‘ଇ’-ନଗରପାଳିକା
- ଇ-ଶାସନ
- ଇ-ସରକାରୀ ପ୍ରୋଜେକ୍ଟ
- ରାଜ୍ୟ ପଦକ୍ଷେପ
- ସେବାଗୁଡିକ
- ‘ଇ’-ନଗରପାଳିକା
‘ଇ’-ନଗରପାଳିକା
ଓଡ଼ିଶା ସହରାଂଚଳ ସ୍ଥାନୀୟ ସଂସ୍ଥା ସ୍ୱୟଂଚାଳନ ବ୍ୟବସ୍ଥା (OULBAS) – ଓଡ଼ିଶା ‘ଇ’-ନଗର ନିଗମ
୧. ଗ୍ରାହକ ତଥା ରାଜ୍ୟବ୍ୟାପୀ ମିଶନ୍ ସଂପର୍କରେ
ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଓକାକ୍ (ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର)ର ଏସ୍ପିଭି (SPV) ସଂସ୍ଥା ଓଡ଼ିଶା ‘ଇ’-ଶାସନ ବ୍ୟବସ୍ଥା ସେବା ଲିମିଟେଡ଼୍ (OeSL) ମାଧ୍ୟମରେ ଏହି ମିଶନ୍ କାର୍ଯ୍ୟକାରୀ କରୁଛନ୍ତି । ଓକାକ୍ ହେଉଛି ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି (E & IT) ବିଭାଗର ବୈଷୟିକ ନିର୍ଦ୍ଦେଶାଳୟ । ତା’ପରେ ଓଇଏସ୍ଏଲ୍ (ଓଡ଼ିଶା ‘ଇ’-ଶାସନ ବ୍ୟବସ୍ଥା ସେବା ଲିମିଟେଡ଼୍) ନିଜର ସହରାଂଚଳ ସ୍ଥାନୀୟ ସଂସ୍ଥା (ULB)ଗୁଡ଼ିକ ନିମନ୍ତେ ବିଭିନ୍ନ ସେବା ସୁବିଧା ସବୁକୁ ସ୍ୱୟଂଚାଳିତ କରିବା ପାଇଁ ‘ଇ’-ନଗରପାଳିକା ସେବା ସୁବିଧାଗୁଡ଼ିକୁ ଯୋଗାଇଦେବା ଉଦ୍ଦେଶ୍ୟରେ ଟିସିଏସ୍ (ଟାଟା କନ୍ସଲ୍ଟାନ୍ସି ସର୍ଭିସେସ୍)କୁ ନିୟୋଜିତ କରିଛି । ସହରାଂଚଳ ସ୍ଥାନୀୟ ସଂସ୍ଥା (ULB)ଗୁଡ଼ିକରେ ‘ଇ’-ନଗରପାଳିକା ପ୍ରୟୋଗକୁ ସହରାଂଚଳର ପ୍ରମୁଖ ସୂଚନା ଯୋଗାଯୋଗ ପ୍ରଯୁକ୍ତି (ICT) ଭାବେ ଗଢ଼ି ତୋଳିବା ଦିଗରେ ଓଡ଼ିଶା ସରକାର ଉଦ୍ୟମରତ ଅଛନ୍ତି । ପ୍ରଥମ ପର୍ଯ୍ୟାୟରେ ୨୦୦୯-୧୦ ବର୍ଷରେ ୪୪ ଗୋଟି ୟୁଏଲ୍ବି (ULB)ରେ ସ୍ୱୟଂଚାଳନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା ଏବଂ ୨୦୧୬ ମସିହା ବେଳକୁ ରାଜ୍ୟରେ ଥିବା ସମସ୍ତ ସହରାଂଚଳ ସ୍ଥାନୀୟ ସଂସ୍ଥା (ULB)ଗୁଡ଼ିକରେ ତାହାର ପ୍ରଚଳନ ହୋଇଥିଲା ।
