‘ଇ’-ପଞ୍ଜୀକରଣ
- ଇ-ଶାସନ
- ଇ-ସରକାରୀ ପ୍ରୋଜେକ୍ଟ
- ରାଜ୍ୟ ପଦକ୍ଷେପ
- ସେବାଗୁଡିକ
- ‘ଇ’-ପଞ୍ଜୀକରଣ
‘ଇ’-ପଞ୍ଜୀକରଣ
ଆଇଜିଆର (IGR), ଓଡ଼ିଶାଙ୍କ ପୃଷ୍ଠପୋଷକତାରେ ପରିଚାଳିତ ପଞ୍ଜୀକରଣ କାର୍ଯ୍ୟ ହେଉଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା (Revenue and Disaster Management) ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ଗୋଟିଏ ପ୍ରମୁଖ ସର୍ବସାଧାରଣ ସେବା ବ୍ୟବସ୍ଥା । ସମସ୍ତ ପ୍ରକାର ଯନ୍ତ୍ରପାତିର ପଞ୍ଜୀକରଣ, ସମାଜ ସମିତି ଏବଂ ଅଂଶୀଦାରୀ ବ୍ୟବସାୟ ପ୍ରତିଷ୍ଠାନର ପଞ୍ଜୀକରଣ, ଅଦାଲତ ଦେୟ ସହିତ ଷ୍ଟାମ୍ପ୍ ତଥା ଷ୍ଟାମ୍ପଡ୍ୟୁଟି ଆଦି ସଂପର୍କିତ ଶୁଳ୍କଗୁଡ଼ିକର ପରିଚାଳନା ପ୍ରଭୃତି ଏଥିରେ ଅନ୍ତର୍ଭୁକ୍ତ ହୋଇଥାଏ । ସମଗ୍ର ରାଜ୍ୟରେ ଥିବା ସମସ୍ତ ୧୯୧ ଗୋଟି ପଞ୍ଜୀକରଣ କାର୍ଯ୍ୟାଳୟର ସ୍ୱୟଂଚାଳନ ଓ ରୂପାନ୍ତରଣର ଏକ ବ୍ୟାପକ ପ୍ରକଳ୍ପ ଭାବେ ‘ଇ’-ପଞ୍ଜୀକରଣ ପ୍ରକଳ୍ପ କାର୍ଯ୍ୟ ବିଭାଗ ଦ୍ୱାରା ସମ୍ପନ୍ନ କରାଯାଇଛି । ଜୁଲାଇ ୦୧, ୨୦୧୭ ଠାରୁ ପ୍ରକଳ୍ପର ଦ୍ୱିତୀୟ ସଂସ୍କରଣ ଆରମ୍ଭ ହୋଇ କାର୍ଯ୍ୟକାରୀ କରାଯାଉଛି । ସେଥିଲାଗି ସ୍ୱଚ୍ଛ ଉପାୟରେ ଏବଂ ବିନା କୌଣସି ଅସୁବିଧାରେ ନିର୍ଦ୍ଧାରିତ ସମୟ ମଧ୍ୟରେ ସର୍ବସାଧାରଣ ନାଗରିକମାନଙ୍କୁ ପଞ୍ଜୀକରଣ ସେବା ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ଭୌତିକ ଓ ବୈଷୟିକ ଭିତ୍ତିଭୂମି ଦୃଷ୍ଟିରୁ ଗୋଟିଏ ଉଲ୍ଲେଖନୀୟ ସାମର୍ଥ୍ୟ ପ୍ରତିଷ୍ଠା କରାଯାଇଛି । ଉକ୍ତ ପ୍ରକଳ୍ପ ଓକାକ୍ର ସହାୟତାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜାନୁଆରୀ ୪, ୨୦୧୦ ଦିନ ସମଗ୍ର ରାଜ୍ୟରେ ଆରମ୍ଭ କରାଯାଇଥିଲା ଏବଂ ତା’ପରେ ଜୁଲାଇ ୦୧, ୨୦୧୭ଠାରୁ ପ୍ରକଳ୍ପକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା (Revenue and Disaster Management) ବିଭାଗକୁ ହସ୍ତାନ୍ତର କରାଯାଇଥିଲା ।
