ସାମ୍ସ (SAMS)

ଛାତ୍ର ଶିକ୍ଷା ପରିଚାଳନା ବ୍ୟବସ୍ଥା ବା Student Academic Management System (SAMS) ହେଉଛି ଦେଶ ମଧ୍ୟରେ କାର୍ଯ୍ୟକାରୀ ହେଉଥିବା କେତେଗୁଡ଼ିଏ ‘ଇ’-ଶାସନ ବ୍ୟବସ୍ଥାମାନଙ୍କ ଭିତରୁ ଅନ୍ୟତମ । ଏହାର ପରିସର ବହୁତ ବ୍ୟାପକ । ସମଗ୍ର ଓଡ଼ିଶା ରାଜ୍ୟରେ ୪୦୦୦ରୁ ଅଧିକ ସଂଖ୍ୟକ କଲେଜର ଶିକ୍ଷାଗ୍ରହଣ ସକାଶେ ନାମଲେଖା ଏବଂ ଶିକ୍ଷାଗତ ପ୍ରଶାସନ କାର୍ଯ୍ୟ ଏହାର ପରିସରଭୁକ୍ତ ହୋଇ ରହିଛି । ଶିକ୍ଷାଗତ ପ୍ରଶାସନ କ୍ଷେତ୍ରରେ ଏହି ପ୍ରକଳ୍ପ ଛାତ୍ରଛାତ୍ରୀ, ପିତାମାତା, ଅଭିଭାବକ, କଲେଜ, କଲେଜ କର୍ତ୍ତୃପକ୍ଷ, ବିଭାଗୀୟ କର୍ମକର୍ତ୍ତା ଆଦି ସମସ୍ତ ତତ୍ତ୍ୱାଧିକାରୀଙ୍କ ପ୍ରତି ସାମଗ୍ରିକ ଦୃଷ୍ଟିଭଙ୍ଗୀ ପ୍ରଦାନ କରିଥାଏ । ଗୋଟିଏ ପକ୍ଷରେ ଏହା ଦ୍ୱାରା ନାମଲେଖା ପ୍ରକ୍ରିୟା ସହଜ, ସରଳ ଓ ପିଲାମାନଙ୍କ ସକାଶେ ଶସ୍ତା ହେବା ସହିତ ଅନ୍ୟ ପକ୍ଷରେ ଅଦରକାରୀ ଓ ଅତିରିକ୍ତ କାର୍ଯ୍ୟ ହ୍ରାସ ପାଇ କଲେଜ କର୍ମଚାରୀମାନଙ୍କ କାର୍ଯ୍ୟଭାର ମଧ୍ୟ କମିଯାଇଥାଏ । ଏହା ମଧ୍ୟ ଖୁବ୍ ଅଳ୍ପ ସମୟରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଗତ ପ୍ରଶାସନ ସହ ଜଡ଼ିତ ବିଭିନ୍ନ ପ୍ରକାର ସେବା ସୁବିଧା ଯୋଗାଇଦେବା କ୍ଷେତ୍ରରେ ସହାୟକ ହୋଇପାରିଛି । ଶିକ୍ଷାଗତ ପ୍ରଶାସକମାନଙ୍କ ନିମନ୍ତେ ଏହା ବିଭିନ୍ନ ପ୍ରକାର ବିଶ୍ଳେଷଣାତ୍ମକ ବିବରଣୀ ଯୋଗାଇ ଦେଇଥାଏ । ତାହାକୁ ଆଧାର କରି ଆବଶ୍ୟକୀୟ ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରାଯାଇଥାଏ ।  

ସମନ୍ୱିତ ଶିକ୍ଷାଗତ ପରିଚାଳନା ବ୍ୟବସ୍ଥା ‘ଇ’-ନାମଲେଖା ଜରିଆରେ ସାରା ରାଜ୍ୟର ସମସ୍ତ କଲେଜରେ ନାମଲେଖା ପାଇଁ ଗୋଟିଏ ସାଧାରଣଭୂମି ଯୋଗାଇ ଦେଇଥାଏ । ଏହି ବ୍ୟବସ୍ଥା ଏକ ସ୍ୱୟଂ-ଦୀର୍ଘସ୍ଥାୟୀକ୍ଷମ ପ୍ରଣାଳୀରେ ‘ଇ’-ଶାସନ ବ୍ୟବସ୍ଥା ଜରିଆରେ ନାମଲେଖା ପରେ କଲେଜରେ ଛାତ୍ରଛାତ୍ରୀମାନଙ୍କୁ ଆହୁରି ଅନେକ ରକମର ‘ଇ’-ସେବା ସୁବିଧା ମଧ୍ୟ ଯୋଗାଇ ଦେଇଥାଏ ।