୨. ପ୍ରକଳ୍ପ ସଂପର୍କରେ
ରାଜ୍ୟର ପ୍ରଧାନ ପ୍ରକଳ୍ପ (ରାଜ୍ୟ ଯୋଜନା–ସହରାଂଚଳ ସ୍ଥାନୀୟ ସଂସ୍ଥାମାନଙ୍କରେ ‘ଇ’-ଶାସନ ବ୍ୟବସ୍ଥାର ପ୍ରଚଳନ) ସମଗ୍ର ଓଡ଼ିଶା ରାଜ୍ୟରେ କାର୍ଯ୍ୟକାରୀ କରାଗଲା । ଓଡ଼ିଶା ‘ଇ’-ନଗରପାଳିକା ସେବା ସୁବିଧା ହେଉଛି ସହରାଂଚଳ ସ୍ଥାନୀୟ ସଂସ୍ଥା (ULB)ଗୁଡ଼ିକ ପାଇଁ ଗୋଟିଏ କେନ୍ଦ୍ରୀକୃତ ସମନ୍ୱିତ ପ୍ରୟୋଗ ବ୍ୟବସ୍ଥା । ଓକାକ୍ ଭବନ, ଭୁବନେଶ୍ୱରଠାରେ ଅବସ୍ଥିତ ଥିବା ଓଡ଼ିଶା ରାଜ୍ୟ ତଥ୍ୟ କେନ୍ଦ୍ର ଏବଂ ସହାୟତା କେନ୍ଦ୍ରଠାରୁ ଟାଟା କନସଲ୍ଟାନ୍ସି ସର୍ଭିସେସ୍ (TCS) ଏହି ପ୍ରକଳ୍ପକୁ କେନ୍ଦ୍ରୀୟ ଭାବେ କାର୍ଯ୍ୟକାରୀ କରୁଛି । ଓଡ଼ିଶାର ନଗର ନିଗମ ସଂସ୍ଥାମାନଙ୍କ ଦ୍ୱାରା ସଂପାଦିତ ହେଉଥିବା କାର୍ଯ୍ୟଗୁଡ଼ିକୁ ସ୍ୱୟଂଚାଲିତ କରିବା ହେଉଛି ‘ଇ’-ନଗରପାଳିକା ପ୍ରକଳ୍ପର ଉଦ୍ଦେଶ୍ୟ । ଏହି ପ୍ରକଳ୍ପର ପଛରେ ଯେଉଁ ବିଶେଷତ୍ୱ ରହିଛି ତାହା ହେଲା ଯେ ବ୍ୟବହାର ହେବା ଲାଗି ଏହା ସ୍ୱୟଂ ୟୁଏଲ୍ବି କର୍ମକର୍ତ୍ତାମାନଙ୍କ ଦ୍ୱାରା ହିଁ ପ୍ରସ୍ତୁତ କରାଯାଇଛି ।
- ରାଜ୍ୟବ୍ୟାପୀ କେନ୍ଦ୍ରୀକୃତ ନିର୍ମାଣ ପଦ୍ଧତି ଜରିଆରେ କେନ୍ଦ୍ରୀକୃତ କାର୍ଯ୍ୟକାରିତା –
ରାଜ୍ୟର ସମସ୍ତ ସହରାଂଚଳ ସ୍ଥାନୀୟ ସଂସ୍ଥା (ULB)ଗୁଡ଼ିକ ନିମନ୍ତେ ବ୍ୟବସ୍ଥାର କେନ୍ଦ୍ରୀକୃତ କାର୍ଯ୍ୟକାରିତାକୁ ବ୍ୟବହାର କରାଯାଉଛି । ଓଡ଼ିଶା ରାଜ୍ୟ ତଥ୍ୟ କେନ୍ଦ୍ରଠାରେ ପ୍ରଚଳନ କରାଯାଇଥିବା ସେହି ସମାନ ପ୍ରୟୋଗକୁ ରାଜ୍ୟର ସମଗ୍ର ବିବିଧତା ମଧ୍ୟଦେଇ ବ୍ୟବହାର କରାଯାଇପାରିବ ।
- ଏକକ ସମନ୍ୱିତ ଡ୍ୟାସ୍ବୋର୍ଡ ଜରିଆରେ ସାମଗ୍ରିକ ଦୃଷ୍ଟି –
