‘ଇ’-ଜିଲ୍ଲା ହେଉଛି ଏନ୍ଇଜିପି (NeGP) ଅଧୀନରେ କାର୍ଯ୍ୟକାରୀ କରାଯାଉଥିବା ମିଶନ୍ ମୋଡ଼୍ ପ୍ରକଳ୍ପ (MMP) ଗୁଡ଼ିକ ମଧ୍ୟରୁ ଅନ୍ୟତମ ଗୋଟିଏ ପ୍ରକଳ୍ପ । ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା (ଆଇସିଟି)ର ପ୍ରଚଳନ କରି ଜିଲ୍ଲାଗୁଡ଼ିକର ପ୍ରଶାସନିକ କାର୍ଯ୍ୟ ପ୍ରବାହ ବ୍ୟବସ୍ଥା ତଥା ଆଭ୍ୟନ୍ତରୀଣ ପ୍ରକ୍ରିୟାଗୁଡ଼ିକୁ ସ୍ୱୟଂକ୍ରିୟ କରିବା ଦ୍ୱାରା ଦକ୍ଷ ଓ ସ୍ୱଚ୍ଛ ଉପାୟରେ ନାଗରିକମାନଙ୍କୁ ଜିଲ୍ଲା ପ୍ରଶାସନର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ (Collectorate), ତହସିଲ୍‌ସ୍ତରୀୟ ଅନୁଷ୍ଠାନ ଏବଂ ଗ୍ରାମସ୍ତରୀୟ ଅନୁଷ୍ଠାନଗୁଡ଼ିକ ସହାୟତାରେ ସେବା ପ୍ରଦାନ କାର୍ଯ୍ୟକୁ ସୁଗମ କରିବା ହେଉଛି ‘ଇ’-ଜିଲ୍ଲା ପ୍ରକଳ୍ପର ପ୍ରଧାନ ଉଦ୍ଦେଶ୍ୟ । ପରିଶେଷରେ ନାଗରିକମାନଙ୍କ ନିକଟତର ସ୍ଥାନରେ ଥିବା ନାଗରିକ ସେବା କେନ୍ଦ୍ର (ସିଏସ୍‌ସି) ଗୁଡ଼ିକ ଜରିଆରେ ଜିଲ୍ଲା ପ୍ରଶାସନର ନାଗରିକ ଭିତ୍ତିକ ସେବା ସୁବିଧା ସବୁକୁ ଯୋଗାଇଦେବା ପାଇଁ ହିଁ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା । ‘ଇ’-ଜିଲ୍ଲା ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ବ୍ୟାପକ ଭାବେ ଯେଉଁ ଲକ୍ଷ୍ୟ ରହିଛି ସେଗୁଡ଼ିକୁ ନିମ୍ନରେ ଦିଆଗଲା –