ପ୍ରଥମେ ୨୦୦୯ ମସିହାରେ ପରୀକ୍ଷାମୂଳକ ଭାବେ ୬୦ ଗୋଟି କନି୍ର (+୨) ମହାବିଦ୍ୟାଳୟରେ ଛାତ୍ର ଶିକ୍ଷା ପରିଚାଳନା ବ୍ୟବସ୍ଥା ବା ସାମ୍ସ ପ୍ରକଳ୍ପର ପ୍ରଚଳନ କରାଯାଇଥିଲା । ତା’ପରେ ଏହି ପ୍ରକଳ୍ପକୁ ରାଜ୍ୟରେ ଥିବା ସମସ୍ତ କନି୍ର (+୨) ମହାବିଦ୍ୟାଳୟ ଏବଂ ସ୍ନାତକ (+୩) ମହାବିଦ୍ୟାଳୟମାନଙ୍କରେ ଯଥାକ୍ରମେ ୨୦୧୧ ଏବଂ ୨୦୧୨ ମସିହାରେ ସଂପୂର୍ଣ୍ଣ ରୂପେ ଲାଗୁ କରାଯାଇଥିଲା । ସେହି ସମୟରେ ରାଜ୍ୟରେ ପ୍ରାୟ ୧୪୦୦ କନିଷ୍ଠ (+୨) ମହାବିଦ୍ୟାଳୟ ଏବଂ ୬୮୦ ଗୋଟି ସ୍ନାତକ (+୩) ମହାବିଦ୍ୟାଳୟ ରହିଥିଲା ଏବଂ ସେହି ସମୟରେ ସାମ୍ସ ଜରିଆରେ ପ୍ରାୟ ୩,୦୦,୦୦୦ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ କନି୍ର (+୨) ମହାବିଦ୍ୟାଳୟ ଏବଂ ୧,୪୦,୦୦୦ ଛାତ୍ରଛାତ୍ରୀ ସ୍ନାତକ (+୩) ମହାବିଦ୍ୟାଳୟମାନଙ୍କରେ ନାମ ଲେଖାଇଥିଲେ ।

ଯେଉଁ ଦୁଇଟି ବିଶେଷ ଉପାଂଶକୁ ଆଧାର କରି ସାମ୍ସ ଜରିଆରେ ନାଗରିକ ବା ଛାତ୍ରଛାତ୍ରୀମାନଙ୍କୁ ଏହି ସେବା ସୁବିଧା ଯୋଗାଇ ଦିଆଗଲା ତାହା ହେଲା –

•          ‘ଇ’-ନାମଲେଖା:-

ଏହି ଅଙ୍ଗଟି ନାମଲେଖା ବିଷୟ ସହ ଜଡ଼ିତ ବିଭିନ୍ନ ପ୍ରକାର କାର୍ଯ୍ୟକଳାପର ତଦାରଖ କରେ ଏବଂ ବିଭିନ୍ନ ପ୍ରକାର ଇଲେକ୍ଟ୍ରୋନିକ୍ସ ଉପାୟଗୁଡ଼ିକ ଜରିଆରେ ଛାତ୍ରଛାତ୍ରୀମାନଙ୍କୁ ସୂଚିତ କରାଇ, ଅନ୍‌ଲାଇନ୍‌ ପ୍ରକ୍ରିୟାକରଣ କାର୍ଯ୍ୟ ସକ୍ଷମ କରାଇ ଓ ନାମଲେଖା ସୂଚନାଗୁଡ଼ିକୁ ସଦ୍ୟଦିନ କରି, କଲେଜ ସଂପର୍କିତ ପରିଚିତି ତଥା ପରୀକ୍ଷା ଫଳ ତଥ୍ୟସୂଚନାର ବ୍ୟାକ୍ଏଣ୍ଡ୍ ସମନ୍ୱୟ ସୃଷ୍ଟି କରି କେନ୍ଦ୍ରୀକୃତ ମନୋନୟନ ସହିତ ସାଧାରଣ ଦରଖାସ୍ତ ଫର୍ମ (CAF) ଜରିଆରେ ଅନ୍‌ଲାଇନ୍‌ ଦରଖାସ୍ତ ଆହ୍ୱାନ କରି ସାମଗ୍ରିକ ନାମଲେଖା ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ପାଇଁ ଲକ୍ଷ୍ୟ ରଖେ ।

