ପ୍ରଶଂସାପତ୍ର

14 ଫେବୃଆରୀ 2020 ରେ ଭୁବନେଶ୍ୱରରେ ଆୟୋଜିତ ଓଡିଶାରେ ସମଗ୍ର ଆଇଟି ସ୍ପେକ୍ଟ୍ରମକୁ ପ୍ରୋତ୍ସାହିତ କରିବା ପାଇଁ OCAC ଟେକ୍ନୋଲୋଜି ସଭାରେ “IT / ITES / ESDM (2018-19) ରପ୍ତାନି ପ୍ରୋତ୍ସାହନ ପାଇଁ ସମର୍ଥକ ଭାବରେ ପ୍ରଗତିଶୀଳ” ପାଇଁ STPI ପୁରସ୍କାର ଗ୍ରହଣ କଲା |

ସ୍ୱଚ୍ଛ ପ୍ରଶାସନିକ ପରିଚାଳନା ନିମନ୍ତେ ସୂଚନା ପ୍ରଯୁକ୍ତିର ଉପଯୋଗରେ ପ୍ରସ୍ତୁତ ''ଓଡିଶା ସେକ୍ରେଟାରିଏଟ ୱାର୍କଫ୍ଲୋ ଅଟୋମେସେନ ସିଷ୍ଟମ (ଓସ୍ୱାସ)'' ଏବଂ ''ମୁଖ୍ୟମନ୍ତ୍ରୀ ଅଭିଯୋଗ ସମାଧାନ'' ସୋସିଆଲ ମିଡିଆରେ ସଫଳ ପ୍ରୟୋଗ ପାଇଁ ନୂଆଦିଲ୍ଲୀ ଠାରେ ତା 25.09.2019 ରେ ଅନୁଷ୍ଠିତ ବାର୍ଷିକ ସ୍କଚ ଗଭର୍ଣ୍ଣାନ୍ସ ପୁରସ୍କାର ଉତ୍ସବରେ ଓଡିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ସମ୍ମାନ ଜନକ ସ୍କଚ ପୁରସ୍କାର-2019 ଜିତି ପାରିଛି ।

ମୁମ୍ବାଇ ଠାରେ ତା18.09.2019 ରେ ଅନୁଷ୍ଠିତ ପ୍ରତିଷ୍ଠିତ ଇଣ୍ଡିଆନ ଏକ୍ସପ୍ରେସ ଗୁପ୍ ର ଇନଫୋକମ୍ ଇଣ୍ଡିଆ ଇଭେଣ୍ଟ ରେ ଓଡିଶା ସରକାରଙ୍କ ଦ୍ୱାରା ପ୍ରାୟୋଜିତ ପଥପ୍ରଦର୍ଶକ କାର୍ଯ୍ୟକ୍ରମ ''ଆମ ଗାଁ ଆମ ବିକାଶ'', ସରକାରୀ କ୍ଷେତ୍ରରେ ସୂଚନା ପ୍ରଯୁକ୍ତି ଉତ୍କର୍ଷତା ଉଦ୍ୟମ ପାଇଁ ପୁରସ୍କୃତ ହୋଇଛି  ।

ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାଠାରେ ଅନୁଷ୍ଠିତ ହୋଇଥିବା ୨୦୧୮ର ଏକ୍ସପ୍ରେସ୍ ବୈଷୟିକ ସଭାରେ ୧୦ ଅଗଷ୍ଟ ୨୦୧୮ ଦିନ ‘ମୁଖ୍ୟମନ୍ତ୍ରୀ ଅଭିଯୋଗ ଆବେଦନ’ ନିମନ୍ତ୍ରେ ଇଲେକ୍ଟ୍ରୋନିକ୍ସ୍ ଓ ସୂଚନା ପ୍ରଯୁକ୍ତି ବିଭାଗର ପ୍ରମୁଖ ସଚିବ ୨୦୧୮ର ବୈଷୟିକ ସଭା ପୁରସ୍କାର ଗ୍ରହଣ କରିଥିଲେ I

