ଡିଜିଟାଲ୍ ଇଣ୍ଡିଆ/ଏନ୍ଇଜିପି
- ଇ-ଶାସନ
- ଇ-ସରକାରୀ ପ୍ରୋଜେକ୍ଟ
- ଡିଜିଟାଲ୍ ଇଣ୍ଡିଆ/ଏନ୍ଇଜିପି
ଡିଜିଟାଲ୍ ଇଣ୍ଡିଆ ହେଉଛି ଭାରତକୁ ଡିଜିଟାଲ୍ ପ୍ରକ୍ରିୟା ଦ୍ୱାରା ସକ୍ଷମ ଓ ସଶକ୍ତଏକ ସମାଜ ଓ ଜ୍ଞାନ ଭିତ୍ତିକ ଅର୍ଥ ବ୍ୟବସ୍ଥାରେ ପରିଣତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ଭାରତ ସରକାରଙ୍କ ଗୋଟିଏ ପ୍ରମୁଖ କାର୍ଯ୍ୟକ୍ରମ । ଭାରତରେ ‘ଇ’ ଶାସନ ବ୍ୟବସ୍ଥା ଦିଗରେ ବିଭିନ୍ନ ଉଦ୍ୟମର ଯେଉଁ ଯାତ୍ରା ତାହା ନାଗରିକ ଭିତ୍ତିକ ସେବା ସୁବିଧା ଉପରେ ଗୁରୁତ୍ୱ ଆରୋପ କରି ବ୍ୟାପକ ଭାବେ କ୍ଷେତ୍ରୀୟ ପ୍ରୟୋଗ ନିମନ୍ତେ ୯୦ ଦଶକର ମଧ୍ୟ ଭାଗ ବେଳକୁ ଏକ ପ୍ରଶସ୍ତତର ଦିଗକୁ ଛୁଇଁ ପାରିଥିଲା । ତା’ ପରେପରେ ବହୁ ସଂଖ୍ୟକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳ ବିଭିନ୍ନ ପ୍ରକାର ‘ଇ’ ଶାସନ ବ୍ୟବସ୍ଥା ପ୍ରକଳ୍ପ ସବୁ ଆରମ୍ଭ କରିବାକୁ ଲାଗିଲେ । ତେବେ ଏହିସବୁ ‘ଇ’ ଶାସନ ବ୍ୟବସ୍ଥାର ପ୍ରକଳ୍ପଗୁଡ଼ିକ ନାଗରିକମାନଙ୍କୁ ଆଖି ଆଗରେ ରଖି କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ସେସବୁର ପ୍ରଭାବ ଯେତେ ପରିମାଣରେ ପଡ଼ିବ ବୋଲି ଆଶା କରାଯାଉଥିଲା ସେପରି ହୋଇନଥିଲା । ତା’ପରେ ୨୦୦୬ ମସିହାରେ ଭାରତ ସରକାର ଜାତୀୟ ‘ଇ’ ଶାସନ ବ୍ୟବସ୍ଥା ଯୋଜନା (NeGP) ପ୍ରଚଳନ କଲେ । ବିଭିନ୍ନ କ୍ଷେତ୍ରକୁ ସାମିଲ କରି ୩୧ଗୋଟି ମିଶନ୍ ମୋଡ୍ ପ୍ରକଳ୍ପ (Mission Mode Project) ଆରମ୍ଭ କରାଯାଇଥିଲା । ତେବେ ଦେଶବ୍ୟାପୀ ଅନେକ ‘ଇ’ ଶାସନ ବ୍ୟବସ୍ଥା ପ୍ରକଳ୍ପ ସବୁକୁ ସଫଳ ଭାବେ କାର୍ଯ୍ୟକାରୀ କରାଯାଇଥିଲେ ମଧ୍ୟ ସାମଗ୍ରିକଭାବେ ‘ଇ’ ଶାସନ ବ୍ୟବସ୍ଥା ଆଶାନୁରୂପ ପ୍ରଭାବ ସୃଷ୍ଟି କରିବା ଏବଂ ନିଜର ସମସ୍ତ ଉଦ୍ଦେଶ୍ୟ ଓ ଆଭିମୁଖ୍ୟଗୁଡ଼ିକୁ ପୂରଣ କରିବା ଦିଗରେ ଏପର୍ଯ୍ୟନ୍ତ ସକ୍ଷମ ହୋଇପାରି ନାହିଁ । ଇଲେକ୍ଟ୍ରୋନିକ୍ସ ସେବାକାର୍ଯ୍ୟ, ଉତ୍ପାଦ, ଉପକରଣ ଏବଂ ନିଯୁକ୍ତି