ଓଡ଼ିଶାରେ ଆଇପିଭି୬ର କାର୍ଯ୍ୟକାରିତା

ଇଣ୍ଟରନେଟ୍‌ ନେଟୱାର୍କିଂ ନିମନ୍ତେ ଆଇପିଭି୬ ହେଉଛି ପରବର୍ତ୍ତୀ ପିଢ଼ିର ପ୍ରଣାଳୀ । ଆଇପିଭି୪ ଭାବେ ପରିଚିତ ବର୍ତ୍ତମାନ ପ୍ରଚଳିତ ଥିବା ଇଣ୍ଟରନେଟ୍‌ ପ୍ରୋଟୋକଲ୍ ଷ୍ଟାଣ୍ଡାଡର଼୍ ଉପରେ ଆଇପିଭି୬ ସଂପ୍ରସାରିତ ହେଉଛି । ବଡ଼ ଧରଣର ନେଟୱାର୍କକୁ ସହାୟତା କରିବା ପାଇଁ ଆଇପିଭି୪ ତୁଳନାରେ ଆଇପିଭି୬ ଅଧିକ ଉତ୍ତମ ଠିକଣାକରଣ(addressing), ନିରାପତ୍ତା ଓ ଅନ୍ୟାନ୍ୟ ବୈଶିଷ୍ଟ୍ୟଗୁଡ଼ିକ ପ୍ରଦାନ କରିଥାଏ ।

ବର୍ତ୍ତମାନ ପ୍ରଚଳିତ ଆଇପିଭି୪ ପ୍ରଣାଳୀର ରହିଛି ଗୋଟିଏ ୩୨ ବିଟ୍ ଠିକଣା ସ୍ଥାନ । ତାହା ପ୍ରାୟ ୪ ବିଲିଅନ୍ ପ୍ରଚଳନ (host) ଯୋଗାଇ ଦେଇଥାଏ । ତେବେ ୨୧୨୮ ବା ଆନୁମାନିକ ୩.୪ x ୧୦୩୮ ଠିକଣା ଯୋଗାଇଦେଇ ବା ୩୨ ବିଟ୍ ଠିକଣାର ଉପଯୋଗ କରୁଥିବା ଆଇପିଭି୪ର ସର୍ବାଧିକ ୭.୯ x ୧୦୨୮ ଗୁଣଠାରୁ ଅଧିକ ଠିକଣା ଯୋଗାଇଦେଇ ଆଇପିଭି୬ ଗୋଟିଏ ୧୨୮-ବିଟ୍ ଠିକଣା ବ୍ୟବହାର କରିଥାଏ । ଆଇପିଭି୬ ନିୟୁତ ନିୟୁତ ପ୍ରଚଳନ (host)କୁ ସହାୟତା କରିଥାଏ ଏବଂ ଉନ୍ନତ ଧରଣର ସୁରକ୍ଷା (ନିର୍ଭରଯୋଗ୍ୟତା ଏବଂ ନିଜସ୍ୱତା) ଯୋଗାଇଦେଇଥାଏ । ଏହା ମଧ୍ୟ ଆଇପିଭି୪ଠାରୁ ଦ୍ରୁତତର ବେଗରେ ତଥ୍ୟ ପ୍ୟାକେଟ୍ ସମୂହର ପ୍ରକ୍ରିୟା ବ୍ୟବସ୍ଥା କରିଥାଏ ଏବଂ ରୁଟିଙ୍ଗ୍ ଟେବୁଲ୍‌ର ଆକାର ହ୍ରାସ କରିଥାଏ ।

ବର୍ତ୍ତମାନ ବ୍ୟବହାର କରାଯାଉଥିବା ଇଣ୍ଟରନେଟ୍‌ ପ୍ରଣାଳୀ (ଆଇପିଭି୪)ରେ ଠିକଣା ସମୂହ ପ୍ରାୟ ସରିଯାଇଛି । ସେଥିଲାଗି ନୂଆ ଇଣ୍ଟରନେଟ୍‌ ସେବା ଯୋଗାଇଦେବା କ୍ଷେତ୍ରରେ ଅସୁବିଧା ସୃଷ୍ଟି ହେବ । ସେହି ସମସ୍ୟାକୁ ଦୂର କରିବା ଉଦ୍ଦେଶ୍ୟରେ ଭାରତ ସରକାର ଆଇପିଭି୪ରୁ ବାହାରିଆସି ପରବର୍ତ୍ତୀ ପିଢ଼ିର ଇଣ୍ଟରନେଟ୍‌ ପ୍ରଣାଳୀ ଆଇପିଭି୬ ମଧ୍ୟରେ ପ୍ରବେଶ କରିବା ପାଇଁ ବରାବର ଚେଷ୍ଟା କରୁଛନ୍ତି। ଫଳରେ ତାହା ଦ୍ୱାରା ସାଇବର୍ ସୁରକ୍ଷା ସହ ଜଡ଼ିତ ଆଶଙ୍କାଗୁଡ଼ିକର ମୁକାବିଲା କରିବ । ଓଡ଼ିଶା ମଧ୍ୟରେ ନାଗରିକମାନଙ୍କୁ କେନ୍ଦ୍ର କରି ବିଭିନ୍ନ ସେବା ସୁବିଧା ସମୂହର ବିକାଶ ଓ ସଂପ୍ରସାରଣ କରିବା ଦିଗରେ ଓଡ଼ିଶା ସରକାରଙ୍କ ସୂଚନା ପ୍ରଯୁକ୍ତି ବିଭାଗ(BIT) ଯେହେତୁ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି ସେହି ଦୃଷ୍ଟିରୁ ସମସ୍ତ ୱେବ୍‌ସାଇଟ୍‌ ଏବଂ ନେଟ୍‌ୱାର୍କ ସମୂହର ଆଇପିଭି୬କୁ ପରିବର୍ତ୍ତନ କରାଗଲେ ତାହା ସହଜରେ ବିଷୟବସ୍ତୁ ତଥା ପ୍ରୟୋଗର ବ୍ୟବସ୍ଥାୟିତ କରିବା କାର୍ଯ୍ୟ ପ୍ରତି ସହାୟକ ହୋଇପାରିବ ।

