ଦକ୍ଷତା ଗଠନ
- ସିବି ଏବଂ ଟ୍ରେନିଂ
- ଦକ୍ଷତା ଗଠନ
ଦକ୍ଷତା ଗଠନ ଓ ତାଲିମ
-
ପ୍ରଶିକ୍ଷଣ ଏବଂ ଶିକ୍ଷା
- ଦେଶିକ ଭାଷା ପ୍ରଶିକ୍ଷଣ ପ୍ରୋଗ୍ରାମ
-
ନିୟମିତ
- 3ds MAX
- Application Development on Open Source Environme
- Arc/GIS
- AutoCAD Training
- Big Data Using HADOOP
- Business Analytics
- CAP (Computer Appreciation Programme)
- CATIA
- CCNA Routing and Switching
- Dot Net
- Hackers Boot Camp(Beginner Level)
- Mobile Application Development
- NIELIT- A Level
- NIELIT- O Level
- Oracle
- STAAD Pro Training
- Tally ERP
- Web Application Development
- Amazon Web Services
- Data Science R
- Development And Operation
- DIGITAL MARKETING
- ARTIFICIAL INTELLIGENCE
- IOT
- PYTHON
- MACHINE LEARNING
- ଟ୍ରେନିଂ ସାର୍ଟିଫିକେଟ୍ ପ୍ରଦାନ
- ସାମର୍ଥ୍ୟ ନିର୍ମାଣ
- ESDM ରେ ସ୍କିଲ୍ ବିକାଶ
What's New
ଦକ୍ଷତା ଗଠନ ଦିଗରେ ବିହିତ ପଦକ୍ଷେପ ସ୍ୱରୂପ ରାଜନୀତିକ ନେତୃବୃନ୍ଦ, ଏସ୍ଟିଇପି (STeP), ଇଜିପିଏମ୍ (eGPM), ଇଜିଏଲ୍ପି (eGLP), ଇଜିସିପି (eGCP) ଆଦିଙ୍କୁ ନେଇ ନେତୃତ୍ୱ ସମାବେଶ କାର୍ଯ୍ୟକ୍ରମ ଏବଂ ପ୍ରମୁଖ ସରକାରୀ କର୍ମକର୍ତ୍ତାମାନଙ୍କ ନିମନ୍ତେ ବିଭିନ୍ନ ପ୍ରକାର ବିଷୟ ଭିତ୍ତିକ ତାଲିମ କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନା କରାଯାଏ । କମ୍ପ୍ୟୁଟର ତାଲିମ ପ୍ରଦାନ ମାଧ୍ୟମରେ ସାଧାରଣ ଦକ୍ଷତା ଗଠନ ଲାଗି ଅନ୍ୟାନ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଚିବାଳୟ କର୍ମଚାରୀମାନଙ୍କ ସମେତ ସମଗ୍ର ରାଜ୍ୟରେ କର୍ମଚାରୀମାନଙ୍କୁ ପ୍ରଦାନ କରାଯାଏ । ତାଲିମ ତଥା ସାମଗ୍ରିକ ଦକ୍ଷତା ଗଠନ କାର୍ଯ୍ୟକ୍ରମର ଗୁଣମାନ ବଢ଼ାଇବା ପାଇଁ ଦକ୍ଷତା ଗଠନ ନିମନ୍ତେ ରାଜ୍ୟ ‘ଇ’-ଶାସନ ବ୍ୟବସ୍ଥା ମିଶନ ଦଳ (SeMT) ଭଳି ସ୍ୱତନ୍ତ୍ର ଭାବେ ଉଦ୍ଦିଷ୍ଟ ମାନବ ଶକ୍ତି ସମ୍ବଳ ସମୂହର ଗଠନ କରିବା ସଙ୍ଗେସଙ୍ଗେ ତାହାର ଉପଯୋଗ କରାଯାଏ । ବିଭିନ୍ନ ସରକାରୀ ବିଭାଗର ୧୬୦ରୁ ଅଧିକ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଏନ୍ଆଇଏସ୍ଜି (NISG)ର ସହଭାଗିତାମୂଳକ ସହାୟତାରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି (E&IT) ବିଭାଗ‘ଇ’-ଶାସନ ବ୍ୟବସ୍ଥା ଜୀବନଚକ୍ର ସଂପର୍କରେ ସଫଳତାର ସହିତ ଚାରିଗୋଟି ଦଳ ସକାଶେ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରି ପରିଚାଳନା କରିଛି ।
ଓକାକ୍ ଆଇଟି/ଆଇଟିଇଏସ୍ କ୍ଷେତ୍ରରେ ଏନ୍ଆଇଇଏଲ୍ଆଇଟି (NIELIT)ର ‘ଓ’ ଏବଂ ‘ଏ’ ସ୍ତରୀୟ ପ୍ରୋଗ୍ରାମ୍, ସି/ସି++ ପ୍ରୋଗ୍ରାମିଙ୍ଗ୍, ସି/ସି++ ମାଧ୍ୟମରେ ତଥ୍ୟ ସଂରଚନା, ମୁକ୍ତ ସମ୍ବଳ (OS) ସଂପର୍କରେ ପ୍ରୟୋଗର ବିକାଶ କାର୍ଯ୍ୟ (AD), ସଫ୍ଟୱେର୍ ପରୀକ୍ଷଣ, ମୋବାଇଲ୍ ପ୍ରଯୁକ୍ତି ବିଦ୍ୟା, ୱେବ୍ ବ୍ୟବହାର ବିକାଶ ଏବଂ ବିଷୟବସ୍ତୁ ପରିଚାଳନା, ଓରାକଲ୍, ଜାଭା, ଡଟ୍ ନେଟ୍, ଆର୍କ୍ ଜିଆଇଏସ୍, ଅଟୋକାଡ଼୍ ବ୍ୟବହାର କରି କମ୍ପ୍ୟୁଟର ସହାୟତାରେ ଡିଜାଇନ୍ ଓ ଡ୍ରାଫ୍ଟିଙ୍ଗ୍, ଷ୍ଟାଡ଼୍ ପ୍ରୋ (STAAD PRO), ସିଏଟିଆଇଏ, ଟାଲି, ସିଏପି (Computer Appreciation Programme), ଫରାସୀ ଭାଷା ଭଳି ବିଦେଶୀ ଭାଷା ପାଠ୍ୟକ୍ରମ ଇତ୍ୟାଦି ବିଭିନ୍ନ ରକମର ତାଲିମ କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନା କରିଥାଏ । ଏହିସବୁ ତାଲିମ କାର୍ଯ୍ୟକ୍ରମ ଓକାକ୍ ଦ୍ୱାରା ନିୟମିତ ଭାବେ ଅତି ଉଚ୍ଚ ଯୋଗ୍ୟତା ଓ ଅନୁଭୂତି ସଂପନ୍ନ ଦକ୍ଷ ବିଷୟ ବିଶେଷଜ୍ଞମାନଙ୍କ ସହାୟତାରେ ପରିଚାଳିତ ହୋଇଥାଏ ।