ରାଜ୍ୟ ଶ୍ରେଣୀ ଅନୁସାରେ ୨୦୧୬ ଓ ୨୦୧୭ ବର୍ଷ ପାଇଁ ଇଲେକ୍ଟ୍ରୋନିକ୍ସ୍ ତଥା ସୂଚନା ପ୍ରଯୁକ୍ତି ବିଭାଗ ସର୍ବୋତ୍ତମ ପ୍ରଗତିଶୀଳ ଇ-ପ୍ରଶାସନ ରାଜ୍ୟ ଭାବେ ସମ୍ମାନଜନକ ସି.ଏସ୍.ଆଇ.-ନିହିଲେଣ୍ଟ୍ ପୁରସ୍କାର ଲାଭ କରିବା ସଙ୍ଗେ ସଙ୍ଗେ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ବିଭିନ୍ନ ଉଲ୍ଲେଖନୀୟ ପଦକ୍ଷେପ ନିମନ୍ତେ ସ୍ୱୀକୃତ ହୋଇଥିଲା I ଅନ୍ୟ ପକ୍ଷରେ କୃଷି ଓ ଏଫ୍.ଇ. ବିଭାଗ ‘କୃଷକମାନଙ୍କ ସକାଶେ ଡିବିଟି ବା ସିଧା ସୁବିଧା ହସ୍ତାନ୍ତର ବ୍ୟବସ୍ଥା ଦ୍ୱାରା ଡିଜିଟାଲ୍ ପ୍ରଶାସନ – ବିହନ ପ୍ରମାଣୀକରଣ ଓ ବିତରଣ’ ପାଇଁ ଇ-ପ୍ରଶାସନ ପ୍ରକଳ୍ପ ଶ୍ରେଣୀ ଅଧୀନରେ ପ୍ରଶଂସାମୂଳକ ପୁରସ୍କାର ହାସଲ କରିଛି I

ଓଡ଼ିଶାର ପିଡିଏସ୍ ବା ସାଧାରଣ ବିତରଣ ବ୍ୟବସ୍ଥାର କମ୍ପ୍ୟୁଟରୀକରଣ କାର୍ଯ୍ୟ ମଧ୍ୟ ୨୦୧୭ ବର୍ଷ ନିମନ୍ତେ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ୍ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଜେମ୍ସ୍ ଅଫ୍ ଡିଜିଟାଲ୍ ଇଣ୍ଡିଆ ପୁରସ୍କାର ହାସଲ କରିଛି I

ଓଡ଼ିଶା ସରକାରଙ୍କ ଶାସନ ବ୍ୟବସ୍ଥାରେ ଇଲେକ୍ଟ୍ରୋନିକ୍ ଗ୍ରହଣ ଓ ବିତରଣ ତଥା ପେନସନ୍ ସଂସ୍କାର କାର୍ଯ୍ୟ ପାଇଁ ସମନ୍ୱିତ ଆର୍ଥିକ ପରିଚାଳନା ବ୍ୟବସ୍ଥା (ଆଇ.ଏଫ୍.ଏମ୍.ଏସ୍.)କୁ ୨୦୧୭ ବର୍ଷ ନିମନ୍ତେ ସ୍କଚ୍ ସ୍ମାର୍ଟ୍ ଶାସନ ବ୍ୟବସ୍ଥା ପୁରସ୍କାର ଏବଂ ସ୍କଚ୍ ଦକ୍ଷତା ପୁରସ୍କାର ପ୍ରଦାନ କରାଯାଇଛି I ସମନ୍ୱିତ ଆର୍ଥିକ ପରିଚାଳନା ବ୍ୟବସ୍ଥା (ଆଇ.ଏଫ୍.ଏମ୍.ଏସ୍.) ମଧ୍ୟ ଦୀର୍ଘସ୍ଥାୟୀତ୍ୱ କ୍ଷେତ୍ରରେ ୨୦୧୬ ବର୍ଷ ପାଇଁ ସ୍ୱୀକୃତିମୂଳକ ସି.ଏସ୍.ଆଇ. - ନିହିଲେଣ୍ଟ୍ ପୁରସ୍କାର ଲାଭ କରିଛି I

