ଜାତୀୟ ଇଲେକ୍‌ଟ୍ରୋନିକ୍ସ ନୀତିର ନିର୍ଦ୍ଦେଶାବଳୀ ଅନୁଯାୟୀ ଇନ୍‌ଫୋ ଭେଲି (Info Valley) ମଧ୍ୟରେ ୨୦୩ ଏକର ପରିମିତ ଅଂଚଳରେ ଗୋଟିଏ ଗ୍ରୀନ୍ ଫିଲ୍ଡ଼୍ ଇଲେକ୍‌ଟ୍ରୋନିକ୍ସ ମେନୁଫେକ୍‌ଚରିଙ୍ଗ୍ କ୍ଲଷ୍ଟର୍ (EMC) ପ୍ରତିଷ୍ଠା କରିବା ଲାଗି ଏବଂ ତାହାର ବିକାଶ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ନିକଟରୁ ଆବଶ୍ୟକୀୟ ଅନୁମୋଦନ ଓ ଅର୍ଥ ମଞ୍ଜୁରୀ ହାସଲ କରିବା ଲାଗି ଓଡ଼ିଶା ସରକାର ଭାରତ ସରକାରଙ୍କ ଡେଇଟି (DeitY) ସମକ୍ଷରେ ଗୋଟିଏ ଡିପିଆର୍ (DPR) ଦାଖଲ କରିଛନ୍ତି । ମେ ୦୯, ୨୦୧୬ ତାରିଖ ଦିନ ଭାରତ ସରକାରଙ୍କ ଡେଇଟି (DeitY) ସେହି ପ୍ରସ୍ତାବର ଅନୁମୋଦନ କରିଛନ୍ତି । ମୁଖ୍ୟ ପୃଷ୍ଠପୋଷକ ଭାବେ ଇଡ୍‌କୋର ସହାୟତାରେ ଏସ୍‌ପିଭି (SPV) ଦ୍ୱାରା ପ୍ରକଳ୍ପ କାର୍ଯ୍ୟର ବିକାଶ କରାଯିବ । ପ୍ରକଳ୍ପର ମୋଟ ବ୍ୟୟ ଅଟକଳ ହେଉଛି ୨୦୦ କୋଟି ୭୫ ଲକ୍ଷ ଟଙ୍କା । ଭାରତ ସରକାର ୯୩ କୋଟି ୮ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଯୋଗାଇଦେବେ । ମୋଟ ଇଏମ୍‌ସି (EMC) ଅଂଚଳ ହେଉଛି ୨୦୩.୩୭ ଏକର ଏବଂ ସେଥି ମଧ୍ୟରୁ ୧୭୩.୬୯ ଏକର ହେଉଛି ପ୍ରୋସେସିଙ୍ଗ୍ ଅଂଚଳ ହେଲାବେଳେ ୨୯.୬୮ ଏକର ହେଉଛି ଅଣ-ପ୍ରୋସେସିଙ୍ଗ୍ ଅଂଚଳ । ଇଲେକ୍‌ଟ୍ରୋନିକ୍ସ ମେନୁଫେକ୍‌ଚରିଙ୍ଗ୍ କ୍ଲଷ୍ଟର୍ (EMC) ପାଇଁ ଯେଉଁ କ୍ଷେତ୍ର ସବୁ ଚିହ୍ନଟ କରାଯାଇଛି ସେଗୁଡ଼ିକ ହେଲେ ଏଲ୍ଇଡି (LED) ଉତ୍ପାଦ, ସୌର ଉତ୍ପାଦ, ମୋବାଇଲ୍ ଫୋନ୍ ଏବଂ ଖାଉଟି ଇଲେକ୍‌ଟ୍ରୋନିକ୍‌ ଉତ୍ପାଦ । ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି (E&IT) ବିଭାଗ ରାଜ୍ୟ ସରକାରଙ୍କ ନିକଟରୁ ଇଡ୍‌କୋକୁ ସହାୟତା ରାଶି ଭାବେ ୨୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

•       ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ହାରାପୁର, ଗୌଡ଼କାଶିପୁର ଏବଂ ଦୁର୍ଗାପୁର ଗ୍ରାମଗୁଡ଼ିକରେ ଅବସ୍ଥିତ ଇଲେକ୍‌ଟ୍ରୋନିକ୍ସ ମେନୁଫେକ୍ଚରିଙ୍ଗ୍ କ୍ଲଷ୍ଟର୍ (EMC) ସମୂହ ୧୦୦ରୁ ଅଧିକ ସଂଖ୍ୟକ ଇଲେକ୍‌ଟ୍ରୋନିକ୍ସ ମେନୁଫେକ୍ଚରିଙ୍ଗ୍ ସଂସ୍ଥାକୁ ସ୍ଥାନିତ କରିବା ଆଶା କରାଯାଏ । କୁଶଳୀ ଓ ଅର୍ଦ୍ଧକୁଶଳୀ କର୍ମଚାରୀଙ୍କୁ ମିଶାଇ ଉକ୍ତ ପ୍ରକଳ୍ପରେ ୧୦,୦୦୦ରୁ ୧୨,୦୦୦ ସଂଖ୍ୟକ ବୃତ୍ତି ନିମନ୍ତେ ନିଯୁକ୍ତି ସମ୍ଭାବନା ରହିଛି

•       ଭାରତ ସରକାରଙ୍କ ଇଲେକ୍‌ଟ୍ରୋନିକ୍ସ ମେନୁଫେକ୍‌ଚରିଙ୍ଗ୍ କ୍ଲଷ୍ଟର୍ (EMC) ଯୋଜନା ଅନୁଯାୟୀ ଇନ୍‌ଫୋ ଭେଲି (Info Valley) ଅଧୀନରେ ୧୬୦ ଏକର ପରିମିତ ଜାଗାରେ ଇଏସ୍‌ଡିଏମ୍‌ ପାର୍କର ନିର୍ମାଣ କାର୍ଯ୍ୟ ଚାଲିଛି

•       ଇଡ୍‌କୋ ଏବଂ ଓକାକ୍‌ର ପୃଷ୍ଠପୋଷକତାରେ ଏସ୍‌ପିଭି ଦ୍ୱାରା ପ୍ରକଳ୍ପର ବିକାଶ କରାଯିବ

•       ଇଲେକ୍‌ଟ୍ରୋନିକ୍ସ ମେନୁଫେକ୍‌ଚରିଙ୍ଗ୍ କ୍ଲଷ୍ଟର୍ (EMC) ପାଇଁ ଆଇଏସ୍ଏ (IESA) ଦ୍ୱାରା ଡିପିଆର୍ (DPR) ପ୍ରସ୍ତୁତ କରାଯାଉଛି ।

•       ମୋଟ ବ୍ୟୟ ଅଟକଳ – ଟ.୧୩୮.୪୮ କୋଟି

କ)    ଇଡ୍‌କୋ – ଟ.୩୦.୦୦ କୋଟି

ଖ)    ଶିଳ୍ପ ସଂସ୍ଥା – ଟ.୪୪.୮୧ କୋଟି

ଗ)    ଭାରତ ସରକାରଙ୍କ ମଞ୍ଜୁରି – ଟ.୬୩.୬୭ କୋଟି