ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି (E & IT)ର ପ୍ରଶାସନିକ ନିୟନ୍ତ୍ରଣ ଅଧୀନରେ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି (E & IT) ବିଭାଗର ବୈଷୟିକ ନିର୍ଦ୍ଦେଶାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୂଚନା ପ୍ରଯୁକ୍ତି କେନ୍ଦ୍ର ଭାବେ ଓଡ଼ିଶା କମ୍ପ୍ୟୁଟର୍ ପ୍ରୟୋଗ କେନ୍ଦ୍ର ବା ଓକାକ୍ ରାଜ୍ୟରେ ବିଭିନ୍ନ ‘ଇ’ ପ୍ରଶାସନ ବ୍ୟବସ୍ଥା ପ୍ରୟୋଗ କାର୍ଯ୍ୟକାରୀ କରିବା ସକାଶେ ଯୋଜନା କରୁଛି ।

ବର୍ତ୍ତମାନ ଯଥେଷ୍ଟ ପରିମାଣରେ ସର୍ଭର୍ ତଥା ସଂଚୟ ସାମର୍ଥ୍ୟ ସହିତ ସଚିବାଳୟ ପରିସର ମଧ୍ୟରେ ଅବସ୍ଥିତ ସୂଚନା ପ୍ରଯୁକ୍ତି କେନ୍ଦ୍ରକୁ ଭଲଭାବେ ପ୍ରସ୍ତୁତ କରି ରଖାଯାଇଛି ।

ଭିତ୍ତିଭୂମି : ସେଥି ମଧ୍ୟରୁ ଓସ୍ୱାସ (OSWAS)ର ସଂଚୟ ବା ଗଚ୍ଛିତ କରି ରଖିବାର ସାମର୍ଥ୍ୟ ହେଉଛି ୪୦ ଟେରାବାଇଟ୍ ଏବଂ ସାଧାରଣ ଭିତ୍ତିଭୂମି ତଥା ଛାତ୍ର ଏକାଡେମିକ୍ ପରିଚାଳନା ବ୍ୟବସ୍ଥା (SAMS) ପ୍ରତ୍ୟେକର ସଂଚୟ ବା ଗଚ୍ଛିତ କରି ରଖିବାର ସାମର୍ଥ୍ୟ ହେଉଛି ୨୦ ଟେରାବାଇଟ୍ । ଓସ୍ୱାସ (OSWAS) ନିମନ୍ତେ ୨୧ଟି ସର୍ଭର୍ ରହିଛି ଏବଂ ଛାତ୍ର ଏକାଡେମିକ୍ ପରିଚାଳନା ବ୍ୟବସ୍ଥା (SAMS) ପାଇଁ ୭ଟି ବ୍ଲେଡ଼୍ ସର୍ଭର୍ ମୁତୟନ କରାଯାଇଛି । ଆର୍‌ଏଫ୍‌ ଲିଙ୍କ୍ : ଏନ୍ଆଇସି, ରାଜ ଭବନ, ଓକାକ୍ (ଏଆର୍‌ଟେଲ୍) ପାଇଁ ନିରବଚ୍ଛିନ୍ନ ସଂଯୋଗ ପ୍ରଦାନ କରାଯାଇଛି । ଦୁଇ ଗୋଟି ଲିଙ୍କ୍ ଲୋଡ଼୍ ବାଲାନ୍‌ସର୍ (Link Load Balancer) ସହିତ ଦୁଇ ଗୋଟି ସିସ୍କୋ (SISCO) ତିନି ସ୍ତରୀୟ ରାଉଟର୍‌କୁ କାର୍ଯ୍ୟଦକ୍ଷ ରୁଟିଙ୍ଗ୍ ଓ ଲୁପିଙ୍ଗ୍ ପାଇଁ ସ୍ଥାପନ କରଯାଇଛି ।

କମ୍ପ୍ୟୁଟର ବ୍ୟବସ୍ଥା ସଂଯୋଗ କରିବା ପାଇଁ ସଚିବାଳୟର ପରିସର ଏବଂ ପରିସର ବାହାରେ ସ୍ଥାପନ କରାଯାଇଥିବା ସେକ୍ଲାନ (SECLAN) ଭାବେ ନାମିତ ସଚିବାଳୟ ଲାନ୍ ଅର୍ଥାତ୍ ସଚିବାଳୟ ସ୍ଥାନୀୟ ଅଂଚଳ ନେଟୱାର୍କ ପ୍ରତିଷ୍ଠାନ ହେଉଛି ଓଡ଼ିଶା ରାଜ୍ୟ ପାଇଁ ଗୋଟିଏ ବହୁତ ବଡ଼ ସଫଳତା । ସମସ୍ତ ସରକାରୀ ବିଭାଗ ଓ ସେମାନଙ୍କ ଅଧସ୍ତନ କାର୍ଯ୍ୟାଳୟଗୁଡ଼ିକରେ ସେକ୍ଲାନ୍ (SECLAN) ସଂଯୋଗ ସ୍ଥାପନ କରାଯାଇଛି । ଏହିଭଳି ନିରବଚ୍ଛିନ୍ନ ଭାବେ ତଥ୍ୟ ବା ଡାଟା ସ୍ଥାନାନ୍ତରଣ (transfer) ହୋଇପାରୁଥିବା ଏହି ନେଟ୍‌ୱାର୍କ ସହିତ ୬୦୦୦ରୁ ଅଧିକ ସଂଖ୍ୟକ କେନ୍ଦ୍ର ବା କାର୍ଯ୍ୟକ୍ଷେତ୍ରକୁ ସଂଯୋଗ କରାଯାଇଛି ।