ସମଗ୍ର ଦେଶ ମଧ୍ୟରେ ସବୁଠାରୁ ଉତ୍ତମ ପ୍ରଗତିଶୀଳ ଇ-ପ୍ରଶାସନ ରାଜ୍ୟ ଭାବେ ୨୦୧୫ ଓ ୨୦୧୬ ବର୍ଷ ସକାଶେ ଇଲେକ୍ଟ୍ରୋନିକ୍ସ୍ ଓ ସୂଚନା ପ୍ରଯୁକ୍ତି ବିଭାଗ ସ୍ୱୀକୃତିମୂଳକ ସି.ଏସ୍.ଆଇ. - ନିହିଲେଣ୍ଟ୍ ପୁରସ୍କାର ଲାଭ କରିଥିଲା I

ନାଗରିକ ଭିତ୍ତିକ ସେବା ସୁବିଧା ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ ହେତୁ ୨୦୧୫ ଓ ୧୬ ବର୍ଷ ସକାଶେ ଧାନ ସଂଗ୍ରହ ସ୍ୱୟଂକରଣ ବ୍ୟବସ୍ଥା (ପି-ପାସ୍) ତଥା କୃଷକ ପଞ୍ଜୀକରଣ ଜାତୀୟ ଇ-ଶାସନ ବ୍ୟବସ୍ଥା ପୁରସ୍କାର ହସଲ କରିଥିଲା

ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ନିରପେକ୍ଷ ଓ ସ୍ୱଚ୍ଛ ଇଲେକ୍ଟ୍ରୋନିକ୍ ନାମଲେଖା (ଇ-ଆଡ଼ମିସନ୍) ପ୍ରକ୍ରିୟା ପ୍ରଚଳନ କରିବା କ୍ଷେତ୍ରରେ ସବୁଠାରୁ ଉତ୍ତମ ‘ଇ’ଶାସନଧାରା ପଦକ୍ଷେପ ନିମନ୍ତେ ଛାତ୍ରଛାତ୍ରୀ ଏକାଡେମି ପରିଚାଳନା ବ୍ୟବସ୍ଥା (ଏସ୍.ଏ.ଏମ୍.ଏସ୍.) ୨୦୧୫ ଓ ୧୬ ବର୍ଷର ସ୍କଚ୍ ସ୍ମାର୍ଟ୍ ଶାସନ ବ୍ୟବସ୍ଥା ହାସଲ କରିବା ସଙ୍ଗେ ସଙ୍ଗେ ୨୦୧୫ ବର୍ଷ ପାଇଁ ଇଣ୍ଡିଆନ୍ ଏକ୍ସପ୍ରେସ୍ ବୈଷୟିକ ସଭା ପୁରସ୍କାର ମଧ୍ୟ ଲାଭ କରିଥିଲା I

୨୦୧୪ ଓ ୧୫ ବର୍ଷରେ ସବୁଠାରୁ ଉତ୍ତମ ‘ଇ’ ଶାସନ ବ୍ୟବସ୍ଥା ସକାଶେ ମଧ୍ୟ ଛାତ୍ରଛାତ୍ରୀ ଏକାଡେମି ପରିଚାଳନା ବ୍ୟବସ୍ଥା (ଏସ୍.ଏ.ଏମ୍.ଏସ୍.) ସ୍କଚ୍ ଅର୍ଡ଼ର୍-ଅଫ୍-ମେରିଟ୍ ପୁରସ୍କାର ହାସଲ କରିଥିଲା I

ଓଡ଼ିଶାରେ ଧାନ ସଂଗ୍ରହ କ୍ଷେତ୍ରରେ ମୋବାଇଲ୍ ଶାସନ ପରିଚାଳନା ବ୍ୟବସ୍ଥା ସବୁଠାରୁ ଉତ୍ତମ ‘ଇ’ ଶାସନ ପରିଚାଳନା ପ୍ରକଳ୍ପ ଭାବେ ୨୦୧୪ ଓ ୧୫ ବର୍ଷର ଇ-ଇଣ୍ଡିଆ ପୁରସ୍କାର ହାସଲ କରିବା ଲାଗି ବିବେଚିତ ହୋଇଥିଲା I