ନଗରପାଳିକା ପରିଚାଳନା ସୂଚନା ବ୍ୟବସ୍ଥା (MMIS) ସହରାଂଚଳ ସ୍ଥାନୀୟ ସଂସ୍ଥା (ULB)ର ଗୋଟିଏ ଏକକ ଏବଂ ସମନ୍ୱିତ ଦୃଷ୍ଟି ପ୍ରଦାନ କରିଥାଏ ଏବଂ ଉପଯୁକ୍ତ ତଥା ନିର୍ଭରଯୋଗ୍ୟ ପରିଚାଳନା ସୂଚନା ଯୋଗାଇ ଦେଇଥାଏ । ଡ୍ୟାସ୍ବୋର୍ଡ ନଗରପାଳିକାର ବର୍ତ୍ତମାନର ସ୍ଥିତି ସଂପର୍କରେ ଗୋଟିଏ ସାମଗ୍ରିକ ଦୃଷ୍ଟି ପ୍ରଦାନ କରିଥାଏ ।
୩. ଉଦ୍ଦେଶ୍ୟ
ଜବାହରଲାଲ ନେହେରୁ ଜାତୀୟ ସହରାଂଚଳ ନବୀକରଣକ୍ଷମ (JNNURM) ସଂସ୍କାର ପ୍ରକ୍ରିୟା ଅନୁଯାୟୀ ସହରାଂଚଳ ସ୍ଥାନୀୟ ସଂସ୍ଥା (ULB) ସବୁରେ ‘ଇ’-ଶାସନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ସକାଶେ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁସରଣ କରି ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ (H & UD) ବିଭାଗ ନାଗରିକ ସେବା ସୁବିଧା ସବୁକୁ ଉନ୍ନତ କରିବା ଦିଗରେ ବିଭିନ୍ନ ରକମର ପଦକ୍ଷେପ ଗ୍ରହଣ କରିଛନ୍ତି । ଓଡ଼ିଶା ସହରାଂଚଳ ସ୍ଥାନୀୟ ସଂସ୍ଥା ସ୍ୱୟଂଚାଳନ ବ୍ୟବସ୍ଥା (OULBAS) ହେଉଛି ସେହିପରି ଏକ ପଦକ୍ଷେପ । ଅନ୍ୟ ବ୍ୟାପକ ଲକ୍ଷ୍ୟଗୁଡ଼ିକ ହେଲା ଏହିପରି –
- ସହରାଂଚଳ ସ୍ଥାନୀୟ ସଂସ୍ଥା (ULB) ସବୁରେ ‘ଇ’-ଶାସନ ବ୍ୟବସ୍ଥାର ପ୍ରଚଳନ କରିବା
- ଓଡ଼ିଶା ରାଜ୍ୟ ତଥ୍ୟ କେନ୍ଦ୍ରରୁ ପରିଚାଳିତ ହେଉଥିବା ରାଜ୍ୟର ସମସ୍ତ ସହରାଂଚଳ ସ୍ଥାନୀୟ ସଂସ୍ଥା (ULB) ପାଇଁ ପ୍ରସ୍ତୁତି
- ସମସ୍ତ ସହରାଂଚଳ ସ୍ଥାନୀୟ ସଂସ୍ଥା (ULB) ନିମନ୍ତେ ଏକାଭଳି ସେବା ସ୍ତର
- ଭବିଷ୍ୟତରେ ରାଜ୍ୟ ବ୍ୟାପୀ ପ୍ରଚଳନ ସକାଶେ ଉନ୍ନତିକ୍ଷମ ସୂଚନା ପ୍ରଯୁକ୍ତି ବା ଆଇଟି ସମାଧାନ ଏବଂ ସହରାଂଚଳ ସ୍ଥାନୀୟ ସଂସ୍ଥା (ULB) ଗୁଡ଼ିକର ନିରନ୍ତର ସୂଚନା ପ୍ରଯୁକ୍ତି (IT) ଦକ୍ଷତା ଗଠନ ।