ସେବା ସୁବିଧା ସମୂହ

  • ସୂଚନା ପ୍ରଯୁକ୍ତି କେନ୍ଦ୍ରରେ ୬୦ରୁ ଅଧିକ ସଂଖ୍ୟକ ୱେବ୍‌ସାଇଟ୍ ପ୍ରଚଳନ କରାଯାଇଛି ।
  • ଡିଜିଟାଲ୍ ଶାସନ ବ୍ୟବସ୍ଥା ପ୍ରଚଳନ ହେବା ଦିଗରେ କାଗଜଶୂନ୍ୟ ନଥିପତ୍ରର ଉପଯୋଗକରିବା ପାଇଁ ଓଡ଼ିଶା ସଚିବାଳୟ କାର୍ଯ୍ୟ ପ୍ରବାହ ସ୍ୱୟଂକ୍ରିୟ ବ୍ୟବସ୍ଥା (OSWAS)କାର୍ଯ୍ୟକାରୀ ହୋଇଛି ।
  • ପ୍ରଭାବଶାଳୀ ନିଷ୍ପତ୍ତି ଗ୍ରହଣ କରିବା କ୍ଷେତ୍ରରେ ସହଜ / ଶୀଘ୍ର ପ୍ରତିକ୍ରିୟା ଲାଭ କରିବା ନିମନ୍ତେ ୱାଇଫାଇ ଆକ୍‌ସେସ୍ ପଏଣ୍ଟ (WIFI Acess Point) ପ୍ରଦାନ କରାଯାଇଛି ।
  • ସେହି ଉଦ୍ଦେଶ୍ୟରେ ସ୍ଥାପିତ ହୋଇଥିବା ୧୫୦ ଗୋଟି ପରିଚାଳିତ ଏବଂ ୩୦ ଗୋଟି ଅପରିଚାଳିତ ୱାଇଫାଇ ଆକ୍‌ସେସ୍ ପଏଣ୍ଟ ରହିଛି ।
  • ଦୂରଦୂରାନ୍ତ ବ୍ୟବହାର ସୁବିଧା ବା ରିମୋଟ୍ ଆକ୍‌ସେସ୍ ନିମନ୍ତେ ଭିପିଏନ୍ (VPN) ବ୍ୟବହାର ସୁବିଧାର ସୃଷ୍ଟି ବା ପରିଚାଳନା ।
  • ନେଟୱାର୍କ ମଧ୍ୟରେ ବିଭିନ୍ନ ବିଷୟବସ୍ତୁର ଶୋଧନ କାର୍ଯ୍ୟ ନିମନ୍ତେ ଫାୟାରୱାଲ୍ ଓ ଚେକ୍‌ପଏଣ୍ଟ ପ୍ରତିଷ୍ଠା ।
  • ଭାଇରସ୍ ଓ ମାଲ୍‌ୱେର୍ ପ୍ରଭୃତି ପ୍ରଦୂଷଣରୁ ମୁକ୍ତ ରଖି ନେଟୱାର୍କ କାର୍ଯ୍ୟ ପରିଚାଳନା କରିବା ପାଇଁ ଆଣ୍ଟିଭାଇରସ୍‌ ସୁରକ୍ଷା ପ୍ରଚଳନ।
  • ସମସ୍ୟା ସମାଧାନ ପଦ୍ଧତି ସମେତ ହାର୍ଡୱେର୍‌ / ସଫ୍ଟୱେର୍‌ ଦିଗରେ ବ୍ୟବହାରକାରୀ ଓ ବିଭାଗମାନଙ୍କୁ ସହାୟତା ।
  • ନେଟୱାର୍କ ସହ ସଂପର୍କିତ ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ କରିବା ନିମନ୍ତେ ବିଭାଗମାନଙ୍କୁ ନିଷ୍କ୍ରିୟ ବା ସକ୍ରିୟ ଉପକରଣ ଭଳି ନେଟୱାର୍କ ସମ୍ବନ୍ଧୀୟ ଜିନିଷର ଯୋଗାଣ ବ୍ୟବସ୍ଥା ।
  • ବିଭିନ୍ନ ‘ଇ’ ଶାସନ ବ୍ୟବସ୍ଥା ପରିଚାଳିତ କୌଶଳ ସମୂହ ଉପରେ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ବିଭିନ୍ନ ସ୍ତରର ଅଧିକାରୀ ତଥା କର୍ମଚାରୀମାନଙ୍କ ମଧ୍ୟରେ ଦକ୍ଷତା ଗଠନ କାର୍ଯ୍ୟକ୍ରମ ।
  • ସଚିବାଳୟ ମଧ୍ୟରେ ପ୍ରବେଶ କରୁଥିବା ପରିଦର୍ଶକମାନଙ୍କ ନିମନ୍ତେ ‘ଇ’-ପାସ୍ ବ୍ୟବସ୍ଥାର ପରିଚାଳନା ।
  • ସ୍ୱାନ୍ (SWAN) ଏବଂ ଏନ୍ଆଇସି(NIC)ନେଟୱାର୍କ ସହାୟତାରେ ଭିଡ଼ିଓ କନ୍‌ଫରେସିଙ୍ଗ୍ ତଥା ରିମୋଟ୍ ସଂଯୋଗ ବ୍ୟବସ୍ଥା ।

