‘ଇ’-ପ୍ରେରଣ
- ଇ-ଶାସନ
- ଇ-ସରକାରୀ ପ୍ରୋଜେକ୍ଟ
- ରାଜ୍ୟ ପଦକ୍ଷେପ
- ସେବାଗୁଡିକ
- ‘ଇ’-ପ୍ରେରଣ
‘ଇ’-ପ୍ରେରଣ (e-Despatch) ହେଉଛି ସମସ୍ତ ସରକାରୀ ତଥ୍ୟସୂଚନା ତଥା ସେବା ସୁବିଧା ହାସଲ କରିବା ଦିଗରେ ଗୋଟିଏ ଏକକ ପ୍ରବେଶ ଦ୍ୱାର । ଏହା ସେହି ପ୍ରକ୍ରିୟାକୁ କେବଳ ସୁଦୃଢ଼ କରେ ନାହିଁ; ମାତ୍ର ଚିଠିପତ୍ରଗୁଡ଼ିକୁ ତଦାରଖ କରିବା ଦିଗରେ ବିଳମ୍ବତାକୁ ମଧ୍ୟ ଦୂର କରିଥାଏ । ଏହା ଚାରି ଗୋଟି ସରଳ ସୋପାନ ସହ ସାମିଲ ହୋଇ ରହିଥାଏ, ଯଥା: ଚିଠିର ବିଶଦ ବିବରଣୀ, ପ୍ରାପକ ମନୋନୟନ, ପିଡିଏଫ୍ ସଂଯୋଗ ଏବଂ ଚିଠି ପ୍ରେରଣ । ନିମ୍ନରେ ଉଲ୍ଲେଖ କରାଯାଇଥିବା ‘ଇ’-ପ୍ରେରଣ (e-Despatch)ର ଏହି ଚାରି ଗୋଟି ଉପାଦାନ ଏହାକୁ ବିଶେଷ ଭାବେ ବ୍ୟବହାରଯୋଗ୍ୟ ପ୍ରୟୋଗ ବ୍ୟବସ୍ଥାରେ ପରିଣତ କରିଥାଏ –
୧. ‘ଇ’-ପ୍ରେରଣ (e-Despatch) ପୋର୍ଟାଲ୍ ମଡ୍ୟୁଲ ସରକାରୀ କାର୍ଯ୍ୟାଳୟମାନଙ୍କରୁ ସମସ୍ତ ପ୍ରକାର ଅମଲାତାନ୍ତ୍ରିକ ଚିଠିପତ୍ର ପ୍ରେରଣ କରିବା ପାଇଁ ସହଜରେ ବ୍ୟବହାର ଉପଯୋଗୀ ଗୋଟିଏ କ୍ଷେତ୍ର ଯୋଗାଇ ଦେଇଥାଏ ।
୨. କାର୍ଯ୍ୟାଳୟ ‘ଇ’-ସ୍ପେସ୍ (Office e-Space) ‘ଇ’-ପ୍ରେରଣ (e-Despatch) ବ୍ୟବସ୍ଥା ଜରିଆରେ ସଂପର୍କିତ ସମସ୍ତ ଚିଠିପତ୍ର ପାଇବା ଦିଗରେ ବ୍ୟବହାରକାରୀମାନଙ୍କୁ ଏକ ପାରସ୍ପରିକ ବିନିମୟ ସୁବିଧା ଯୋଗାଇଥାଏ ।
୩. ‘ଇ’-ସ୍ପେସ୍ (e-Space) ଅଧିକାର ଆଧାରିତ ବ୍ୟବହାରକାରୀ ନିୟନ୍ତ୍ରଣ ସମୂହ, ପ୍ରଶ୍ନ ଆଧାରିତ ଅନୁସନ୍ଧାନ, ବିଶେଷତା ଓ ୱେବ୍ ପ୍ରକାଶନ କାର୍ଯ୍ୟାବଳୀ ସହିତ ସଂଯୁକ୍ତ ହୋଇ ରହିଥାଏ । ଗ୍ରହଣ କରିବାକୁ ଥିବା କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧୀୟ ପ୍ରତ୍ୟୁତ୍ତର ତୁରନ୍ତ ପ୍ରେରଣ କରିବା ପାଇଁ ଚିଠିଗୁଡ଼ିକୁ ‘ଇ’-ସ୍ପେସ୍ରୁ ଡାଉନ୍ଲୋଡ୍ କରାଯାଇପାରିବ ।
୪. ନାଗରିକ ସେବା ସମ୍ବନ୍ଧୀୟ ୱେବ୍ ପୋର୍ଟାଲ୍ (Web Portal) ସରକାରୀ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିଥାଏ ଏବଂ ନାଗରିକମାନଙ୍କୁ ଆବଶ୍ୟକୀୟ ତଥ୍ୟସୂଚନା ଯୋଗାଇ ଦେଇଥାଏ ।
କାର୍ଯ୍ୟକାରୀତା ସ୍ଥିତି
- ଓଡ଼ିଶାର ସମସ୍ତ ସରକାରୀ ବିଭାଗ ସମୂହ ଏହି ପ୍ରୟୋଗ ବ୍ୟବସ୍ଥାର ବ୍ୟବହାର କରନ୍ତି ଏବଂ ପ୍ରତ୍ୟେକ ବର୍ଷ ପାଖାପାଖି ୧୦ ଲକ୍ଷରୁ ଅଧିକ ସଂଖ୍ୟକ ଚିଠିପତ୍ର କାରବାର ହୋଇଥାଏ । ଏହି ମାଧ୍ୟମ ସହାୟତାରେ ଆଜି ପର୍ଯ୍ୟନ୍ତ ୧.୩୦ କୋଟି ଚିଠିପତ୍ର ପ୍ରେରଣ କରାଯାଇଛି ।
- ଆଜି ପର୍ଯ୍ୟନ୍ତ ‘ଇ’-ପ୍ରେରଣ (e-Despatch) ବ୍ୟବସ୍ଥା ସମସ୍ତ ସରକାରୀ ବିଭାଗମାନଙ୍କରେ ଏବଂ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ୫୫୩୭ ସଂଖ୍ୟକ ଅଧସ୍ତନ କାର୍ଯ୍ୟାଳୟରେ କାର୍ଯ୍ୟକାରୀ କରାଯାଇଛି । ରାଜ୍ୟପାଳଙ୍କ ସଚିବାଳୟ ଏବଂ ଓଡ଼ିଶା ବିଧାନ ସଭାରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଇଛି ।
ସମ୍ମାନ ଓ ସ୍ୱୀକୃତି (Accolades/Recognitions)
ଉକ୍ତ ପ୍ରକଳ୍ପ ୨୦୧୦ ମସିହାରେ ନାସ୍କମ୍ ସୋସିଆଲ୍ ଇନୋଭେସନ୍ (NASSCOM Social Innovation) ଏବଂ ୨୦୧୩ ମସିହାରେ ସ୍କଚ୍ ସ୍ମାର୍ଟ୍ ଗଭର୍ନାସ୍ ଆୱାର୍ଡ (SKOCH Smart Governance Award) ଭଳି ଅନେକ ସଂଖ୍ୟକ ଜାତୀୟ ସ୍ତରର ପୁରସ୍କାର ହାସଲ କରିଛି ।