ଆଇପିଭି୪ ନେଟୱାର୍କ :- ଆଇପିଭି୬ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ସରକାରଙ୍କ ସୂଚନା ପ୍ରଯୁକ୍ତି ବିଭାଗ ରାଜ୍ୟର ତିନି ଗୋଟି ଗୁରୁତ୍ୱପୂର୍ଣ୍ଣ ଆଇପିଭି୪ ସୂଚନା ପ୍ରଯୁକ୍ତି ଭିତ୍ତିଭୂମି ଚିହ୍ନଟ କରଛନ୍ତି । ସେଗୁଡ଼ିକ ନିମ୍ନରେ ଉଲ୍ଲେଖ କରାଗଲା –

୧.    ଓଡ଼ିଶା ରାଜ୍ୟ ତଥ୍ୟ କେନ୍ଦ୍ର (OSDC)

୨.    ଓଡ଼ିଶା ରାଜ୍ୟ ବ୍ୟାପୀ ଅଂଚଳ ନେଟୱାର୍କ (ASWAN)

୩.    ଓଡ଼ିଶା ସଚିବାଳୟ ନେଟୱାର୍କ (SEC-LAN)   

ପ୍ରକଳ୍ପ କାର୍ଯ୍ୟ ନିର୍ବାହ କରିବା ପାଇଁ ମେସର୍ସ ଅର୍ନଷ୍ଟ ଆଣ୍ଡ୍ ୟଙ୍ଗକୁ ଏକ ପରାମର୍ଶଦାତା ଭାବେ ଚୟନ କରାଯାଇଛି । ନିମ୍ନଲିଖିତ ଉପାୟରେ ତାହାର କାର୍ଯ୍ୟ ସମୂହକୁ ବିଭକ୍ତ କରାଯାଇଛି । ଯଥା –

କ)      ଆଇପିଭି୬କୁ ପରିବର୍ତ୍ତନ, ଆକଳନ ଏବଂ ଅଭାବର ଅନୁଶୀଳନ

ଖ)      ନେଟୱାର୍କ ଯୋଜନା ଓ ପ୍ରସ୍ତୁତି

ଗ)      କାର୍ଯ୍ୟକାରୀ କରିବାକୁ ଥିବା ସଂସ୍ଥାର ଚୟନ

ଘ)      ପ୍ରକଳ୍ପ ପରିଚାଳନା

କାର୍ଯ୍ୟ ‘କ’ ଓ ‘ଖ’ ସଂପୂର୍ଣ୍ଣ ହୋଇସାରିଛି ଏବଂ ‘ଗ’ କାର୍ଯ୍ୟ ଚାଲୁ ରହିଛି । ସିଷ୍ଟମ୍ ଇଣ୍ଟିଗ୍ରେଟର୍‌ ଚୟନ କରିବା ନିମନ୍ତେ ଟେଣ୍ଡର୍ ବା ଠିକା ପ୍ରସ୍ତାବ ପ୍ରକାଶ କରାଯାଇଛି ଏବଂ ଅଗଷ୍ଟ ୩୧, ୨୦୧୮ରେ ନିଲାମପୂର୍ବ ବୈଠକ ଅନୁଷ୍ଠିତ ହୋଇଛି ।

ଆର୍ଥିକ ସ୍ଥିତି: ପ୍ରକଳ୍ପ ପାଇଁ ସେପ୍ଟେମ୍ବର୍ ୧, ୨୦୧୮ ସୁଦ୍ଧା ଟ.୧,୨୮,୭୪,୬୯୮.୦୦ ଉପଲଭ୍ୟ ଅଛି ।