ଉଦ୍ଦେଶ୍ୟ
ପ୍ରକଳ୍ପର ପ୍ରମୁଖ ଲକ୍ଷ୍ୟ ଓ ଉଦ୍ଦେଶ୍ୟ –
- ତଥ୍ୟ ସୂଚନାର ଉପଯୋଗ କରି ତାହାରି ଜରିଆରେ ସର୍ବସାଧାରଣ ନାଗରିକମାନଙ୍କୁ ଅସୁବିଧା ବିହୀନ ସେବା ସୁବିଧା ଯୋଗାଇଦେବା ଏବଂ ଓଆର୍ଟିପିଏସ୍ ଆଇନ (ORTPS Act) ଅନୁଯାୟୀ ବିଜ୍ଞପ୍ତି ଜାରି କରାଯାଇଥିବା ଏକ ନିର୍ଦ୍ଧାରିତ ସମୟ ମଧ୍ୟରେ ବୈଷୟିକ ବିଦ୍ୟା ସହିତ ସଂଯୁକ୍ତ କରିବା ।
- ପଞ୍ଜୀକରଣ ସହ ଜଡ଼ିତ ସମସ୍ତ ସେବା ସୁବିଧା ସମୂହର ଗ୍ରହଣ, ପ୍ରକ୍ରିୟା ଓ ବ୍ୟବସ୍ଥା କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ନିର୍ବାହ ସମୟ ଯୋଗାଇଦେବା ।
ଓଡ଼ିଶାରେ ଗୋଟିଏ ଉପ-ରେଜିଷ୍ଟ୍ରାର୍ କାର୍ଯ୍ୟାଳୟର ସଂପୂର୍ଣ୍ଣ କାର୍ଯ୍ୟ ପ୍ରବାହ କ୍ଷେତ୍ରରେ ସୂଚନା ପ୍ରଯୁକ୍ତି କାର୍ଯ୍ୟକ୍ଷମତା ହାସଲ କରିବା ପାଇଁ ପ୍ରକଳ୍ପକୁ ପସ୍ତୁତ ଓ କାର୍ଯ୍ୟକାରୀ କରାଯାଇଛି । କୌଣସି କବଲା ପଞ୍ଜୀକରଣ ଖାତାରେ ଲିପିବଦ୍ଧ କରିବା କ୍ଷେତ୍ରରେ ଚିରାଚରିତ ବିଳମ୍ବକୁ ହ୍ରାସ କରିବା ଦ୍ୱାରା ବିଭାଗର ଉତ୍ପାଦିକା ଶକ୍ତି ବଢ଼ାଇବା ପାଇଁ ୱେବ୍ ଆଧାରିତ ଏହି ପ୍ରୟୋଗ (application)ର ପ୍ରସ୍ତୁତି ଓ ବିକାଶ କରାଯାଇଛି ।
ସଫଳତା:
ବର୍ତ୍ତମାନ ନିମ୍ନଲିଖିତ ବୈଶିଷ୍ଟ୍ୟଗୁଡ଼ିକ ସହିତ ସମଗ୍ର ଓଡ଼ିଶା ରାଜ୍ୟରେ ଥିବା ସମସ୍ତ ୧୯୧ ଗୋଟି କାର୍ଯ୍ୟାଳୟରେ ‘ଇ’-ପଞ୍ଜୀକରଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ।
