ବିୱାଇଏସ୍‌ୱାଇ/ଲାପ୍‌ଟପ୍

ବିଜୁ ଯୁବ ସଶକ୍ତିକରଣ ଯୋଜନାଅଧୀନରେ ୧୫୦୦୦ ସଂଖ୍ୟକ ଲାପ୍‌ଟପ୍‌ କ୍ର

•       ୨୦୧୩-୧୪ ବର୍ଷଠାରୁ ଉଚ୍ଚ ଶିକ୍ଷା ବିଭାଗ ନିମନ୍ତେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ରାଜ୍ୟ ଯୁବ ନୀତିର ‘ବିଜୁ ଯୁବ ସଶକ୍ତିକରଣ ଯୋଜନା’ ଅଧୀନରେ ୧୫୦୦୦ ସଂଖ୍ୟକ ଲାପ୍‌ପଟପ୍‌ କ୍ରୟ କାରବାର ସହିତ ଓକାକ୍ ସଂସ୍ଥାକୁ ସଂପୃକ୍ତ କରାଯାଇଛି । 

•       ଜିଲ୍ଲା ସ୍ତରରେ ଉଚ୍ଚ ଶିକ୍ଷା ବିଭାଗର ୩୦ ଗୋଟି ନୋଡାଲ୍ କଲେଜରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସେହିସବୁ ଲାପ୍‌ଟପ୍‌ଗୁଡ଼ିକୁ ବିତରଣ କରାଯାଏ । ମେଧାବୀ ଛାତ୍ରଛାତ୍ରୀମାନଙ୍କ ତାଲିକା ମଧ୍ୟ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ହିଁ ପ୍ରସ୍ତୁତ କରାଯାଏ ।

•       ୨୦୧୩-୧୪, ୨୦୧୪-୧୫, ୨୦୧୫-୧୬, ୨୦୧୬-୧୭, ୨୦୧୭-୧୮ ଏବଂ ୨୦୧୮-୧୯ ବର୍ଷ ସକାଶେ ୧୫୦୦୦ଟି ଲେଖାଏଁ ଲାପ୍‌ଟପ୍‌, ଲାପ୍‌ଯପ୍‌ ବିକ୍ରେତା ‘ଓରିଜିନାଲ୍ ଇକ୍ୟୁପ୍‌ମେଣ୍ଟ ମେନୁଫେକ୍‌ଚର୍‌’ (OEM)ଠାରୁ ନିଲାମ ଡକାଯାଇ ଖୋଲା ଏବଂ ସ୍ୱଚ୍ଛ ଟେଣ୍ଡର୍ ଜରିଆରେ କ୍ରୟ କରାଯାଇଛି ।

•       ଓକାକ୍‌ ଠାରେ ଶତକଡ଼ା ଶହେ ଭାଗ ଯାଂଚ୍ କଲାପରେ ଯାଇ ଲାପ୍‌ଟପ୍‌ଗୁଡ଼ିକୁ ଜିଲ୍ଲା ସ୍ତରରେ ଉଚ୍ଚ ଶିକ୍ଷା ବିଭାଗର ନୋଡାଲ୍ କଲେଜମାନଙ୍କରେ ଉପଯୁକ୍ତ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦିଆଯାଏ ।

•       ଉପରୋକ୍ତ ସମସ୍ତ ବର୍ଷ ଗୁଡ଼ିକରେ ଓକାକ୍ ଦ୍ୱାରା ନିର୍ଦ୍ଧାରିତ ସମୟ ମଧ୍ୟରେ ଉଚ୍ଚ ଶିକ୍ଷା ବିଭାଗର ଜିଲ୍ଲା ସ୍ତରୀୟ ନୋଡାଲ୍ କଲେଜମାନଙ୍କୁ ଲାପ୍‌ଟପ୍‌ ଯୋଗାଇ ଦିଆଯାଇଛି ।

•       କ୍ୟାରି-ଇନ୍ ୱାରେଂଟି ଅନୁଯାୟୀ ଏକ ବର୍ଷ ପାଇଁ ଲାପ୍‌ଟପ୍‌ ଯୋଗାଣକାରୀ ସଂସ୍ଥା ଓଇଏମ୍ (OEM)ର ଜିଲ୍ଲା ସ୍ତରୀୟ ସେବା କେନ୍ଦ୍ରଗୁଡ଼ିକ ଦ୍ୱାରା ମାଗଣାରେ ମରାମତି ସହାୟତା ।