- ସହରାଂଚଳ ସ୍ଥାନୀୟ ସଂସ୍ଥା (ULB) ସମୂହ, ୱେବ୍ ଦ୍ୱାରା ଅନ୍ଲାଇନ୍, ଜେଏସ୍କେ (JSK) ଇତ୍ୟାଦି ଭଳି ନାଗରିକମାନଙ୍କ ପାଇଁ ବହୁବିଧ ସେବା ସୁବିଧା ମାଧ୍ୟମ (Channel) ।
୪. ପ୍ରଧାନ ଗୁଣାବଳୀ
- ସମସ୍ତ ସହରାଂଚଳ ସ୍ଥାନୀୟ ସଂସ୍ଥା (ULB)କୁ ‘ଏକକ ପ୍ଲାଟଫର୍ମ’ ଯୋଗାଇ ଦେଉଥିବା ଓଡ଼ିଶା ରାଜ୍ୟ ତଥ୍ୟ କେନ୍ଦ୍ର (OSDC)ରେ କେନ୍ଦ୍ରୀକୃତ, ରାଜ୍ୟବ୍ୟାପୀ, ମୁକ୍ତ ସମ୍ବଳ, ଉପାଂଶ କେନ୍ଦ୍ରୀକ, କାର୍ଯ୍ୟ ପ୍ରବାହ ଆଧାରିତ ସମନ୍ୱିତ ପ୍ରୟୋଗ ପ୍ରଚଳିତ ହୋଇଛି ଏବଂ ଓଡ଼ିଶା ରାଜ୍ୟ ବ୍ୟାପୀ ଅଂଚଳ ନେଟୱାର୍କ (OSWAN) ତଥା ସହରାଂଚଳ ସ୍ଥାନୀୟ ସଂସ୍ଥା (ULB) ସ୍ତରୀୟ ବ୍ରଡ଼ବ୍ୟାଣ୍ଡ୍ ସଂଯୋଗ ଦ୍ୱାରା ତାହା ଉପଲବ୍ଧ ହୋଇପାରିବ ।
- ସୂଚନା ପ୍ରଯୁକ୍ତି (IT) ଭିତ୍ତିଭୂମି ଯୋଜନା, ତଥ୍ୟ ଡିଜିଟାଇଜେସନ୍, ଅନ୍ତିମ ବ୍ୟବହାରକାରୀଙ୍କ ତାଲିମ ଏବଂ ପ୍ରୟୋଗର ବିକାଶ ଓ ରକ୍ଷଣାବେକ୍ଷଣ ଆଦିକୁ ଅନ୍ତର୍ଭୁକ୍ତ କରୁଥିବା ସହରାଂଚଳ ସ୍ଥାନୀୟ ସଂସ୍ଥା (ULB) ଗୁଡ଼ିକ ନିମନ୍ତେ ବିସ୍ତୃତ କାର୍ଯ୍ୟପନ୍ଥା ।
- ପ୍ରୟୋଗ (application) କ୍ଷେତ୍ରରେ ଡିଜିଟାଲ୍ ସ୍ୱାକ୍ଷର, ବାର୍ କୋଡ଼୍, ଏସ୍ଏମ୍ଏସ୍ ଏବଂ ଇ-ମେଲ୍ ଆଦିର ଏକତ୍ରୀକରଣ ।
- ରାଜସ୍ୱ ବରବାଦି ହ୍ରାସ କରିବା ଉଦ୍ଦେଶ୍ୟରେ ଘରକୁ ଘର ଯାଇ ବ୍ୟବସାୟ ଅନୁମତିପତ୍ର (Trade Licence), ହୋଲଡିଂ ଟିକସ (Holding Tax), ପାଣି ଦେୟ (Water Charge) ଇତ୍ୟାଦି ବିଭିନ୍ନ ରକମର ରାଜସ୍ୱ ସଂଗ୍ରହ (Revenue Collection) କରିବା ପାଇଁ ଜିପିଆର୍ଏସ୍ (GPRS) ଆଧାରିତ ହାତଧରା କମ୍ପ୍ୟୁଟର ଉପକରଣ (Handheld Computer Device)ର ଉପଯୋଗ ।
