ଇ’ ଶାସନ ବ୍ୟବସ୍ଥା ପ୍ରକଳ୍ପ ସମୂହ

ଓଡ଼ିଶା ସରକାର ରାଜ୍ୟରେ ବିଭିନ୍ନ ପ୍ରକାର ‘ଇ’ ଶାସନ ବ୍ୟବସ୍ଥା ପ୍ରକଳ୍ପ ସମୂହ କାର୍ଯ୍ୟକାରୀ କରିବା ଲାଗି ନିଜର ଇଚ୍ଛା ଓ ଆଗ୍ରହ ପ୍ରକାଶ କରିଛନ୍ତି । ନାଗରିକମାନଙ୍କୁ ଯୋଗାଇ ଦିଆଯାଉଥିବା ସେବାକାର୍ଯ୍ୟର ଉଲ୍ଲେଖନୀୟ ଗୁଣାତ୍ମକ ପ୍ରଭେଦ ଓ ପରିବର୍ତ୍ତନ ସମ୍ଭବ କରାଇବା ଏବଂ ଆଭ୍ୟନ୍ତରୀଣ ପ୍ରଶାସନିକ ଦକ୍ଷତା ବଢ଼ାଇବା ଦିଗରେ ‘ଇ’ ଶାସନ ବ୍ୟବସ୍ଥାର ଫଳପ୍ରଦ ପ୍ରଭାବକୁ ଉପଲବ୍‌ଧ କରି ଓଡ଼ିଶା ସରକାର ହାତ ଦ୍ୱାରା ଚାଳିତ ହେଉଥିବା ନିଜର ବିଶାଳ ପ୍ରଶାସନିକ କାର୍ଯ୍ୟ ପ୍ରକ୍ରିୟାକୁ ପର୍ଯ୍ୟାୟକ୍ରମେ ସାଧାରଣତଃ ଯାହା ବ୍ୟବହାର ପାଇଁ ସୁବିଧାଜନକ, ଉତ୍ତରଦାୟିତ୍ୱପୂର୍ଣ୍ଣ ତଥା ସ୍ୱଚ୍ଛ ହୋଇଥାଏ ସେହିପରି ଗୋଟିଏ କମ୍ପ୍ୟୁଟର ଚାଳିତ ଡିଜିଟାଲ୍ ଶାସନ ବ୍ୟବସ୍ଥାକୁ ପରିବର୍ତ୍ତନ କରିବାର ଲକ୍ଷ୍ୟ ରଖି ସେହି ଦିଗରେ ସହାୟକ ହେଉଥିବା କାର୍ଯ୍ୟ ଓ ଉଦ୍ୟମଗୁଡ଼ିକୁ ବ୍ୟାପକ ଭାବେ ପ୍ରୋତ୍ସାହିତ ତଥା ସହାୟତା କରିବା ଲାଗି ପଦକ୍ଷେପ ଗ୍ରହଣ କରିଛନ୍ତି ।