପ୍ରସ୍ତାବନା ।
- ସାଧାରଣ ଭାବେ ସାମଗ୍ରିକ ଶିଳ୍ପ ସମ୍ବନ୍ଧୀୟ ଘଟଣାକ୍ରମ ଏବଂ ନିର୍ଦ୍ଧିଷ୍ଟ ଭାବେ ଆଇଟି, ଆଇଟିଇଏସ୍ ଏବଂ ଇଏସ୍ଡିଏମ୍ର ବିଭିନ୍ନ ଘଟଣାକ୍ରମ ବିଷୟରେ ସଦ୍ୟଜ୍ଞାତ ହୋଇ ରହିବା ପାଇଁ ନାସ୍କମ୍, ସିଆଇଆଇ, ଆଇଏସ୍ଏ ଏବଂ ଅନ୍ୟାନ୍ୟ ଶିଳ୍ପ ଭିତ୍ତିକ ସଭାମଂଚ ଭଳି ସଂସ୍ଥାମାନଙ୍କ ଦ୍ୱାରା ଆଇଟି, ଆଇଟିଇଏସ୍ ଏବଂ ଇଏସ୍ଡିଏମ୍ ଉପରେ ଆୟୋଜନ କରାଯାଉଥିବା କ୍ଷେତ୍ରୀୟ ସାକ୍ଷାତ ସମାବେଶମାନଙ୍କରେ ଯୋଗଦାନ ।
- ନୀତି, କାର୍ଯ୍ୟକ୍ରମ, କାର୍ଯ୍ୟ କୌଶଳ ଏବଂ କର୍ମ ଯୋଜନା ପ୍ରସ୍ତୁତ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗମାନଙ୍କରେ ଯେତେବେଳେ ଯେମିତି ଆବଶ୍ୟକ ହେବ ସେହି ଅନୁସାରେ ପରାମର୍ଶଦାତା ନିଯୁକ୍ତି ।
- ରାଜ୍ୟକୁ ପରିଦର୍ଶନରେ ଆସୁଥିବା ଗୁରୁତ୍ୱପୂର୍ଣ୍ଣ ଅତିଥି, ସମ୍ଭାବ୍ୟ ପୁଞ୍ଜି ନିବେଶକ ତଥା ପଦସ୍ଥ ସରକାରୀ କର୍ମଚାରୀମାନଙ୍କ ପ୍ରତି ସରଳୀକରଣ ସେବା ସୁବିଧା ପ୍ରଦାନ ।