ସୁଯୋଗ ଆଦିକୁ ସାମିଲ କରି ଯେଉଁ ସାମଗ୍ରିକ ବିକାଶ ଦରକାର ତାହାକୁ ପ୍ରୋତ୍ସାହିତ କରିବା ପାଇଁ ଦେଶରେ ‘ଇ’ ଶାସନ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ହେଲେ ଆହୁରି ଅଧିକ ପ୍ରୟାସର ଆବଶ୍ୟକତା ରହିଛି ବୋଲି ଅନୁଭବ କରାଯାଇଛି । ଏହା ସହିତ ଦେଶରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କାର୍ଯ୍ୟ ସୁଦୃଢ଼ କରିବାର ଯଥେଷ୍ଟ ଆବଶ୍ୟକତା ରହିଛି ।
ସୂଚନା ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରି ତାହାରି ଦ୍ୱାରା ସର୍ବସାଧାରଣ ସେବା ବ୍ୟବସ୍ଥାର ସମଗ୍ର ପରିମଳକୁ ସଂପୂର୍ଣ୍ଣ ଭାବେ ନୂଆ ରୂପ ଦେବା ଉଦ୍ଦେଶ୍ୟରେ ଭାରତ ସରକାର ଭାରତକୁ ଡିଜିଟାଲ୍ ପ୍ରକ୍ରିୟା ଦ୍ୱାରା ସକ୍ଷମ ଓ ସଶକ୍ତ ଏକ ସମାଜ ଓ ଜ୍ଞାନ ଭିତ୍ତିକ ଅର୍ଥ ବ୍ୟବସ୍ଥାରେ ପରିଣତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରି ଡଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମ (Digital India Programme)ର ପ୍ରଚଳନ କରିଛନ୍ତି ।
ଡିଜିଟାଲ୍ ଇଣ୍ଡିଆର ପରିକଳ୍ପନା
ଭାରତକୁ ଡିଜିଟାଲ୍ ପ୍ରକ୍ରିୟା ଦ୍ୱାରା ସକ୍ଷମ ଓ ସଶକ୍ତ ଏକ ସମାଜ ଓ ଜ୍ଞାନ ଭିତ୍ତିକ ଅର୍ଥ ବ୍ୟବସ୍ଥାରେ ପରିଣତ କରିବା ହେଉଛି ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମର ଲକ୍ଷ୍ୟ ।
ତିନିଗୋଟି ପ୍ରମୁଖ ପରିକଳ୍ପନା କ୍ଷେତ୍ରକୁ କେନ୍ଦ୍ର କରି ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ:
- ମୌଳିକ ଉପଯୋଗିତା ଭାବେ ପ୍ରତ୍ୟେକ ନାଗରିକଙ୍କ ପାଇଁ ଡିଜିଟାଲ୍ ଭିତ୍ତିଭୂମି
- ଚାହିଁବା ଅନୁସାରେ ଶାସନ ବ୍ୟବସ୍ଥା ଓ ସେବା ସୁବିଧା
- ନାଗରିକମାନଙ୍କ ଡିଜିଟାଲ୍ ସଶକ୍ତିକରଣ
ଉପଯୋଗିତା ଭାବେ ପ୍ରତ୍ୟେକ ନାଗରିକଙ୍କୁ ଡିଜିଟାଲ୍ ଭିତ୍ତିଭୂମି
- ନାଗରିକମାନଙ୍କୁ ସେବା ସୁବିଧା ଯୋଗାଇଦେବା ନିମନ୍ତେ ମୌଳିକ ଉପଯୋଗିତା ଭାବେ ଅତି ଦ୍ରୁତ ଇଣ୍ଟରନେଟ୍ ଉପଲଭ୍ୟତା
