ଇପିଏବିଏକ୍ସ
- ଇ-ଶାସନ
- ଇ-ସରକାରୀ ପ୍ରୋଜେକ୍ଟ
- ରାଜ୍ୟ ପଦକ୍ଷେପ
- ଇନଫ୍ରାଷ୍ଟ୍ରକଚର
- ଇପିଏବିଏକ୍ସ
ସଚିବାଳୟ ଇପିଏବିଏକ୍ସ (Coral IRIS IVDX Exchanve)ର ରକ୍ଷଣାବେକ୍ଷଣ କାର୍ଯ୍ୟ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର ବା ଓକାକ୍ ଦ୍ୱାରା ପରିଚାଳିତ ହୁଏ ।
ଏପ୍ରିଲ୍ ମାସ ୨୦୧୬ରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଦାୟିତ୍ୱ ଅଧୀନକୁ ଇପିଏବିଏକ୍ସ/ଆର୍ଏଏକ୍ସ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ଭାର ଆସିଲା ଏବଂ ଚିଠି ଆଦେଶ ନମ୍ବର ୧୨୦୯, ତା.୨୧.୦୪.୨୦୧୬ ଅନୁଯାୟୀ ଓକାକ୍ ଉପରେ ତାହାର ରକ୍ଷଣାବେକ୍ଷଣ ଭାର ନ୍ୟସ୍ତ କରାଯାଇଛି ।
ଭାରତ ସଂଚାର ନିଗମ ଲିମିଟେଡ଼୍ (ବିଏସ୍ଏନ୍ଏଲ୍) ଦ୍ୱାରା ସଂପୂର୍ଣ୍ଣ ୭୦୦୦ ସଂପ୍ରସାରଣ କ୍ଷମତାଯୁକ୍ତ ଇପିଏବିଏକ୍ସ ବ୍ୟବସ୍ଥା - ମଡେଲ୍-କୋରାଲ୍ ଟେଲ୍-ଆଇଆର୍ଆଇଏସ୍-ଆଇଭିଡିଏକ୍ସ (EPABX system- Model-Coral Tel-iris-IVDX)କୁ ଓଡ଼ିଶା ସଚିବାଳୟଠାରେ ସ୍ଥାପିତ କରାଗଲା । ବର୍ତ୍ତମାନ ୨୫୦୦ ଆଭ୍ୟନ୍ତରୀଣ ସଂପ୍ରସାରିତ ଟେଲିଫୋନ୍ ସଂଯୋଗକୁ ସ୍ଥାନିତ କରିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି । ଇପିଏବିଏକ୍ସ ସଚିବାଳୟରେ ଅବସ୍ଥିତ ବରି୍ର ଅଧିକାରୀ ଏବଂ ମନ୍ତ୍ରୀମାନଙ୍କ କାର୍ଯ୍ୟାଳୟମାନଙ୍କରେ ସେବା ଯୋଗାଇ ଦେଉଛି । ସଚିବାଳୟ ମଧ୍ୟରେ ରହିଥିବା ସମସ୍ତ ବିଭାଗ ବ୍ୟତିରେକ ରାଜୀବ ଭବନ, ସୂଚନା ଓ ଲୋକ ସଂପର୍କ ବିଭାଗ, ଗୃହ (ନିର୍ବାଚନ) ବିଭାଗ, ଟ୍ରେଜେରି ଓ ହିସାବ ନିର୍ଦ୍ଦେଶାଳୟ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ରାଜ ଭବନ ପ୍ରଭୃତି ସ୍ଥାନମାନଙ୍କରେ ମଧ୍ୟ ଇପିଏବିଏକ୍ସ ସଂଯୋଗ ବ୍ୟବସ୍ଥା ଯୋଗାଇ ଦିଆଯାଇଛି ।