  • ଏକ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସ୍ୱାନ୍ (SWAN), ଏସ୍‌ଡିସି (SDC) ଏବଂ ସିଏସ୍‌ସି (CSC)ର ସାଧାରଣ ଭିତ୍ତିଭୂମି କାର୍ଯ୍ୟକାରୀ କରି ସାଧାରଣ ସେବା କେନ୍ଦ୍ର (CSC) ଜରିଆରେ ସେବା ସୁବିଧା ସମୂହର ଯୋଗାଣ ବ୍ୟବସ୍ଥା କରିବା
  • ଚିହ୍ନଟ କରାଯାଇଥିବା ସେବା ସୁବିଧା ସମୂହର ବ୍ୟବସାୟ ପ୍ରକ୍ରିୟା ପୁନର୍ଗଠନ କାର୍ଯ୍ୟକୁ ବ୍ୟାପକ ଭାବେ ନିର୍ବାହ କରି ଉନ୍ନତ ଧରଣର ସେବା ସ୍ତର ସହିତ ସେବା ସମୂହର ସଫଳ ଯୋଗାଣ
  • ନିର୍ଭରଶୀଳତା, ପ୍ରଭାବଶାଳୀତା, ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱକୁ ସୁନିଶ୍ଚିତ କରିବା ପାଇଁ ସରକାରୀ ସେବା ସୁବିଧା ଗୁଡ଼ିକ ପ୍ରତି ସହଜ ଉପଲଭ୍ୟତା ଯୋଗାଇଦେବା
  • ସରକାରଙ୍କ ସହିତ ନାଗରିକମାନଙ୍କର ସିଧାସଳଖ କାରବାରକୁ ହ୍ରାସ କରିବା ସଙ୍ଗେ ସଙ୍ଗେ ପୋର୍ଟାଲ୍  ମାଧ୍ୟମରେ ‘ଇ’-କାରବାର ତଥା ପ୍ରଭାବଶାଳୀ ଯୋଗାଯୋଗ ସ୍ଥାପନ ପ୍ରତି ପ୍ରୋତ୍ସାହନ ଯୋଗାଇଦେବା
  • ସେବା ସୁବିଧା ହାସଲ କରିବା ପାଇଁ କୌଣସି ସରକାରୀ କାର୍ଯ୍ୟାଳୟ କିମ୍ବା ବିଭାଗରେ ନାଗରିକମାନେ ବାରମ୍ବାର ଆସି ହାଜର ହେବା ସଂଖ୍ୟାକୁ ହ୍ରାସ କରିବା ସହିତ ତଦ୍ୱାରା ସେମାନଙ୍କର ହଇରାଣ ହରକତ ହେବା ଅବସ୍ଥାକୁ ଦୂର କରିବା
  • ସରକାର, ନାଗରିକ ଏବଂ ବ୍ୟବସାୟ କାରବାର କ୍ଷେତ୍ରରେ ପ୍ରଶାସନିକ ବୋଝ ଏବଂ ସେବା କାର୍ଯ୍ୟ ପୂରଣ କରିବାର ସମୟ ସୀମା ଓ ମୂଲ୍ୟକୁ ହ୍ରାସ କରିବା
  • ସରକାର ଏବଂ ସରକାର ସହିତ ସଂପୃକ୍ତ ବିଭାଗ ସମୂହର ଭାବଧାରା ଓ ଭାବମୂର୍ତ୍ତିକୁ ଉନ୍ନତ କରିବା
  •  ‘ଇ’-ଜିଲ୍ଲା ସେବା ସମୂହର ଯୋଗାଣ ପ୍ରକ୍ରିୟାକୁ ଧୀରେସୁସ୍ଥେ ଇଲେକ୍ଟ୍ରୋନିକ୍‌ ମାଧ୍ୟମକୁ ପରିବର୍ତ୍ତନ କରିବା ସହିତ ପର୍ଯ୍ୟାୟକ୍ରମେ ହସ୍ତଚାଳିତ ସେବା ଯୋଗାଣ ପ୍ରକ୍ରିୟାକୁ ବନ୍ଦ କରିବା କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ କ୍ଷେତ୍ର ସ୍ତରୀୟ କର୍ମଚାରୀମାନଙ୍କର ବ୍ୟାପକ ଦକ୍ଷତା ଗଠନ ଓ ତାଲିମ କାର୍ଯ୍ୟକ୍ରମ
  • ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମାଧାନ ସୂତ୍ର ଯୋଗାଇଦେବା ପାଇଁ ପ୍ରୟୋଗ (application) ବ୍ୟବସ୍ଥାର ବିକାଶ କରାଯିବା ସଙ୍ଗେସଙ୍ଗେ ସାରା ରାଜ୍ୟରେ ନିମ୍ନଲିଖିତ ସେବା ସମୂହ ଯୋଗାଇଦେବା ଉଦ୍ଦେଶ୍ୟରେ ରାଜ୍ୟ ତଥ୍ୟ କେନ୍ଦ୍ର ଗୁଡ଼ିକରେ ତାହାର ପ୍ରଚଳନ କରାଯାଇଛି ।

-      ବାସଗୃହ ପ୍ରମାଣପତ୍ର

-      ଆୟ ପ୍ରମାଣପତ୍ର

-      ଜାତିଗତ ପ୍ରମାଣପତ୍ର (ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି)