•          ‘ଇ’-ଶାସନ ବ୍ୟବସ୍ଥା:-

ଏହି ମଡ୍ୟୁଲ୍ ସମଗ୍ର ପ୍ରଶାସନିକ ପ୍ରକ୍ରିୟାକୁ ଗୋଟିଏ ଛତ୍ର ତଳେ ଏକାଠି ସଂକଳିତ କରି ରଖେ ଏବଂ ଦିନରାତି ଚବିଶ ଘଂଟା ସବୁବେଳେ ଯାବତୀୟ ତଥ୍ୟ ସୂଚନା ସବୁକୁ ସୁସଂଗଠିତ ପଦ୍ଧତିରେ ଉପଲବ୍ଧ କରାଇଥାଏ । ଏହା ନାମଲେଖା ପରବର୍ତ୍ତୀ ନାନା ପ୍ରକାର କାର୍ଯ୍ୟକଳାପଗୁଡ଼ିକର ଦାୟିତ୍ୱ ବହନ କରିଥାଏ । ସେଥିମଧ୍ୟରେ ରହିଛି ଛାତ୍ରଛାତ୍ରୀମାନଙ୍କୁ କଲେଜ ପରିଚୟପତ୍ର ତଥା ଲାଇବ୍ରେରୀ କାର୍ଡ ଜାରି କରିବା, ପାଠ୍ୟବିଷୟ, ବିଭାଗ ଓ ଛାତ୍ରାବାସ ଯୋଗାଣ, ଅନ୍ତିମ ପରୀକ୍ଷାଗୁଡ଼ିକ ନିମନ୍ତେ ଅନ୍‌ଲାଇନ୍‌ ଫର୍ମ ପୂରଣ କରିବା, ପ୍ରଭାବଶାଳୀ ନିଷ୍ପତ୍ତି ଗ୍ରହଣ କରିବା ସକାଶେ ଗୁଣାତ୍ମକ ତତ୍ତ୍ୱାବଧାନର ପଦ୍ଧତି ସୃଷ୍ଟି କରିବା ଏବଂ କଲେଜ ଭିତ୍ତିଭୂମି ପରିଚାଳନା କାର୍ଯ୍ୟ ତୁଲାଇବା ପ୍ରଭୃତି ବିଭିନ୍ନ ଧରଣର କାର୍ଯ୍ୟକଳାପ ।