ଉଚ୍ଚ ଶିକ୍ଷା ବିଭାଗ (ଡି.ଓ.ଏଚ୍.ଇ.)ର ଏସ୍.ଏ.ଏମ୍.ଏସ୍. (ଛାତ୍ରଛାତ୍ରୀ ଏକାଡେମି ପରିଚାଳନା ବ୍ୟବସ୍ଥା) ପାଇଁ ଉଦ୍ଦିଷ୍ଟ ଜାତୀୟ ପୁରସ୍କାର ପ୍ରକଳ୍ପକୁ ୨୦୧୨ ଓ ୧୩ ବର୍ଷ ସକାଶେ ନାଗରିକ ଭିତ୍ତିକ ସେବା ସୁବିଧା ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ସର୍ବୋଚ୍ଚ ସମ୍ମାନ ଭାବେ ଘୋଷଣା କରାଯାଇଛି I ପ୍ରଶାସନିକ ସଂସ୍କାର ଓ ସର୍ବସାଧାରଣ ଅଭିଯୋଗ ବିଭାଗ (ଡି.ଏ.ଆର୍.ପି.ଜି.) ଏବଂ ସୂଚନା ପ୍ରଯୁକ୍ତି ବିଭାଗ (ଡିଓଆଇଟି) ଓଡ଼ିଶାର ଅଭିନବ କାର୍ଯ୍ୟକ୍ରମକୁ ସ୍ୱୀକାର କରିଛନ୍ତି ଏବଂ ଇ-ଶାସନ ବ୍ୟବସ୍ଥାର ଜାତୀୟ ସମାବେଶ ସମୟରେ ଓଡ଼ିଶାକୁ ସମ୍ମାନିତ କରାଯିବ I ସାମ୍ସ୍ (SAMS) ହେଉଛି ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା ଗୋଟିଏ କେନ୍ଦ୍ରୀୟ ଇ-ନାମଲେଖା ବ୍ୟବସ୍ଥା I

ଓଡ଼ିଶା ସରକାରଙ୍କ ଓକାକ୍ ବା ଓଡ଼ିଶା କମ୍ପ୍ୟୁଟର୍ ପ୍ରୟୋଗ କେନ୍ଦ୍ର, ଭୁବନେଶ୍ୱର ନିଜର ଅଭିନବ ଏବଂ ସଫଳତାପୂର୍ଣ୍ଣ ସଂଯୋଗ ହେଲ୍ପଲାଇନ୍ (www.sanjoghelpline.in)ବ୍ୟବସ୍ଥାର ପ୍ରଚଳନ କରିଥିବା ହେତୁ ‘ସାଧାରଣ ସହଭାଗିତା ଉଦ୍ୟମ’ (Public Participation Initiative) କ୍ଷେତ୍ରରେ ଉତ୍କର୍ଷ ସାଧନ ପୁରସ୍କାର ଲାଭ କରିବାର ବିଶେଷ ଗୌରବ ଅର୍ଜନ କରିଛି I ସଂଯୋଗ ହେଲ୍‌ପଲାଇନ୍ ବ୍ୟବସ୍ଥାର ଚିନ୍ତକ, ଉଦ୍ଭାବକ ତଥା କାର୍ଯ୍ୟ ନିର୍ବାହୀ ପ୍ରୟୋଗକର୍ତ୍ତା ସି.ଏସ୍.ଏମ୍. ପ୍ରଯୁକ୍ତିଜ୍ଞାନର ପ୍ରମୁଖ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପ୍ରିଯଦର୍ଶୀ ନାନୁ ପାନୀଙ୍କ ସହିତ ଓଡ଼ିଶା କମ୍ପ୍ୟୁଟର୍ ପ୍ରୟୋଗ କେନ୍ଦ୍ର ତରଫରୁ ରାଜ୍ୟର ସୂଚନା ପ୍ରଯୁକ୍ତି ସଚିବ ଶ୍ରୀଯୁକ୍ତ ପି. କେ. ମହାପାତ୍ର ଏହି ଗୌରବାବହ ପୁରସ୍କାର ଗ୍ରହଣ କରିଥିଲେ I