-      ଋଣ ପରିଶୋଧ କ୍ଷମତା ପ୍ରମାଣପତ୍ର

-      ଉତ୍ତରାଧିକାର ପ୍ରମାଣପତ୍ର

-      ଏସ୍ଇବିସି/ଓବିସି ପ୍ରମାଣପତ୍ର

-      ଅଧିକାର ଦଲିଲ (RoR)ର ପ୍ରମାଣୀକୃତ ନକଲ

  • ଭାରତ ସରକାରଙ୍କ ଦ୍ୱାରା ପ୍ରୟୋଗ (application) ଧାରାର ବହୁତ ପ୍ରଶଂସା କରାଯାଇଛି । ତାହାକୁ ସଫଳତାର ସହିତ ଭାରତ ସରକାରଙ୍କ ଡିଜି-ଲକର୍ (‘ଇ’-ପ୍ରମାଣପତ୍ର ଗଚ୍ଛିତ କରି ରଖିବା ଏବଂ ପୁନରୁଦ୍ଧାର ନିମନ୍ତେ ଉଦ୍ଦିଷ୍ଟ), ‘ଇ’-ତାଳ (ଅର୍ଥକାରବାର ଦେଖିବା ପାଇଁ ଉଦ୍ଦିଷ୍ଟ) ଏବଂ ତ୍ୱରିତ ଆକଳନ ବ୍ୟବସ୍ଥା (ନାଗରିକମାନଙ୍କ ମତାମତ ନିମନ୍ତେ RAS ଉଦ୍ଦିଷ୍ଟ) ସହିତ ସଫଳତାର ସହକାରେ ସମନ୍ୱିତ କରାଯାଇଛି । ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନ୍‌ଲାଇନ୍‌ ଜରିଆରେ ପ୍ରମାଣପତ୍ରର ସଠିକତା ନିରୂପଣ କରିବା ପାଇଁ ତାହାକୁ ‘ଛାତ୍ର ଏକାଡେମିକ୍ ପରିଚାଳନା ବ୍ୟବସ୍ଥା’ (SAMS)ର  ରାଜ୍ୟ ପ୍ରୟୋଗ ସହିତ ମଧ୍ୟ ସଂଯୋଜିତ କରାଯାଇଛି । ସାଧାରଣ ପ୍ରଶାସନ ବା ଜିଏ (ଏଆର୍) ବିଭାଗର ସିଏମ୍ଏସ୍ ବ୍ୟବସ୍ଥା ସହିତ ମଧ୍ୟ ସଂଯୋଜିତ କରାଯାଇଛି । ଏହା ଫଳରେ ସରକାର କାର୍ଯ୍ୟକାରୀ ହେଉଥିବା ସମସ୍ତ ସେବା ସୁବିଧା ବାବଦ ମୋଟ ଆର୍ଥିକ କାରବାର ସଂପର୍କରେ ଜାଣିବା ପାଇଁ ସକ୍ଷମ ହୋଇପାରୁଛନ୍ତି ।
  • ବର୍ତ୍ତମାନ ଓଆର୍‌ଟିପିଏସ୍ଏ (ORTPSA) ଅଧୀନରେ ତାଲିକାଭୁକ୍ତ ହୋଇଥିବା ୧୪ ଗୋଟି ସେବା କ୍ଷେତ୍ରର ବିକାଶ ଓ କାର୍ଯ୍ୟକାରିତା ପାଇଁ ତା’ର ସର୍ଭିସ ପ୍ଲସ ଫ୍ରେମୱାର୍କ ବ୍ୟବହାର କରି ଏନ୍‌ଆଇସି (NIC)କୁ ଦାୟିତ୍ୱ ନ୍ୟସ୍ତ କରାଯାଉଛି।
  • ସିଧାସଳଖ ନିଜ ଘରଠାରୁ ହିଁ ସେବା ସୁବିଧା ହାସଲ କରିବା ପାଇଁ ମଧ୍ୟ ନାଗରିକମାନଙ୍କୁ ସମର୍ଥ କରିବା ଉଦ୍ଦେଶ୍ୟରେ ରାଜ୍ୟ କୋଷାଗାରର ଆଇଏଫ୍ଏମ୍ଏସ୍ ବ୍ୟବସ୍ଥା ସହିତ ସଂଯୋଜିତ କରିବା କାର୍ଯ୍ୟ ଆଗେଇ ଚାଲିଛି ।