- ଓଡ଼ିଶା ସରକାରଙ୍କ ନିମନ୍ତେ ଦେୟ ପୋର୍ଟାଲ୍ ଭାବେ କାର୍ଯ୍ୟ କରୁଥିବା ‘ଓଡ଼ିଶା ଅନ୍ଲାଇନ୍’ ପ୍ରୟୋଗ (application) ସହିତ ଏକତ୍ର ସଂଲଗ୍ନ କରାଯାଇଛି । ଅନ୍ୟ ପକ୍ଷରେ ଅନ୍ଲାଇନ୍ ବା ଜେଏସ୍କେ (JSK) ଦେୟ ସକାଶେ ‘ଓଡ଼ିଶା ଅନ୍ଲାଇନ୍’ର ରହିଛି ନିଜର ଦେୟ ପ୍ରାପ୍ତିର ଉପାୟ (Payment Gateway) ।
- ସମସ୍ତ ସହରାଂଚଳ ସ୍ଥାନୀୟ ସଂସ୍ଥା (ULB) ଗୁଡ଼ିକ ନିମନ୍ତେ ୯୦୦ ସଂଖ୍ୟକ କର୍ମଚାରୀଙ୍କୁ ସାଧାରଣ କମ୍ପ୍ୟୁଟର ତାଲିମ ଏବଂ ‘ଇ’-ନଗରପାଳିକା ପ୍ରୟୋଗ ପ୍ରଶିକ୍ଷଣ ଯୋଗାଇ ଦିଆଯାଇଛି ।
- ଅନ୍ଲାଇନ୍ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ପାଇଁ ୪୦୦ରୁ ଅଧିକ ସଂଖ୍ୟକ ଡାକ୍ତରଖାନା ଦ୍ୱାରା ପ୍ରୟୋଗ ବା ଆପ୍ଲିକେସନ୍ ବ୍ୟବହାର କରାଯାଉଛି ।
- ତାହା ଭୁବନେଶ୍ୱରଠାରେ ପରିଚାଳିତ ହେଉଥିବା ଓଡ଼ିଶା ଅନ୍ଲାଇନ୍ କେନ୍ଦ୍ରଠାରେ ବ୍ୟବହୃତ ହେଉଛି ।
୫. ସମସ୍ୟା ସମାଧାନ
- ବ୍ୟବସାୟ ଧାରାରେ ବଢ଼ି ଚାଲୁଥିବା ଅଦରକାରିତା: ବିଭିନ୍ନ ମଡ୍ୟୁଲ୍ ଅଧୀନରେ ଚାଲୁଥିବା ସମସ୍ତ ସେବା ସୁବିଧା ସମୂହର ସଂପୂର୍ଣ୍ଣ ବ୍ୟବସାୟିକ ଗତିବିଧି କେବଳ ମାତ୍ର ଦୁଇ ତିନି ଗୋଟି ସୋପାନ ମଧ୍ୟରେ ସଂପନ୍ନ କରାଯାଇପାରିବ । ବ୍ୟବସାୟ ଗତିବିଧିରେ ରହୁଥିବା ଅଦରକାରିତା ସବୁକୁ ହଟାଇବା ସଙ୍ଗେସଙ୍ଗେ ଏକକ କେନ୍ଦ୍ର ତଥ୍ୟ ନିବେଶକୁ ନେଇଗୋଟିଏ ସୂକ୍ଷ୍ମ ତଥା ଦକ୍ଷ ବ୍ୟବସ୍ଥା ପ୍ରତିଷ୍ଠା କରିବା ହେଉଛି‘ଇ’-ନଗରପାଳିକା ଉଦ୍ୟମଶୀଳତାର ଲକ୍ଷ୍ୟ ।
- ସାଧାରଣ କାର୍ଯ୍ୟ ପ୍ରବାହ ପାଇଁ ଆବଶ୍ୟକତା: ବ୍ୟବସାୟ ଧାରାରେ ମାନକୀକରଣ ନରହିଲେ ତାହା ଅସ୍ପଷ୍ଟତା ଜାତ କରେ ଏବଂ କାର୍ଯ୍ୟ ସଂପନ୍ନ କରିବା ସମୟକୁ ବଢ଼ାଇ ଦେଇଥାଏ । ସୁତରାଂ ‘ଇ’-ନଗରପାଳିକା କାର୍ଯ୍ୟକାରୀ ହେବା ଫଳରେ ସମଗ୍ର ଓଡ଼ିଶା ରାଜ୍ୟରେ ନଗରପାଳିକା ଶାସନ ବ୍ୟବସ୍ଥାର ଯାବତୀୟ କାର୍ଯ୍ୟ ପ୍ରବାହର ମାନକୀକରଣ କରାଯାଇଛି ।
