ବିଗତ ଦୁଇ ଦଶନ୍ଧିରୁ ଅଧିକ କାଳ ହେବ ଭାରତ ଉଲ୍ଲେଖନୀୟ ମୋଟ ଘରୋଇ ଉତ୍ପାଦ ବା ଜିଡ଼ିପି ଅଭିବୃଦ୍ଧି ହାର ଦ୍ୱାରା ପରିଚାଳିତ ହୋଇ ଖାଉଟି ଚାହିଦାର କେନ୍ଦ୍ରସ୍ଥଳରେ ପରିଣତ ହୋଇଛି । ଖାଉଟି କ୍ଷେତ୍ରରସମସ୍ତ ବିଭାଗରେ ଚାହିଦା ବୃଦ୍ଧି ପାଇଥିଲା ବେଳେ ଉଚ୍ଚ ବୈଷୟିକ ସାମଗ୍ରୀ ବିଶେଷକରି ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ସମୂହର ଚାହିଦାରେ ବିପୁଳ ପରିମାଣର ବୃଦ୍ଧି ଘଟିଛି । ବର୍ତ୍ତମାନର ହିସାବ ସବୁ ଦେଖିଲେ ଜଣାଯାଏ ଯେ ଦେଶରେ ଇଲେକ୍‌ଟ୍ରୋନିକ୍ସ ହାର୍ଡୱେର୍ ସାମଗ୍ରୀର ଚାହିଦା ଯାହା ୨୦୦୯ରେ ଥିଲା ୪୫ ବିଲିଅନ୍ ଆମେରିକୀୟ ଡଲାର୍ ତାହା ବୃଦ୍ଧି ପାଇ ୨୦୨୦ ବେଳକୁ ୪୦୦ ବିଲିଅନ୍ ଆମେରିକୀୟ ଡଲାର୍ରେ ପରିଣତ ହେବାର ସମ୍ଭାବନା ରହିଛି। (ଉତ୍ସ: ଟାସ୍କ୍ ଫୋର୍ସ୍ ରିପୋର୍ଟ୍)

୨୦୨୦ ମସିହା ବେଳକୁ ଚାହିଦା ଓ ଉତ୍ପାଦନ ମଧ୍ୟରେ ୨୯୬ ଆମେରିକୀୟ ଡଲାର ମୂଲ୍ୟର ତାରତମ୍ୟ ସୃଷ୍ଟି କରି ଉତ୍ପାଦନ ହାର ୧୦୪ ବିଲିଅନ୍ ଆମେରିକୀୟ ଡଲାର୍ ପର୍ଯ୍ୟନ୍ତ ପହଂଚିବ ବୋଲି ହିସାବ ଆକଳନ କରାଯାଏ । ଆଭ୍ୟନ୍ତରୀଣ ଚାହିଦା ପୂରଣ କରିବା ସଙ୍ଗେ ସଙ୍ଗେ ଏକ ରପ୍ତାନୀ କେନ୍ଦ୍ର ରୂପେ ବ୍ୟବହାର କରିବା ପାଇଁ ଭାରତକୁ ନିଜର ପରବର୍ତ୍ତୀ ଲକ୍ଷ୍ୟସ୍ଥଳ ରୂପେ ଗ୍ରହଣ କରିବା ଦିଗରେ ଇଏସ୍‌ଡିଏମ୍‌ (Electronics System Design & Manufacturing) କ୍ଷେତ୍ରରେ ନିୟୋଜିତ ଥିବା କମ୍ପାନୀମାନଙ୍କ ସକାଶେ ଏହା ଏକ ଅପୂର୍ବ ସୁଯୋଗ ସୃଷ୍ଟି କରେ । ଆହୁରି ମଧ୍ୟ ଉକ୍ତ ନୀତି ଦ୍ୱାରା ୨୦୦ରୁ ଅଧିକ ସଂଖ୍ୟକ ଇଲେକ୍‌ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର୍ (Electronic Manufacturing Cluster) ପ୍ରତିଷ୍ଠା କରାଯିବାର ପ୍ରସ୍ତାବ ରହିଛି । ଏହି କ୍ଷେତ୍ରରେ ୨୦୨୦ ମସିହା ସୁଦ୍ଧା ବାର୍ଷିକ ୨୫୦୦ ହାରରେ ପିଏଚ୍‌ଡି ସୃଷ୍ଟି କରି ଉଚ୍ଚ ସ୍ତରୀୟ ମାନବ ସମ୍ବଳକୁ ଉଲ୍ଲେଖନୀୟ ଭାବେ ସମୃଦ୍ଧ ଓ ମାନଯୁକ୍ତ କରିବା ହେଉଛି ଏହି ନୀତିର ଆଉ ଗୋଟିଏ ଅତି ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ।