Categories




ଓକାକ୍ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ସବୁଠାରୁ ଉତ୍ତମ ବିଷୟଗୁଡ଼ିକର ପ୍ରଦର୍ଶନ କରିବା ପାଇଁ କୌଣସି ଗୁରୁତ୍ୱପୂର୍ଣ୍ଣ ଘଟଣାର ବଡ଼ ଧରଣର ଉନ୍ମୋଚନ କାର୍ଯ୍ୟକୁ ଆଖି ଆଗରେ ରଖି ବିଭିନ୍ନ ସମାରୋହର ଆୟୋଜନ କରିଥାଏ । ସେପରି ସମାରୋହ ଓ ସମାବେଶ ଫଳରେ ସଚଳ, ଅଭିନବ ଓ ଉପଲଭ୍ୟ ସୂଚନା ପ୍ରଯୁକ୍ତିର ବିକାଶ ଘଟିବା ସହିତ ସେଥିପ୍ରତି ପ୍ରୋତ୍ସାହନ ମିଳିଥାଏ ଏବଂ ତଦ୍ୱାରା ସେହି ସମ୍ବନ୍ଧୀୟ ଜ୍ଞାନ ଆହରଣ କରିବା ସଙ୍ଗେସଙ୍ଗେ ସମସାମୟିକମାନଙ୍କ ନିକଟରୁ ଶିକ୍ଷା ଗ୍ରହଣ କରିବା ସମ୍ଭବ ହୋଇଥାଏ ।

ସେହିଭଳି ବିଭିନ୍ନ ସମାବେଶ ଓ ସମାରୋହର ଆୟୋଜନ କରି କାର୍ଯ୍ୟକ୍ଷେତ୍ର ଓ କାର୍ଯ୍ୟ ପରିବେଶର ଗୁଣାତ୍ମକମାନ ବଢ଼ାଇବା ସହ ଦେଶବ୍ୟାପୀ ସୂଚନା ପ୍ରଯୁକ୍ତି ବିଦ୍ୟାର ଜ୍ଞାନକୌଶଳକୁ ଆକୃଷ୍ଟ କରିବା ଦ୍ୱାରା ସୂଚନା ପ୍ରଯୁକ୍ତି ବିଦ୍ୟାର ଯେପରି ବିପୁଳତା ଓ ବିବିଧତା ରହିଛି ତାହାର ବ୍ୟାପକ ପ୍ରଦର୍ଶନ ତଥା ପ୍ରଚାର ପ୍ରସାର କରିବା ହେଉଛି ଓକାକ୍‌ର ଲକ୍ଷ୍ୟ ।