ଉପରୋକ୍ତ ବ୍ୟବସ୍ଥାର ଏଏମ୍ସି (AMC) ସେବା କାର୍ଯ୍ୟ ନିମନ୍ତେ ଭାରତ ସଂଚାର ନିଗମ ଲିମିଟେଡ଼୍ ପୁରସ୍କାର ହାସଲ କରିଛି । ଭାରତ ସଂଚାର ନିଗମ ଲିମିଟେଡ଼୍ (BSNL) ନିଜର ଅଧିକାରପ୍ରାପ୍ତ ସଂସ୍ଥା ମେସର୍ସ ବେଞ୍ଜଫାବ୍ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ଼୍ ଜରିଆରେ ଏଏମ୍ସି ସେବା ସୁବିଧା ଯୋଗାଇ ଦେଉଛି ।
ସଚିବାଳୟ ମଧ୍ୟସ୍ଥ ଇପିଏବିଏକ୍ସର ଦୈନନ୍ଦିନ ରକ୍ଷଣାବେକ୍ଷଣ କାର୍ଯ୍ୟ ସଚିବାଳୟଠାରେ ଅବସ୍ଥିତ ଇପିଏବିଏକ୍ସର ନିୟନ୍ତ୍ରଣ କକ୍ଷ (Control Room)ଠାରୁ ଓକାକ୍ ଦ୍ୱାରା ପରିଚାଳିତ ହେଉଛି ।
ଇପିଏବିଏକ୍ସ ଓ ଆର୍ଏଏକ୍ସର କାର୍ଯ୍ୟକାରିତା ଅନୁଧ୍ୟାନ କରିବା ଏବଂ ସଂପ୍ରସାରିତ ଟେଲିଫୋନ୍ ସମୂହର ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ଭାଳିବା, ଅଭିଯୋଗ ପଞ୍ଜୀକରଣର ତଦାରଖ କରିବା, ଠିକ୍ ସମୟରେ ବିଭିନ୍ନ ବିଭାଗରୁ ମିଳୁଥିବା ଅଭିଯୋଗ ସବୁର ସମାଧାନ କରିବା ପାଇଁ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର ଦ୍ୱାରା ଇପିଏବିଏକ୍ସ ନିୟନ୍ତ୍ରଣ କକ୍ଷଠାରେ ସ୍ୱତନ୍ତ୍ର ଭାବେ ଉଦ୍ଦିଷ୍ଟ କର୍ମଚାରୀ ସମୂହଙ୍କୁ ମୁତୟନ କରାଯାଇଛି । ଅଭିଯୋଗ ଦାଖଲ କରିବା, ଅଭିଯୋଗର ସମାଧାନ କରିବା, ମରାମତି କାର୍ଯ୍ୟ କେତେ ସମୟ ଲାଗିଲା ପ୍ରଭୃତି ସକାଶେ ଇପିଏବିଏକ୍ସ ନିୟନ୍ତ୍ରଣ କକ୍ଷଠାରେ ଗୋଟିଏ ଲଗ୍-ବୁକ୍ ପରିଚାଳନା କରାଯାଉଛି ।
ସେହି ଉଦ୍ଦେଶ୍ୟରେ ଇପିଏବିଏକ୍ସ ଟେଲିଫୋନ୍ ନମ୍ବର ୨୩୨୨୨୧୧ ଓ ୨୩୨୩୯୦୦ ବ୍ୟବହାର କରାଯାଏ ଏବଂ ଅଭିଯୋଗ ପଞ୍ଜୀକରଣ ବା ଦାଖଲ କରିବା ପାଇଁ ଏହି ଦୁଇଟି ଟେଲିଫୋନ୍ ନମ୍ବର ସାହାଯ୍ୟରେ ସଂପର୍କ ସ୍ଥାପନ କରନ୍ତି । ଜରୁରୀ ଆବଶ୍ୟକତା ବା ପରିସ୍ଥିତିରେ ଟେଲିଫୋନ୍ ନମ୍ବର ୨୩୯୨୮୭୦ ଓ ୨୩୨୩୦୭୪ ବ୍ୟବହାର କରାଯାଏ ।