୧. ସମସ୍ତ ପ୍ରକାର କବଲା ଅନ୍ତର୍ଭୁକ୍ତ କରି କେନ୍ଦ୍ରୀକୃତ ତଥା ୱେବ୍ ଆଧାରିତ ଆପ୍ଲିକେସନ୍ ସଫ୍ଟୱେର
୨. ବଜାର ଭାଉ ବିନ୍ୟାସ ଏବଂ ସ୍ୱୟଂଚାଳିତ ସମ୍ପତ୍ତି ମୂଲ୍ୟ ନିର୍ଦ୍ଧାରଣ
୩. ଗୋଟିଏ କେନ୍ଦ୍ରୀୟ ତଥ୍ୟ ଭଣ୍ଡାର ମଧ୍ୟରେ ଡିଜିଟାଲ୍, ଘନୀଭୂତ ଏବଂ ସୁରକ୍ଷିତ ଉପାୟରେ ସମସ୍ତ ଦଲିଲପତ୍ରର ରକ୍ଷଣାବେକ୍ଷଣ
୪. ସତ୍ତ୍ୱାଧିକାରୀମାନଙ୍କ ନିକଟକୁ ଏସ୍ଏମ୍ଏସ୍ ଜରିଆରେ ସୂଚନା ପ୍ରେରଣ
୫. ଜମିଜମା ଦଲିଲପତ୍ର ତଥ୍ୟଭୂମି (ଭୂଲେଖ) ସହିତ ସମନ୍ୱୟ
୬. ଆଇନଗତ ପ୍ରମାଣପତ୍ର (EC) ଏବଂ ପ୍ରମାଣିକୃତ ନକଲ (CC)ର ଅନ୍ଲାଇନ୍ ଦ୍ୱାରା ଉତ୍ପାଦନ
୭. ଅନ୍ଲାଇନ୍ ଉପାୟରେ ଅଂଶୀଦାର ବ୍ୟବସାୟ ପ୍ରତିଷ୍ଠାନର ପଞ୍ଜୀକରଣ ଏବଂ ସମିତି ପଞ୍ଜୀକରଣ
୮. ଆଧାର (UAIDAI) ଏବଂ ପାନ୍ (PAN) ତଥ୍ୟଭୂମି ସହିତ ଅନ୍ଲାଇନ୍ ପ୍ରମାଣୀକରଣ
୯. ସ୍ୱତଃ ମାଲିକାନା ପରିବର୍ତ୍ତନ (Mutation) ପାଇଁ ସଂପୃକ୍ତ ତହସିଲ୍ କାର୍ଯ୍ୟାଳୟକୁ ଫର୍ମ ନମ୍ବର ୩ର ସ୍ୱୟଂକ୍ରିୟ ସଂଚାରଣ
୧୦. ସୁରକ୍ଷିତ ତଥ୍ୟ ଯୋଗାଯୋଗ ନିମନ୍ତେ ସୁରକ୍ଷା ଅଡିଟ୍ ଏବଂ ଏସ୍ଏସ୍ଏଲ୍ (SSL) ପ୍ରମାଣୀକରଣ
୧୧. ଓଡ଼ିଶା କୋଷାଗାର ପୋର୍ଟାଲ୍ ଜରିଆରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଇ-ପେ (e-Pay)ସହିତ ଦେୟ ଦ୍ୱାରପଥ ଏକତ୍ରୀକରଣ (Payment Gateway Integration)
୧୨. ବିଭିନ୍ନ ପକ୍ଷର ଲୋକମାନଙ୍କର ଡିଜିଟାଲ୍ ଫଟୋ ଏବଂ ବାୟୋମେଟ୍ରିକ୍ ଟିପ ଚିହ୍ନ ସଂଗ୍ରହ
୧୩. ପଞ୍ଜୀକୃତ କବଲା ଡାଉନ୍ଲୋଡ୍ କରିବା ପାଇଁ ଡିଜିଲକର୍ ସହିତ ଏକତ୍ରୀକରଣ
୧୪. କେନ୍ଦ୍ରୀୟ ସହାୟତା ଡେସ୍କ୍ ଏବଂ କଲ୍ ପରିଚାଳନା ବ୍ୟବସ୍ଥା
ମାନବ ହସ୍ତକ୍ଷେପ ହ୍ରାସ କରିବା ପାଇଁ ପଞ୍ଜୀକୃତ ଦଲିଲଗୁଡ଼ିକର ଡାକ ସାହାଯ୍ୟରେ ପ୍ରେରଣ ।