ବର୍ତ୍ତମାନର ସ୍ଥିତି

ବର୍ତ୍ତମାନ ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚତର ଶିକ୍ଷା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ କ୍ରୀଡ଼ା ଓ ଯୁବ ସେବା ଭଳି ଚାରି ଗୋଟି ସରକାରୀ ବିଭାଗ ଅଧୀନରେ ସାମ୍ସ (SAMS) ୧୫ ଲକ୍ଷ ଅନ୍‌ଲାଇନ୍‌ ଦରଖାସ୍ତ ମଧ୍ୟରୁ ପ୍ରାୟ ୮ ଲକ୍ଷ ଆସନରେ ନାମ ଲେଖାଇବା ପାଇଁ ଯୁକ୍ତ ଦୁଇ (+୨) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଯୁକ୍ତ ତିନି(+୩) ମହାବିଦ୍ୟାଳୟ, ସଂସ୍କୃତ, ଧନ୍ଦାମୂଳକ ଅନୁଷ୍ଠାନ, ଆଇଟିଆଇ (ଉଭୟ ସରକାରୀ ଓ ବେସରକାରୀ), ସରକାରୀ ଓ ବେସରକାରୀ ବୃତ୍ତିଗତ ଶିକ୍ଷା (ପଲିଟେକ୍ନିକ୍), ଶିକ୍ଷକ ଶିକ୍ଷା ପାଠ୍ୟକ୍ରମ (ଡି.ଇଆଇ.ଇଡି, ବି.ଇଡି, ଏମ୍.ଇଡି, ଏମ୍.ଫିଲ୍ ଇତ୍ୟାଦି) ଏବଂ ଶାରୀରିକ ଶିକ୍ଷା ପାଠ୍ୟକ୍ରମ ପ୍ରଭୃତି ଅନୁଷ୍ଠାନ ଭଳି ପ୍ରାୟ ୪ ହଜାର ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନକୁ ଅନ୍ତର୍ଭୁକ୍ତ କରିଛି । ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମେଧାବୃତ୍ତି ପ୍ରଦାନ କରିବା ଉଦ୍ଦେଶ୍ୟରେ ସାମ୍ସ (SAMS) ଅଧୀନରେ ଉଚ୍ଚତର ଶିକ୍ଷା ବିଭାଗର ମେଧାବୃତ୍ତି କାର୍ଯ୍ୟକ୍ରମ ପ୍ରଚଳନ କରାଯାଇଛି ଏବଂ ଏବେ ସୁଦ୍ଧା ୨୪,୫୦୦ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ଦ୍ୱାରା ଉପକୃତ ହୋଇପାରିଛନ୍ତି । ଆବେଦନକାରୀମାନଙ୍କ ଦ୍ୱାରା ଉଭୟ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍ ଉପାୟରେ ଦେୟ ଭରିବା ପାଇଁ ଦରଖାସ୍ତରେ ସୁବିଧା ରହିଛି । ବିଭିନ୍ନ ସରକାରୀ ବିଭାଗମାନଙ୍କ ଦ୍ୱାରା ପରିଚଳିତ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମେଧାବୃତ୍ତି ଦ୍ୱାରା ପୁରଷ୍କୃତ କରିବା ଉଦ୍ଦେଶ୍ୟରେସାମ୍ସ (SAMS) ଅଧୀନରେ ଗୋଟିଏ ସମନ୍ୱିତ ପ୍ଲାଟଫର୍ମ ସୃଷ୍ଟି କରିବା ଲାଗି ଯୋଜନା ଜାରି ରହିଛି ।

ସାମ୍ସ (SAMS) ବ୍ୟବସ୍ଥା ପ୍ରଚଳନ ହେବା ଦିନଠାରୁ ଜୁନିଅର୍ କଲେଜ, ସ୍ନାତକ କଲେଜ, ଆଇଟିଆଇ, ଡିପ୍ଲୋମା ଆଦି ଭଳି ବିଭିନ୍ନ ପ୍ରକାର ଶିକ୍ଷା ପ୍ରତିଷ୍ଠାନ ସକାଶେ ମୋଟରେ ୬୨,୭୩,୩୨୬ ସଂଖ୍ୟକ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ସାହାଯ୍ୟରେ ଆବେଦନ କରିଛନ୍ତି । ସେଥି ମଧ୍ୟରୁ ୪୨,୫୨,୬୩୯ ସଂଖ୍ୟକ ଛାତ୍ରଛାତ୍ରୀ ‘ଇ’-ନାମଲେଖା ମଡ୍ୟୁଲ୍‌ ଜରିଆରେ ନାମ ଲେଖାଇଛନ୍ତି । ଏହାଦ୍ୱାରା ସାମ୍ସ (SAMS) ବ୍ୟବସ୍ଥା ପ୍ରଚଳନ ହେବା ପରଠୁ ୪୨ ଲକ୍ଷରୁ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଏକ ତଥ୍ୟଭୂମିର ସଂଚାଳନ କରାଯାଉଛି ।