- ପ୍ରତ୍ୟେକ ନାଗରିକଙ୍କ ପାଇଁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସ୍ୱତନ୍ତ୍ର, ଜୀବନବ୍ୟାପୀ, ଅନ୍ଲାଇନ୍ ଏବଂ ନିର୍ଭରଯୋଗ୍ୟ ଡିଜିଟାଲ୍ ପରିଚୟ ବ୍ୟବସ୍ଥା
- ଡିଜିଟାଲ୍ ଓ ଆର୍ଥିକ କ୍ଷେତ୍ରରେ ମୋବାଇଲ୍ ଫୋନ୍ ଏବଂ ବ୍ୟାଙ୍କ୍ ଖାତା ସହାୟତାରେ ନାଗରିକମାନଙ୍କ ସହଭାଗିତା
- ସାଧାରଣ ସେବା କେନ୍ଦ୍ର ପ୍ରତି ସହଜ ପ୍ରବେଶ ଅଧିକାର
- ଏକ ସର୍ବସାଧାରଣ କ୍ଲାଉଡ଼୍ ମଧ୍ୟରେ ଅଂଶୀଦାରମୂଳକ ବ୍ୟକ୍ତିଗତ ସ୍ଥାନ (space)
- ନିରାପଦ ଓ ନିର୍ଭରଯୋଗ୍ୟ ସାଇବର୍-ସ୍ପେସ୍
ଚାହିଁବା ଅନୁଯାୟୀ ଶାସନ ବ୍ୟବସ୍ଥା ଓ ସେବା ସୁବିଧା
- ବିଭିନ୍ନ ବିଭାଗ ବା ବିଚାରକ୍ଷେତ୍ର ଗୁଡ଼ିକର ମଧ୍ୟଦେଇ ଅନାୟାସରେ ସମନ୍ୱିତ ସେବା ସୁବିଧା
- ଘଟଣାର ପ୍ରକୃତ ସମୟରେ ଅନ୍ ଲାଇନ୍ ଏବଂ ମୋବାଇଲ୍ କ୍ଷେତ୍ରରୁସେବା ସୁବିଧାର ଉପଲଭ୍ୟତା
- ନାଗରିକ ସମ୍ବନ୍ଧୀୟସମସ୍ତ ସେବା ଅଧିକାରଗୁଡ଼ିକ କ୍ଲାଉଡ଼୍ ବ୍ୟବସ୍ଥାରେ ବହନୀୟ ଓ ଉପଲଭ୍ୟ ହେବ
- ସୁବିଧାଜନକ ବ୍ୟବସାୟ କାରବାର (ease of doing business) ଉନ୍ନତ କରିବା ପାଇଁ ଡିଜିଟାଲ୍ ପଦ୍ଧତି ଅନୁଯାୟୀ ରୂପାନ୍ତରିତ କରାଯାଇଥିବା ସେବା ସୁବିଧା ବ୍ୟବସ୍ଥା
- ଆର୍ଥିକ କାରବାରଗୁଡ଼ିକୁ ଇଲେକ୍ଟ୍ରୋନିକ୍ସ ଏବଂ ମୁଦ୍ରାରହିତ କରିବା କାର୍ଯ୍ୟ
- ନିଷ୍ପତ୍ତି ସହାୟତା ବ୍ୟବସ୍ଥା ଏବଂ ବିକାଶ ନିମନ୍ତେ ଭୂସ୍ଥାନିକ ସୂଚନା ବ୍ୟବସ୍ଥା (GIS)ର ଉନ୍ନତୀକରଣ
ନାଗରିକମାନଙ୍କ ଡିଜିଟାଲ୍ ସଶକ୍ତୀକରଣ
- ସାର୍ବଜନୀନ ଡିଜିଟାଲ୍ ସାକ୍ଷରତା
- ସାର୍ବଜନୀନ ଡିଜିଟାଲ୍ ସମ୍ବଳର ଉପଲଭ୍ୟତା
- ବିଭିନ୍ନ ଭାରତୀୟ ଭାଷାରେ ଡିଜିଟାଲ୍ ସମ୍ବଳ / ସେବା ସୁବିଧାର ଉପଲଭ୍ୟତା
- ଭାଗିଦାରିତାମୂଳକ ଶାସନ ବ୍ୟବସ୍ଥା ନିମନ୍ତେ ସହଭାଗିତାମୂଳକ ଡିଜିଟାଲ୍ ପ୍ଲାଟ୍ଫର୍ମ
- ସରକାରୀ କାଗଜପତ୍ର ବା ପ୍ରମାଣପତ୍ର ଦାଖଲ କରିବା ପାଇଁ ନାଗରିକମାନେ ବ୍ୟକ୍ତିଗତ ଭାବେ ହାଜର ହେବା ଦରକାର ନାହିଁ