ପାରସ୍ପରିକ ଗଣମାଧ୍ୟମ ପ୍ରୟୋଗ (cross media application)ର ଉପଯୋଗ କରି ଜିଟୁସି (G2C) ସୂଚନା ସେବା ଯୋଗାଇଦେବା ବାବଦକୁ ‘ଇ’ଶାସନ ବ୍ୟବସ୍ଥା କ୍ଷେତ୍ରରେ ସଂଯୋଗ ହେଲ୍‌ପ ଲାଇନ୍ ସକାଶେ ସି.ଏସ୍.ଏମ୍.କୁ ‘ମନ୍ଥନ ୦୯’ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି I ଭାରତର କେନ୍ଦ୍ରୀୟ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ ସଚିନ୍ ପାଇଲଟ୍ ମହୋଦୟଙ୍କ ଦ୍ୱାରା ଉକ୍ତ ପୁରସ୍କାର ପ୍ରଦାନ କରାଯାଇଥିଲା I

ଦଶମ ଜାତୀୟ ‘ଇ’ ଶାସନ ବ୍ୟବସ୍ଥା ସମାବେଶ ୨୦୦୭ରେ ‘ଉତ୍କୃଷ୍ଟ ସରକାରୀ ୱେବସାଇଟ୍’ ଶ୍ରେଣୀରେ ଓପେପା (ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ) ପାଇଁ ପ୍ରସ୍ତୁତ କରାଯାଇଥିବା ‘www.opepa.in’ ୱେବସାଇଟ୍ ବାବଦରେ ଓଡ଼ିଶା କମ୍ପ୍ୟୁଟର୍ ପ୍ରୟୋଗ କେନ୍ଦ୍ର (ଓକାକ୍) ଜାତୀୟ ‘ଇ’ ପ୍ରଶାସନ ବ୍ରୋଞ୍ଜ୍ ପୁରସ୍କାର ହାସଲ କରିଥିଲା I

ଇ-ଶିଶୁ ପ୍ରକଳ୍ପ ନିମନ୍ତେ ଓଡ଼ିଶା ରାଜ୍ୟ ୫ମ ଭାରତ ବୈଷୟିକ ଉତ୍କର୍ଷ ପୁରସ୍କାର ୨୦୦୬ ହାସଲ କରିବାର ଗୌରବ ଅର୍ଜନ କରିଥିଲା I

ନିମ୍ନଲିଖିତ ବିଭିନ୍ନ ପ୍ରକାର ପ୍ରକଳ୍ପ ନିମନ୍ତେ ଓଡ଼ିଶା ରାଜ୍ୟରେ ପ୍ରଚଳିତ ‘ଇ’ ଶାସନ ବ୍ୟବସ୍ଥା ପୁରସ୍କାର

  • ଇ-ଶିଶୁ (ଓପେପା ବା ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଛି)

  • ବେତନ (ଓଡ଼ିଶାର ପଞ୍ଚାୟତିରାଜ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ରାଜ୍ୟର ସମସ୍ତ ପଞ୍ଚାୟତ ସମିତି ଏବଂ ଜିଲ୍ଲା ଗ୍ରାମୀଣ ବିକାଶ ସଂସ୍ଥା ନିମନ୍ତେ ପ୍ରସ୍ତୁତ କେନ୍ଦ୍ରୀୟ କମ୍ପ୍ୟୁଟର୍ ପ୍ରଣାଳୀ ସୁବିଧା ବ୍ୟବସ୍ଥା ଥାଇ ୱେବସାଇଟ୍ ଆଧାରିତ ଗୋଟିଏ ନିୟମିତ ବେତନଭୋଗୀ କର୍ମଚାରୀ ତାଲିକା ପ୍ୟାକେଜ୍

୨୦୦୬ ଓ ୨୦୦୭ ବର୍ଷ ସକାଶେ ସାଧାରଣ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ସାଧନ କରିଥିବା ହେତୁ ଓପେପା ବା ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଶିଶୁ ଅନୁଧାବନ ବ୍ୟବସ୍ଥା (ଇ-ଶିଶୁ) ପ୍ରଧାନ ମନ୍ତ୍ରୀ ପୁରସ୍କାର ହାସଲ କରିବାର ଗୌରବ ଅର୍ଜନ କରିଛି I ନାଗରିକ ସେବା ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ଏକ ସମାରୋହରେ ପ୍ରଧାନ ମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଦ୍ୱାରା ଉକ୍ତ ପୁରସ୍କାର ପ୍ରଦାନ କରାଯାଇଥିଲା I