- ପରିବର୍ତ୍ତନବିମୁଖତା: ‘ପରିବର୍ତ୍ତନ ହେଉଛି ସବୁଠାରୁ ବଡ଼ ପ୍ରତିକୂଳତା ।’ ସେଥିଲାଗି ସବୁ ପ୍ରକାର ପରିବର୍ତ୍ତନ ପ୍ରତି ବିମୁଖ ହେବା ହେଉଛି ମଣିଷର ଅତି ସାଧାରଣ ପ୍ରବୃତ୍ତି । ‘ଇ’-ନଗରପାଳିକାର କାର୍ଯ୍ୟକାରିତା ହେତୁ ନଗରପାଳିକା ଶାସନ ବ୍ୟବସ୍ଥାରେ ସୂଚନା ପ୍ରଯୁକ୍ତିର ପ୍ରଚଳନ ଦ୍ୱାରା ବ୍ୟବହାରକାରୀମାନଙ୍କ ପାଇଁ ସୂଚନା ପ୍ରଯୁକ୍ତି ସଂପର୍କିତ ପ୍ରଶିକ୍ଷଣର ଆବଶ୍ୟକତା କ୍ଷେତ୍ରରେ ଅନୁକୂଳ ପରିବର୍ତ୍ତନ ସୃଷ୍ଟି ହୋଇଛି ।
- ବାଧା ସୃଷ୍ଟିକାରୀ ବିକ୍ଷିପ୍ତ ନିୟନ୍ତ୍ରଣ ଅଂଚଳ: ବହୁ ବିକ୍ଷିପ୍ତ ଭୌଗଳିକ ଦୂରତା ହେତୁ ଏମୁଣ୍ଡରୁ ସେମୁଣ୍ଡ ସମଗ୍ର ରାଜ୍ୟରେ ନଗରପାଳିକାମାନଙ୍କର ବିଭିନ୍ନ ପ୍ରକାର ଅଗ୍ରଗତି, ସ୍ଥିତିଗତ ଦୁର୍ବଳତା ସବୁର ଅନୁଧ୍ୟାନ କରିବା କାର୍ଯ୍ୟ ବାଧାପ୍ରାପ୍ତ ହୋଇଥାଏ ।
- ନାଗରିକ ଅନୁକୂଳ ସେବା ସୁବିଧାଗୁଡ଼ିକର ଅଭାବ: କାର୍ଯ୍ୟ କାରବାର ପ୍ରକ୍ରିୟାରେ ସ୍ୱଚ୍ଛତାର ଅଭାବ ଏବଂ ଅବାଧ ନାଗରିକ ସଂପର୍କ କ୍ଷେତ୍ରରେ ଅଭାବ ରହିବା ଫଳରେ ନଗରପାଳିକାମାନେ ନାଗରିକ ଅନୁକୂଳ ସେବା ସୁବିଧା କାର୍ଯ୍ୟକାରୀ କରିବାରେ ବାଧା ସୃଷ୍ଟି ହୋଇଥାଏ ।
- ବିଭିନ୍ନ କାର୍ଯ୍ୟସ୍ତରୀୟ ପାହ୍ୟାଗୁଡ଼ିକ ମଧ୍ୟରେ ନଥିପତ୍ର ଚଳପ୍ରଚଳ ହେବାରେ ବିଳମ୍ବ: ପୂର୍ବ ପ୍ରଚଳିତ ବ୍ୟବସ୍ଥାରେ କାଗଜ ତିଆରି ନଥିପତ୍ରର ନକଲ ସବୁ ଜଣେ ବ୍ୟବହାରକର୍ତ୍ତାଙ୍କଠାରୁ ଆଉ ଜଣେ ବ୍ୟବହାରକର୍ତ୍ତାଙ୍କ ନିକଟକୁ କାର୍ଯ୍ୟସ୍ତରୀୟ ବିଭିନ୍ନ ପାହ୍ୟାଗୁଡ଼ିକ ନିମନ୍ତେ କୌଣସି ଗୋଟିଏ ନିର୍ଦ୍ଧିଷ୍ଟ ଏସ୍ଏଲ୍ଏ ସମ୍ବନ୍ଧୀୟ ବ୍ୟାଖ୍ୟା ନଥାଇ ଚଳପ୍ରଚଳ ହେଉଥିଲା ।