ରାଜ୍ୟ ସଚିବାଳୟ ବ୍ୟତିରେକ ନିମ୍ନରେ ଆଉ କେତେକ ମୁଖ୍ୟ ସଂଯୋଗ ସ୍ଥଳର ନାମ ଦିଆଗଲା –

  • ରାଜୀବ ଭବନ
  • ମୁଖ୍ୟ ବିଭାଗୀୟ କାର୍ଯ୍ୟାଳୟ ସଦନ
  • ନିର୍ବାଚନ କାର୍ଯ୍ୟାଳୟ
  • ସୂଚନା ଓ ଲୋକ ସଂପର୍କ ବିଭାଗ
  • ଡିଜି (ଭିଜିଲାନ୍‌ସ), କଟକ
  • କ୍ରୀଡ଼ା ଓ ଯୁବ ବିଭାଗ (ନୟାପଲ୍ଲୀ)
  • ପର୍ଯ୍ୟଟନ (କଳ୍ପନା ଅଞ୍ଚଳ)
  • ଏସ୍.ଏସ୍.ଇ.ପି.ଡି. (କ୍ୟାପିଟଲ୍ ହସ୍ପିଟାଲ୍)
  • ଲୋକ ସଂପର୍କ ବା ପିଆର୍ (ସିଆର୍‌ପି ଛକ)
  • ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍)
  • ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି (ଆଚାର୍ଯ୍ୟ ବିହାର)
  • ଓୟୁଏଚ୍ଏମ୍ (କଳ୍ପନା ଅଂଚଳ)

ନେଟୱାର୍କ ପାଇଁ ବ୍ୟବହାର କରାଯାଉଥିବା ପ୍ରୋଭାଇଡର୍ ସମେତ ଯୋଗାଯୋଗ ସମ୍ବନ୍ଧୀୟ ବିଶଦ ବିବରଣୀ

  • ସେକେଣ୍ଡ୍ ପିଛା ୨୪୫ ମେଗାବାଇଟ୍ – ବିଏସ୍ଏନ୍ଏଲ୍ (ଇଣ୍ଟରନେଟ୍‌) 
  • ସେକେଣ୍ଡ୍ ପିଛା ୨୬୫ ମେଗାବାଇଟ୍ – ବିଏସ୍ଏନ୍ଏଲ୍ (ଛାତ୍ର ଏକାଡେମିକ୍ ପରିଚାଳନା ବ୍ୟବସ୍ଥା ନିମନ୍ତେ)
  • ସେକେଣ୍ଡ୍ ପିଛା ୩୫ ମେଗାବାଇଟ୍ – ବିଏସ୍ଏନ୍ଏଲ୍ (ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ)
  • ସେକେଣ୍ଡ୍ ପିଛା ୧୦୦ ମେଗାବାଇଟ୍ (ଏସ୍‌ଟିପିଆଇ) – ମୁକ୍ତ
  • ସେକେଣ୍ଡ୍ ପିଛା ୩୫ ମେଗାବାଇଟ୍ – ପିଜିସିଆଇଏଲ୍ (ଇ-ଡେସ୍‌ପାଚ୍)
  • ସେକେଣ୍ଡ୍ ପିଛା ୮ ମେଗାବାଇଟ୍ (ଏସ୍‌ଟିପିଆଇ) – ମହିଳା ଓ ଶିଶୁ ବିକାଶ (ଡବ୍ଲୁସିଡି)