୍ରକଳ୍ପର ପ୍ରଭାବ

  • ଖର୍ଚ୍ଚ ଦୃଷ୍ଟିରୁ ଲାଭଦାୟକ ଏବଂ ନିର୍ଭରଯୋଗ୍ୟ ନାମଲେଖା ପ୍ରକ୍ରିୟା।
  • ଛାତ୍ରଛାତ୍ରୀ ଅଭିମୁଖୀ ସେବା କାର୍ଯ୍ୟ ସହିତ ଅଧିକ ପରିମାଣରେ ସ୍ୱଚ୍ଛତା ଏବଂ ତଥ୍ୟ ସୂଚନାର ସହଜଲଭ୍ୟତା ହେଉଛି ସାମ୍ସ (SAMS) ବ୍ୟବସ୍ଥାର ସବୁଠାରୁ ବଡ଼ ସଫଳତା ।
  • ସାମାଜିକ ଗଣମାଧ୍ୟମ ଏବଂ ମୋବାଇଲ୍ ଆପ୍ ଜରିଆରେ ସୂଚନା ପ୍ରସାରଣ
  • ‘ଇ’-ପ୍ରଶାସନ ପ୍ରକ୍ରିୟାର ସ୍ୱୟଂସଂଚାଳନ ଦ୍ୱାରା ନିମ୍ନଲିଖିତ କାର୍ଯ୍ୟ ସମ୍ଭବ ହୋଇଥାଏ –

-      ପରିଚୟପତ୍ର ଏବଂ ଲାଇବ୍ରେରୀ କାର୍ଡ଼ର ନିରବଛିନ୍ନ ପ୍ରେରଣ

-      ମେଧାବୃତ୍ତି ହାସଲ କରିବା ନିମନ୍ତେ ପ୍ରକ୍ରିୟାର ସୁଗମୀକରଣ

-      ଶିକ୍ଷାଗତ ସମ୍ବଳରାଜିର ସହଜଲଭ୍ୟତା

-      ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଉପସ୍ଥାନ ତଦାରଖ

ସମ୍ମାନ ଓ ସ୍ୱୀକୃତି (Accolades/Recognitions)

ପ୍ରକଳ୍ପ ନିମନ୍ତେ ଅତ୍ୟାଧୁନିକ ତଥ୍ୟ କେନ୍ଦ୍ର ସହିତ ସାରା ଓଡ଼ିଶା ରାଜ୍ୟରେ ନାମଲେଖା କ୍ଷେତ୍ରରେ ସାମ୍ସ (SAMS) ବର୍ତ୍ତମାନ ପ୍ରକୃତ ମାନକରେ ପରିଣତ ହୋଇଛି ଏବଂ ସେଥିଲାଗି ବାହାରୁ ଲାଭ କରିଥିବା ସ୍ୱୀକୃତି ପାଇଁ ଗର୍ବ ଅନୁଭବ କରୁଛି ।

ପ୍ରକଳ୍ପ ଅନେକ ସଖ୍ୟକ ଜାତୀୟ ପୁରସ୍କାର ଲାଭ କରିଛି । ସେଥିରେ ରହିଛି ଇଣ୍ଡିଆନ୍ ଏକ୍ସପ୍ରେସ୍‌ ଟେକ୍ ସଭା ପୁରସ୍କାର, ସ୍କଚ୍ ଶାସନ ବ୍ୟବସ୍ଥା ପୁରସ୍କାର ୨୦୧୫ ଓ ୨୦୧୮, ଜାତୀୟ ‘ଇ’-ପ୍ରଶାସନ ସମ୍ମିଳନୀରେ ୨୦୧୨-୧୩ ସକାଶେ ‘ନାଗରିକ ଭିତ୍ତିକ ସେବା ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା’ ପାଇଁ ଗୋଲ୍ଡ଼ ଆୱାର୍ଡ, ସିଏସ୍ଆଇ ନିହିଲେଂଟ୍, ୨୦୦୯ ବର୍ଷର ଉତ୍ତମ ସରକାର ନୀତି ପ୍ରଚଳନ ସକାଶେ ସେହି ବର୍ଷ ‘ଇ’-ଭାରତ ଜୁରିଜ୍ ଆୱାର୍ଡ ଇତ୍ୟାଦି ବିଭିନ୍ନ ପୁରସ୍କାର ସମୂହ ।