୬. ନାଗରିକମାନଙ୍କ ପାଇଁ ସୁବିଧା
• ସିଏସ୍ସି ଏବଂ ସହରାଂଚଳ ସ୍ଥାନୀୟ ସଂସ୍ଥା (ULB) ସମୂହ ଜରିଆରେ ଯେକୌଣସି ସମୟ, ଯେକୌଣସି ସ୍ଥାନ ଆଧାରରେ ଏକତ୍ର ସଂଯୋଜିତ ବହୁ ସୁବିଧା ବ୍ୟବସ୍ଥା ପ୍ରତି ନାଗରିକମାନଙ୍କର ସିଧାସଳଖ ପ୍ରବେଶ ଅନୁମତି ।
• ଜନ୍ମ ଓ ମୃତ୍ୟୁ ଫର୍ମ ଦାଖଲ କରିବା ପାଇଁ କାର୍ଯ୍ୟ ନିର୍ବାହ ସମୟରେ ଶତକଡ଼ା ପଚାଶ ଭାଗ ହ୍ରାସ ।
• ସହରାଂଚଳ ସ୍ଥାନୀୟ ସଂସ୍ଥା (ULB)ର କାର୍ଯ୍ୟଦକ୍ଷତା କ୍ଷେତ୍ରରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ।
• ସମଗ୍ର ରାଜ୍ୟରେ ସମସ୍ତ ବିଭାଗଗୁଡ଼ିକ ପାଇଁ ଏକକ ସମନ୍ୱିତ ପ୍ଲାଟଫର୍ମ ଉପରେ ଆଧାରିତ ସାଧାରଣ ସୂଚନା ।
• ରାଜସ୍ୱ ଆଦାୟ କ୍ଷେତ୍ରରେ ବହୁବିଧ ଅଭିବୃଦ୍ଧି ।
• ସରକାରଙ୍କ ପାଇଁ ଉପଯୁକ୍ତ ଏବଂ ସମୟୋଚିତ ବିଶ୍ଳେଷଣ ତଥା ନିଷ୍ପତ୍ତି ସହାୟତା ବ୍ୟବସ୍ଥା ।
• ରାଜ୍ୟ ବ୍ୟାପୀ ଡ୍ୟାସବୋର୍ଡ ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ, ସେବା ସୁବିଧା ସମୂହ, ରାଜସ୍ୱ ଆଦିକୁ ସଠିକ ସମୟରେ ସଫଳତାର ସହିତ ତଦାରଖ କରିବା ଓ ଅନୁଧ୍ୟାନ କରିବା କ୍ଷେତ୍ରରେ ସାମର୍ଥ୍ୟ ।
- ଶାସନ ବ୍ୟବସ୍ଥା, ସେବା ସୁବିଧା ସବୁର ଯୋଗାଣ ଏବଂ ନାଗରିକ ସଂପର୍କ କ୍ଷେତ୍ରରେ ସାମଗ୍ରିକ ଉନ୍ନତି ।
୭. ଦୀର୍ଘସ୍ଥାୟୀତା ଏବଂ ସାଦୃଶୀକରଣ ବୈଶିଷ୍ଟ୍ୟ
• ଓଏସ୍ଡିସି (OSDC)ରୁ ସୁରକ୍ଷିତ, ସହଜ ଓ ସୁବିଧା ଉପାୟରେ ନାଗରିକ ଭିତ୍ତିକ ସେବା ସୁବିଧା ଯୋଗାଇଦେବା ନିମନ୍ତେ ଉଦ୍ଦିଷ୍ଟ।
• ଉପାଂଶ କେନ୍ଦ୍ରିକ ନିର୍ମାଣ ପ୍ରକ୍ରିୟା (Component Centric Architecture) ମଡ୍ୟୁଲ୍ଡଗୁକର ସମଷ୍ଟୀକରଣ (Addition of Modules)କୁ ଗତିଶୀଳ ହୋଇ ରହିବାରେ ସହାୟକ ହୋଇଥାଏ ।
• ଦୀର୍ଘସ୍ଥାୟୀତା ଅତୁଟ ରଖିବା ଓ ପରିପାଳିତ କରିବା ପାଇଁ ମୁକ୍ତ ଉତ୍ସ କ୍ଷେତ୍ର (Open Source Platform) ଉପରେ ବିକଶିତ ।
• ସହରାଂଚଳ ସ୍ଥାନୀୟ ସଂସ୍ଥା (ULB) ବ୍ୟବହାରକାରୀମାନଙ୍କ ଦ୍ୱାରା ବ୍ୟବହୃତ ହେଉଥିବା କାର୍ଯ୍ୟ ପ୍ରବାହ ଭିତ୍ତିକ ଅନୁମୋଦନ ବ୍ୟବସ୍ଥା (Approval System) । ଭୂମିକା ଉପରେ ନିର୍ଭରଶୀଳ ଏବଂ ବ୍ୟବହାରକାରୀ ଉପରେ ନିର୍ଭରଶୀଳ ନୁହେଁ ।
• କୌଣସି ତଥ୍ୟ ପ୍ରବେଶ ସଂଚାଳକ (data entry operator)ର ଆବଶ୍ୟକତା ନାହିଁ । ବରଂ ସହରାଂଚଳ ସ୍ଥାନୀୟ ସଂସ୍ଥା (ULB)ର କର୍ମକର୍ତ୍ତାମାନେ ହିଁ ତଥ୍ୟ ପ୍ରବେଶ କାର୍ଯ୍ୟ ତୁଲାଇବେ ।
• ଉତ୍ସର୍ଗୀକୃତ ପାରସ୍ପରିକ ସହାୟତାର ସଫଳତା ହେତୁ ତଥ୍ୟ ପ୍ରବେଶ ସଂଚାଳକ ବଦଳରେ ସହରାଂଚଳ ସ୍ଥାନୀୟ ସଂସ୍ଥା (ULB) ଗୁଡ଼ିକ ନିମନ୍ତେ ୧୧୦ ଜଣ ମିସ୍ (MIS)ଅଧିକାରୀ ଏବଂ ୧୧୦ଜଣ ହିସାବ ରକ୍ଷକ ପଦବୀ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ (H & UD) ଦ୍ୱାରା ନିଯୁକ୍ତି କାର୍ଯ୍ୟ ଶେଷ କରାଯାଇଛି । ଜିଲ୍ଲା ସଂଚାଳକଙ୍କ ସେବାକାର୍ଯ୍ୟ ଏବଂ ସହରାଂଚଳ ସ୍ଥାନୀୟ ସଂସ୍ଥା (ULB)ର ସ୍ୱତ୍ୱ ଦ୍ୱାରା ପ୍ରତିସ୍ଥାପିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ପାରସ୍ପରିକ (Hand hold) ସେବାକାର୍ଯ୍ୟ ମିସ୍ (MIS) ଅଧିକାରୀମାନଙ୍କ ଦାୟିତ୍ୱରେ ରହିଥାଏ ।
ଏପ୍ରିଲ୍ ୦୧, ୨୦୧୮ ମସିହାଠାରୁ ‘ଇ’-ନଗରପାଳିକା ପ୍ରକଳ୍ପଦାୟିତ୍ୱ ଗୃହ ଓ ନଗର ଉନ୍ନୟନ ବିଭାଗ (H & UD)କୁ ହସ୍ତାନ୍ତର କାରାଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ (H & UD) ସିଧାସଳଖ ପ୍ରକଳ୍ପ କାର୍ଯ୍ୟ ପରିଚାଳନା କରୁଛି ।